ଆଞ୍ଚଳିକ ପରିବହନ କର୍ମଚାରୀ ଯମରାଜ ଓ ଯମଦୂତ ବେଶରେ ଗାଡ଼ି ଚାଳକଙ୍କୁ ବୁଝେଇଲେ ସଡ଼କ ସୁରକ୍ଷା ନିୟମାବଳୀ
ମାଲକାନଗିରି : ମାଲକାନଗିରି ଜିଲ୍ଲାରେ ଦିନକୁ ଦିନ ବିଭିନ୍ନ ଅଞ୍ଚଳରେ ଦୁର୍ଘଟଣା ବଢ଼ିବାରେ ଲାଗିଛି। ଯାହା ଫଳରେ ଅନେକ ଜନ ଜୀବନ କ୍ଷତିଗ୍ରସ୍ତ ହେଉଛି। ସଡ଼କ ସୁରକ୍ଷା ଜୀବନ ରକ୍ଷା ନିମନ୍ତେ ମାଲକାନଗିରି ଜିଲ୍ଲା ପୁଲିସ ଏବଂ ଆଞ୍ଚଳିକ ପରିବହନ ବିଭାଗ ଦ୍ବାରା ମିଳିତ ଭାବେ ଏକ ସଡ଼କ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ପୁଲିସ ଏବଂ ଆଞ୍ଚଳିକ ପରିବହନ ବିଭାଗ କର୍ମଚାରୀ ଯମରାଜ ଓ ଯମଦୂତ ବେଶରେ ଗାଡ଼ି ଚାଳକମାନଙ୍କୁ ସଡ଼କ ସୁରକ୍ଷା ସମ୍ପର୍କିତ ନିୟମାବଳୀ ବୁଝାଇ ସଚେତନ କରୁଛନ୍ତି। ସେହିପରି ପୁଲିସ ପକ୍ଷରୁ ଗାଡ଼ି ଚାଳକଙ୍କୁ ମାଗଣା ହେଲମେଟ ଓ ଗୋଲାପ ଫୁଲ ପ୍ରଦାନ କରିବା ସହ ଗାଡ଼ି ଚଲେଇବା ନିୟମକୁ ପାଳନ କରିବା ପାଇଁ ସଚେତନ କରାଯାଇଥିଲା।
Powered by Froala Editor