୫ ଦିନିଆ ବ୍ୟାଙ୍କ କାର୍ଯ୍ୟ ଦିବସକୁ ମିଳିଲାନି ସହମତି
୫ ଦିନିଆ କାର୍ଯ୍ୟ ଦିବସ ସହ ଅନ୍ୟ ପ୍ରମୁଖ ଦାବି ନେଇ ବ୍ୟାଙ୍କ କର୍ମଚାରୀମାନେ ସୋମବାରଠାରୁ ୩ ଦିନିଆ ଧର୍ମଘଟ ଡାକରା ଦେଇଛନ୍ତି । ବ୍ୟାଙ୍କରେ ୫ ଦିନ କାମ ନେଇ ସରକାର କୌଣସି ପ୍ରତିଶ୍ରୁତି ଦେଇ ନ ଥିବା ଧର୍ମଘଟ ପୂର୍ବରୁ ସ୍ପଷ୍ଟ କରିଛି ଅର୍ଥ ମନ୍ତ୍ରଣାଳୟ । ବେତନ ସଂଶୋଧନ ଆଲୋଚନା ସମୟରେ ଏଭଳି ଦାବି କେବଳ କର୍ମଚାରୀ ସଂଘ ଗୁଡ଼ିକ ପକ୍ଷରୁ ଏକ ତରଫା ଭାବେ ଉଠାଯାଇଥିଲା ଏବଂ ୨ ପକ୍ଷ ମଧ୍ୟରେ ଏହାକୁ ନେଇ ସହମତି ହୋଇ ନ ଥିବା ମନ୍ତ୍ରଣାଳୟ କହିଛି । ଧର୍ମଘଟ ଯୋଗୁ ସାଧାରଣ ଲୋକମାନେ ଯେଭଳି ସମସ୍ୟା ସାମ୍ନା ନ କରିନ୍ତି ରାଷ୍ଟ୍ରାୟତ୍ତ ବ୍ୟାଙ୍କ ଏବଂ ଆଞ୍ଚଳିକ ଗ୍ରାମୀଣ ବ୍ୟାଙ୍କ ଗୁଡିକୁ ରବିବାର ବ୍ୟାଙ୍କ ଖୋଲା ରଖିବାକୁ ନିର୍ଦ୍ଦେଶରେ କୁହାଯାଇଛି ।
୯୦% ବ୍ୟାଙ୍କ କର୍ମଚାରୀଙ୍କ ସଂଘ ୟୁଏଫବିୟୁ କହିଛି ଯେ, ୫ ଦିନିଆ ବ୍ୟାଙ୍କ କାର୍ଯ୍ୟଦିବସ ନେଇ ଇଣ୍ଡିଆନ ବ୍ୟାଙ୍କ ଆସୋସିଏସନ ସହମତ ହୋଇଥିଲା । ୧୨ତମ ଦ୍ୱିପାକ୍ଷିକ ସେଟଲମେଣ୍ଟ ଏବଂ ୯ମ ମିଳିତ ନୋଟ୍ ୨୦୨୪ ମାର୍ଚ୍ଚ ୮ରେ ସ୍ୱାକ୍ଷରିତ ହୋଇଥିଲା । ଏହି ପ୍ରସ୍ତାବରେ ସୋମବାରରୁ ଶୁକ୍ରବାର ଯାଏ କର୍ମଚାରୀମାନେ ଦୈନିକ ଅତିରିକ୍ତ ୪୦ ମିନିଟ କାମ କରିବେ । ଫଳରେ ଗୋଟିଏ ଦିନ ବାଦ ଦିଆଯାଇପାରିବ । ପରେ ଏହାକୁ ସରକାରଙ୍କ ନିକଟକୁ ପଠାଯାଇଥିଲା । ଏହା ସରକାରଙ୍କ ବିଚାରାଧିନ ରହିଥିବା ଜଣେ ଅଧିକାରୀ କହିଛନ୍ତି ।
Powered by Froala Editor