ତହସିଲଦାରଙ୍କୁ ଅଶ୍ଳୀଳ ଭାଷାରେ ଗାଳି ଗୁଲଜ କଲେ ବିଧାୟିକାଙ୍କ ସ୍ୱାମୀ
ନର୍ଲା : ତହସିଲଦାରଙ୍କୁ ଅଶ୍ଳୀଳ ଭାଷାରେ ଗାଳି ଗୁଲଜ କରିବା ସହ ହତ୍ୟା ଧମକ ଦେଲେ ବିଜେଡ଼ି ବିଧାୟିକାଙ୍କ ସ୍ୱାମୀ। ବିଜେଡିର ନର୍ଲା ବିଧାୟିକା ମନୋରମା ମହାନ୍ତିଙ୍କ ସ୍ୱାମୀ ଦୁର୍ଗାପ୍ରସନ୍ନ ମହାନ୍ତିଙ୍କ ନାମରେ ଆସିଲା ସାଙ୍ଘାତିକ ଅଭିଯୋଗ।
କଳାହାଣ୍ଡି ଜିଲ୍ଲା ନର୍ଲା ବିଧାୟିକାଙ୍କ ସ୍ବାମୀ ଦୁର୍ଗାପ୍ରସାଦ ମହାନ୍ତି ଓରଫ ମୁନ୍ନା ମହାନ୍ତିଙ୍କ ନାମରେ ଆସିଛି ସାଙ୍ଘାତିକ ଅଭିଯୋଗ। ମୁନ୍ନା ନର୍ଲା ତହସିଲଦାର ବିଭୁପ୍ରସାଦ ସିଂ ଙ୍କୁ ଅଭଦ୍ର ଭାଷାରେ ଗାଳି ଗୁଲଜ ଦେବା ସହ ଜୀବନରେ ମାରି ଦେବାର ଧମକ ଦେଇଥିବା ତହସିଲଦାର ପୁଲିସ ପାଖରେ ଅଭିଯୋଗ କରିଥିଲେ। ତେବେ କିଛି ଦିନ ହେଲା କଳାହାଣ୍ଡି ପୁଲିସର ଏକ ସ୍ବତନ୍ତ୍ର ଟିମ୍ ଭୂବନେଶ୍ୱରରେ ଡେରା ପକେଇ ମୁନ୍ନା ମହାନ୍ତି ଉପରେ ନଜର ରଖିଥିଲେ। ମୁନ୍ନା ବିଧାୟିକାଙ୍କ ସରକାରୀ ବାସଭବନରେ ଥିବା ଜାଣିପାରି ଆଜି ଚଢ଼ଉ କରିଥିବା ଜଣାପଡିଛି।
Powered by Froala Editor