ଯାଜପୁର ସଂଗଠନକୁ ନେଇ ବଡ ବୈଠକ
ଯାଜପୁର: ବିଜେଡ଼ି ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକଙ୍କ ଘରେ ଯାଜପୁର ନେତାଙ୍କ ମେଳି। ଯାଜପୁର ସଂଗଠନକୁ ନେଇ ବଡ ବୈଠକ ଅନୁଷ୍ଠିତ ହେଉଛି। ଭଦ୍ରକ ମଣ୍ଡଳ ଦମ୍ପତିଙ୍କ ସସ୍ପେଣ୍ଡ ପରେ ରୁଦ୍ଧଦ୍ବାର ବୈଠକ ବସିଛି। ଏହି ବୈଠକରେ ବିଶ୍ୱ ମଲ୍ଲିକ, ସୁଜାତା ସାହୁ, ପ୍ରୀତି ରଞ୍ଜନ ଘଡ଼ାଇ, ପ୍ରଣବ ବଳବନ୍ତରାୟ ପ୍ରମୁଖ ସାମିଲ ହୋଇଥିବା ସୂଚନା ମିଳିଛି। ଯାଜପୁର ଓ ଭଦ୍ରକରେ ଅପରେସନ ଲୋଟସ୍କୁ ଚେକ୍ ଦେବାକୁ ରଣନୀତି ପ୍ରସ୍ତୁତି କରାଯାଉଥିବା ଜଣାପଡିଛି।
Powered by Froala Editor