ମେ ପ୍ରଥମ ସପ୍ତାହରେ ସିବିଏସଇ ପରୀକ୍ଷା ଫଳ
ଭୁବନେଶ୍ୱର : କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ (ସିବିଏସଇ) ଦ୍ବାରା ପରିଚାଳିତ ଦଶମ ଏବଂ ଦ୍ବାଦଶ ଶ୍ରେଣୀ ପରୀକ୍ଷା ଫଳ ଚଳିତ ମାସ ଶେଷ କିମ୍ବା ମେ ପ୍ରଥମ ସପ୍ତାହରେ ପ୍ରକାଶ ପାଇବାର ସମ୍ଭାବନା ରହିଛି। ମାର୍କସିଟ୍ ପାଇବା ନିମନ୍ତେ ଡିଜିଲକର ଆକାଉଣ୍ଟ ଖୋଲିବାକୁ ସିବିଏସଇ ପକ୍ଷରୁ କୁହାଯାଇଛି। ପରୀକ୍ଷା ଫଳ ପ୍ରକାଶ ପରେ ଛାତ୍ରଛାତ୍ରୀ ଖୋଲିଥିବା ଡିଜିଲକର ଆକାଉଣ୍ଟରେ ମାର୍କସିଟ୍ ଅପଲୋଡ ହୋଇଯିବ। ବିଦ୍ୟାର୍ଥୀ ଡିଜିଲକର ଲଗ୍ଇନ୍ କରି ମାର୍କସିଟ୍ ଡାଉନଲୋଡ୍ କରିପାରିବେ।
ପରୀକ୍ଷା ଫଳ ପ୍ରକାଶ ପର୍ଯ୍ୟନ୍ତ ଅପେକ୍ଷା ନକରି ଡିଜିଲକର ଆକାଉଣ୍ଟ ଖୋଲିବାକୁ ସିବିଏସଇ ପରାମର୍ଶ ଦେଇଛି। ସିବିଏସଇ ପରୀକ୍ଷା ଫଳ ମେ’ରେ ପ୍ରକାଶ ପାଉଥିଲା। କିନ୍ତୁ ଚଳିତ ବର୍ଷ ଖାତା ମୂଲ୍ୟାୟନ ପ୍ରକ୍ରିୟା ଶୀଘ୍ର ହୋଇଛି। ତେଣୁ ଏଥର ଶୀଘ୍ର ଫଳ ପ୍ରକାଶ ପାଇପାରେ।
Powered by Froala Editor