ବିଜେଡ଼ିର ସଂସଦୀୟ ଦଳ ନେତା ହେଲେ ମାନସ ମଙ୍ଗରାଜ ଓ ସୁଲତା ଦେଓଙ୍କୁ ଉପନେତା ଦାୟିତ୍ୱ
ଭୁବନେଶ୍ୱର : ବିଜେଡ଼ିର ସଂସଦୀୟ ଦଳ ନେତା ହେଲେ ମାନସ ମଙ୍ଗରାଜ। ସୁଲତା ଦେଓଙ୍କୁ ଉପନେତା ଦାୟିତ୍ୱ ଦେଲା ଦଳ। ରାଜ୍ୟସଭାରେ ସଂସଦୀୟ ଦଳ ନେତା ପଦରେ ସାଂସଦ ମାନସ ମଙ୍ଗରାଜଙ୍କୁ ନିଯୁକ୍ତି କରିଛି ବିଜୁ ଜନତା ଦଳ। ସେହିପରି ସାଂସଦ ସୁଲତା ଦେଓଙ୍କୁ ଉପନେତା ଦାୟିତ୍ୱ ଦେଇଛି ଦଳ। ଗତ କିଛି ଦିନ ପୂର୍ବରୁ ସଂସଦୀୟ ଦଳ ନେତା ପଦରୁ ସସ୍ମିତ ପାତ୍ର ଇସ୍ତଫା ଦେଇଥିଲେ। ଏହି ପଦ ପାଇଁ ନବ ନିର୍ବାଚିତ ସାଂସଦ ସନ୍ତୃପ୍ତ ମିଶ୍ରଙ୍କ ନାଁ ଚର୍ଚ୍ଚାରେ ରହିଥିଲା। କିନ୍ତୁ ସବୁ ଚର୍ଚ୍ଚାରେ ଦଳର ସୁପ୍ରିମୋ ତଥା ଓଡ଼ିଶା ବିଧାନସଭା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ପୂର୍ଣ୍ଣଛେଦ ପକାଇଛନ୍ତି। ଶ୍ରୀ ମଙ୍ଗରାଜ ଓ ସାଂସଦ ସୁଲତା ଦେଓଙ୍କୁ ଯଥାକ୍ରମେ ଏହି ଦାୟିତ୍ୱ ଦିଆଯାଇଛି।
Powered by Froala Editor