ଗୁଳିମାଡ଼ରେ ଯୁବକ ମୃତ
ଯାଜପୁର ଟାଉନ୍: ଯାଜପୁର ଥାନା ଅନ୍ତର୍ଗତ କାଳିମେଘା ନିକଟରେ ଅଭାବନୀୟ ଘଟଣା ଘଟିଛି। ଗତକାଲି ବିଳମ୍ବିତ ରାତିରେ ଜଣେ ଯୁବକଙ୍କ ଉପରକୁ ଗୁଳିମାଡ଼ ହୋଇଛି । ଚିକିତ୍ସାଧୀନ ଅବସ୍ଥାରେ ଯୁବକଙ୍କର ମୃତ୍ୟୁ ଘଟିଛି। ମୃତକ
କୁଆଁସରପୁର ଅଂଚଳର ସୋମ୍ୟ ରଞ୍ଜନ ସାମଲ ବୋଲି ଜଣାପଡିଛି। ସୌମ୍ୟରଞ୍ଜନଙ୍କୁ ପ୍ରଥମେ ଗୁରୁତର ଅବସ୍ଥାରେ
ଯାଜପୁର ମୁଖ୍ୟ ଚିକିତ୍ସାଳୟ ଏବଂ ପରେ କଟକ ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ଯୁବକଙ୍କ ମୃତ୍ୟୁ ଘଟିଛି। ଯାଜପୁର ପୁଲିସ୍ ଘଟଣାରେ ଅଧିକ ଛାନଭିନ୍ ଜାରି ରଖିଛି।
Powered by Froala Editor