ଜିଆଇ ଟ୍ୟାଗ ମାନ୍ୟତା ଦାବି, ଔଷଧୀୟ ଗୁଣରେ ଭରପୁର କୋରାପୁଟ ହଳଦୀର ଚାହିଦା
କୋରାପୁଟ: କୋରାପୁଟ ଜିଲାରେ ଉତ୍ପାଦିତ ହଳଦୀରେ ଭରପୁର ଔଷଧୀୟ ଗୁଣ ରହିଥିବା ଗବେଷଣାରୁ ତଥ୍ୟ ମିଳିଛି । ଔଷଧ ପ୍ରସ୍ତୁତ କରୁଥିବା ବ୍ୟବସାୟୀଙ୍କ ପକ୍ଷରୁ କୋରାପୁଟ ହଳଦୀକୁ ଅଧିକ ଗୁରୁତ୍ୱ ଦିଆଯାଉଛି । କୋରାପୁଟ କଳାଜିରା ଧାନକୁ ଜିଆଇ ଟ୍ୟାଗ ମାନ୍ୟତା ମିଳିଛି । କୋରାପୁଟ ହଳଦୀର ବେଶ ଚାହିଦା ଥିବାରୁ ଏହାକୁ ଜିଆଇ ଟ୍ୟାଗ ମାନ୍ୟତା ଦେବାକୁ ବିଭିନ୍ନ ମହଲରୁ ଦାବି ହୋଇଛି । ଏହି ହଳଦୀରେ ଅଧିକ କରକୁମିନ ନାମକ ଆଣ୍ଟିବାୟୋଟିକ ରହିଛି । ଯାହା କର୍କଟ ଭଳି ରୋଗ ଭଲ କରିବାର କ୍ଷମତା ରଖୁଛି । କନ୍ଧମାଳ ହଳଦୀରେ ୩ ରୁ ୪ ପ୍ରତିଶତ କରକୁମିନ ଥିବା ବେଳେ କୋରାପୁଟ ହଳଦୀରେ ୬. ୧୯ ପ୍ରତିଶତ ରହିଥିବା ଓରମାସ ସୂତ୍ରରୁ ଜଣାପଡିଛି । ଔଷଧୀୟ ଗୁଣ ଯୋଗୁଁ କୋରାପୁଟ ହଳଦୀର ଚାହିଦା ରହିଛି । ଜିଲାର ସବୁ ବ୍ଲକରେ ହଳଦୀ ଚାଷ ହେଉଥିବା ବେଳେ ଲକ୍ଷ୍ମୀପୁର ବ୍ଲକରେ ସର୍ବାଧିକ ହେଉଛି । ଲକ୍ଷ୍ମୀପୁର ବ୍ଲକର ୧୦୭୧.୭୯ ହେକ୍ଟର ଜମିରେ ୨୯୬୭.୭୫ ମେଟ୍ରିକ ଟନ ହଳଦୀ ଉତ୍ପାଦନ ହେଉଥିବା ଉଦ୍ୟାନ ବିଭାଗ ଉପକୃଷି ନିର୍ଦ୍ଦେଶକ ସୁଦାମ ବିଶ୍ୱାଳ ସୂଚନା ଦେଇଛନ୍ତି ।
ସେହିପରି ସେମିଳିଗୁଡା ବ୍ଲକର ୯୬. ୮୮ ହେକ୍ଟର ଜମିରେ ୨୧୧. ୬୧ ମେଟ୍ରିକ ଟନ, ପଟାଙ୍ଗି ବ୍ଲକର ୮୮. ୬୩ ହେକ୍ଟର ଜମିରେ ୨୩୭ ମେଟ୍ରିକ ଟନ, ନାରାୟଣପାଟଣା ବ୍ଲକର ୫୨. ୫୬ ହେକ୍ଟର ଜମିରେ ୧୦୫. ୮ ମେଟ୍ରିକ ଟନ, ନନ୍ଦପୁର ବ୍ଲକର ୮୬୫. ୬୭ ହେକ୍ଟର ଜମିରେ ୨୨୦୪. ୯୨ ମେଟ୍ରିକ ଟନ, ଲମତାପୁଟ ବ୍ଲକର ୩୫୦. ୩୯ ହେକ୍ଟର ଜମିରେ ୮୮୨. ୩୯ ମେଟ୍ରିକ ଟନ, କୁନ୍ଦୁରା ବ୍ଲକର ୨୬. ୭୫ ହେକ୍ଟର ଜମିରେ ୬୭. ୨୯ ମେଟ୍ରିକ ଟନ, କୋଟପାଡ଼ ବ୍ଲକର ୩୮. ୧୩ ହେକ୍ଟର ଜମିରେ ୯୫. ୯୧ ମେଟ୍ରିକ ଟନ, କୋରାପୁଟ ବ୍ଲକର ୪୫. ୩୪ ହେକ୍ଟର ଜମିରେ ୧୭୪. ୫୭ ମେଟ୍ରିକ ଟନ ହଳଦୀ ଚାଷ ହେଉଛି । ଜୟପୁର ବ୍ଲକର ୩୭. ୧ ହେକ୍ଟର ଜମିରେ ୯୩. ୩୨ ମେଟ୍ରିକ ଟନ, ଦଶମନ୍ତପୁର ବ୍ଲକର ୫୮୩. ୩ ହେକ୍ଟର ଜମିରେ ୧୬୮୮. ୬ ମେଟ୍ରିକ ଟନ, ବୋରିଗୁମ୍ମା ବ୍ଲକର ୪୩. ୨୮ ହେକ୍ଟର ଜମିରେ ୧୦୮. ୮୭ ମେଟ୍ରିକ ଟନ, ବୈପାରୀଗୁଡା ବ୍ଲକର ୩୯. ୧୬ ହେକ୍ଟର ଜମିରେ ୯୮. ୫ ମେଟ୍ରିକ ଟନ, ବନ୍ଧୁଗାଁ ବ୍ଲକର ୩୨. ୯୮ ହେକ୍ଟର ଜମିରେ ୮୨. ୯୫ ମେଟ୍ରିକ ଟନ ଶୁଖିଲା ହଳଦୀ ଉତ୍ପାଦନ ହୋଇଛି ।
Powered by Froala Editor