ନିଜ ମାଆ ହତ୍ୟାର ଗୁମର ଖୋଲିଲା ୪ ବର୍ଷର ପୁଅ, କହିଲା ଏମିତି.....
ଉମରକୋଟ : ସ୍ତ୍ରୀକୁ ହତ୍ୟା କରି ପାଇଖାନା ଟାଙ୍କିରେ ଲୁଚାଇ ରଖିଥିଲା ସ୍ଵାମୀ। ନିଜ ମାଆ ହତ୍ୟାର ଗୁମର ଖୋଲିଲା ୪ ବର୍ଷର ପୁଅ । ଏଭଳି ଚାଞ୍ଚଲ୍ୟକର ଘଟଣା ଘଟିଛି ନବରଙ୍ଗପୁର ଜିଲ୍ଲା ରାଇଘର ଥାନା ବରଗାଁରେ । ମିଳିଥିବା ସୂଚନା ଅନୁଯାୟୀ, ସ୍ବାମୀ ସୁବାଷ ଗଣ୍ଡ ଏବଂ ତାଙ୍କ ପତ୍ନୀ ମନେଇ ଗଣ୍ଡ ଏକ ବାହାଘର କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଯାଇଥିଲେ । ଘରକୁ ଫେରିବା ପରେ କୌଣସି କଥାକୁ ନେଇ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା । ଆଉ ଏଥିରେ ଉତ୍ତ୍ୟକ୍ତ ହୋଇ ସ୍ଵାମୀ ସୁବାଷ ସ୍ତ୍ରୀ ମନେଇଙ୍କୁ ହତ୍ୟା କରିଥିଲା। ରାତିରେ ପାଇଖାନା ଟାଙ୍କିରେ ଲୁଚାଇଥିଲା । ପରେ ସ୍ତ୍ରୀ କେଉଁଆଡ଼େ ଚାଲିଗଲା ବୋଲି ଅଭିନୟ କରିଥିଲା ସୁବାଷ । ପରେ ଗାଁ ଲୋକେ ୪ ବର୍ଷର ପୁଅକୁ ବାରମ୍ବାର ପଚାରିବାରୁ ସେ ସବୁ ସତ କଥା ବଖାଣିଛି। ପୋଲିସ ପହଞ୍ଚି ପାଇଖାନା ଟାଙ୍କିରୁ ମୃତଦେହ ଉଦ୍ଧାର କରିବା ସହ ହତ୍ୟାକାରୀ ସ୍ବାମୀକୁ ଗିରଫ କରିଛି ।
Powered by Froala Editor