ନିଶିକାନ୍ତ ଦୁବେଙ୍କ ବିଜୁ ପଟ୍ଟନାୟକଙ୍କୁ ନେଇ ବିବାଦୀୟ ବୟାନ, କଡ଼ା ଭାଷାରେ ନିନ୍ଦା କଲେ ସାଂସଦ ସସ୍ମିତ ପାତ୍ର
ନୂଆଦିଲ୍ଲୀ: ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କୁ ଅପମାନ। ବିଜେପି ସାଂସଦ ନିଶିକାନ୍ତ ଦୁବେଙ୍କ ବିବାଦୀୟ ମନ୍ତବ୍ୟକୁ କଡ଼ା ବିରୋଧ କରି ଗତକାଲି ବିଜେଡି ରାଜ୍ୟସଭା ସାଂସଦ ସସ୍ମିତ ପାତ୍ର ସଂସଦର ଯୋଗାଯୋଗ ଏବଂ ଆଇଟି କମିଟିରୁ ଇସ୍ତଫା ଦେଇଛନ୍ତି। ରାଜ୍ୟସଭା ଭିତରେ ପ୍ରତିବାଦ ପରେ ବିଜେପି ସାଂସଦ ନିଶିକାନ୍ତ ଦୁବେଙ୍କ ଦ୍ୱାରା ଶ୍ରୀ ବିଜୁ ପଟ୍ଟନାୟକଙ୍କ ବିରୁଦ୍ଧରେ ଦିଆଯାଇଥିବା ଅସମ୍ମାନଜନକ ଏବଂ ମାନହାନିଜନକ ମନ୍ତବ୍ୟ ପ୍ରସଙ୍ଗରେ ବିଜେଡି ସାଂସଦମାନେ ରାଜ୍ୟସଭାରୁ ପ୍ରତିବାଦ କରି ପଦଯାତ୍ରା କରିଥିବା ଦେଖିବାକୁ ମିଳିଛି। ସସ୍ମିତ୍ ଅଭିଯୋଗ କରିଛନ୍ତି ଯେ ଦୁବେ ବିଜୁ ପଟ୍ଟନାୟକଙ୍କୁ “ସିଆଇଏ ଏଜେଣ୍ଟ” ବୋଲି କହିଛନ୍ତି। “ବିଜେଡି ଗୃହକୁ ବିଚଳିତ କରେ ନାହିଁ କିନ୍ତୁ ଆଜି ଆମେ ବିଜୁ ପଟ୍ଟନାୟକଙ୍କ ବିରୁଦ୍ଧରେ ଅପମାନଜନକ, ମିଥ୍ୟା, ମନଗଢ଼ା ବୟାନ ବିରୋଧରେ ଆମର ଗମ୍ଭୀର ପ୍ରତିବାଦ ରେକର୍ଡରେ ରଖିବାକୁ ଚାହୁଁଛୁ। ସେ ତାଙ୍କୁ ସିଆଇଏ ଏଜେଣ୍ଟ ବୋଲି କହିଛନ୍ତି। ଶାସକ ଦଳ ଏହି ସ୍ତରକୁ ଖସିଯାଇଛି। ଏହା ସମ୍ପୂର୍ଣ୍ଣ ଲଜ୍ଜାଜନକ ଏବଂ ଏହାର ପ୍ରତିବାଦରେ ଆମେ ପଦଯାତ୍ରା କରୁଛୁ।
ମିଳିଥିବା ସୂଚନା ଅନୁଯାୟୀ ଗତ ଶନିବାର ବିଜେପି ସାଂସଦ ନିଶିକାନ୍ତ ଦୁବେ ଓଡ଼ିଶାର ବରପୁତ୍ର ତଥା ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ବିରୋଧରେ କିଛି ଅପମାନଜନକ ମନ୍ତବ୍ୟ ଦେଇଥିଲେ। ନିଶିକାନ୍ତ ଦୁବେଙ୍କ ଏହି ବୟାନକୁ କଡ଼ା ଭାଷାରେ ନିନ୍ଦା କରିବା ସହ ବିଜେଡି ରାଜ୍ୟସଭା ସାଂସଦ ସସ୍ମିତ ପାତ୍ର ରବିବାର ଯୋଗାଯୋଗ ଏବଂ ଆଇଟି ସଂସଦୀୟ କମିଟିରୁ ଇସ୍ତଫା ଦେଇଥିଲେ।” ଏହି ଘଟଣାକୁ ନେଇ ସିଧାସଳଖ ବିଜେପିକୁ ଟାର୍ଗେଟ୍ କରିଥିଲେ ସସ୍ମିତ।
Powered by Froala Editor