ସଫଳତାର କାହାଣୀ ବର୍ଣ୍ଣନା କଲେ ଲକ୍ଷପତି ଦିଦି
ନୂଆପଡ଼ା : ନୂଆପଡ଼ା ଜିଲ୍ଲା ପ୍ରଶାସନ ଓ ମିଶନ ଶକ୍ତି ବିଭାଗ ଆନୁକୂଲ୍ୟରେ ‘ନାରୀ ଶକ୍ତି ବନ୍ଦନ ଅଧିନିୟମ’କୁ ନେଇ ଜିଲ୍ଲାସ୍ତରୀୟ ସୁଭଦ୍ରା ଶକ୍ତି ମହିଳା ସଶକ୍ତିକରଣ ସଚେତନତା ଶୋଭାଯାତ୍ରା ଆୟୋଜିତ ହୋଇଯାଇଛି। ଜିଲ୍ଲାପାଳ ମଧୁସୁଦନ ଦାଶ ଏହି ଶୋଭାଯାତ୍ରାକୁ ମୁଖ୍ୟାଳୟ ପରିସରରୁ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ। ଶୋଭାଯାତ୍ରାରେ ଶତାଧିକ ସ୍ୱୟଂସହାୟକ ଗୋଷ୍ଠୀ, କମ୍ୟୁନିଟି ସପୋର୍ଟ କର୍ମଚାରୀ ଓ ଫେଡେରେସନ ସଦସ୍ୟମାନେ ଭାଗ ନେଇଥିଲେ। ପରେ ସଦଦ୍ଭାବନା ସଭାଗୃହ ପରିସରରେ ଏକ ସଭା ଆୟୋଜିତ ହୋଇଥିଲା। ସଭାରେ ଜିଲ୍ଲାପାଳଙ୍କ ସହ ମୁଖ୍ୟ ଉନ୍ନୟନ ଅଧିକାରୀ ଲମ୍ବୋଦର ଧରୁଆ, ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ ଶ୍ରୀମତୀ ଏସ୍. ଗୀତା, ମିଶନ ଶକ୍ତି ଜିଲ୍ଲା ପ୍ରକଳ୍ପ ସଂଯୋଜକ ପ୍ରମୁଖ ଉପସ୍ଥିତ ଥିଲେ। ଏହି ଅବସରରେ କିଛି “ଲକ୍ଷପତି ଦିଦି” ତାଙ୍କ ସଫଳତାର କାହାଣୀ ବର୍ଣ୍ଣନା କରିଥିଲେ।
Powered by Froala Editor