ଲକଡାଉନ ଗୁଜବର ଜବାବ ଦେଲେ ନିର୍ମଳା ସୀତାରମଣ, କହିଲେ ଏହା....
ନୂଆଦିଲ୍ଲୀ: ଇରାନ ଯୁଦ୍ଧ ଏବଂ ମଧ୍ୟପ୍ରାଚ୍ୟ ସଙ୍କଟ ମଧ୍ୟରେ ଦେଶବ୍ୟାପୀ ଲକଡାଉନ୍ ହେବା ନେଇ ଚାଲିଥିବା ଆଲୋଚନା ଧୀରେ ଧୀରେ ଗୁଜବରେ ପରିଣତ ହୋଇଛି। ସୋସିଆଲ ମିଡିଆରେ ଏହି ଗୁଜବ ଜନସାଧାରଣଙ୍କ ମଧ୍ୟରେ ବହୁତ ଦ୍ୱନ୍ଦ୍ୱ ସୃଷ୍ଟି କରିଛି। କେନ୍ଦ୍ର ସରକାର ଏବେ ସ୍ପଷ୍ଟ କରିଛନ୍ତି ଯେ ଦେଶରେ କୋଭିଡ ଭଳି ଲକଡାଉନ୍ ଲାଗୁ ହେବ କି ନାହିଁ। କେନ୍ଦ୍ରମନ୍ତ୍ରୀ ହରଦୀପ ସିଂହ ପୁରୀଙ୍କ ପରେ ଏବେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ମଧ୍ୟ ଲକଡାଉନ ଗୁଜବର ଜବାବ ଦେଇଛନ୍ତି। ସେ ବିରୋଧୀଙ୍କୁ ମଧ୍ୟ ପରୋକ୍ଷ ଭାବେ ଟାର୍ଗେଟ କରିଛନ୍ତି। କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି, “ମୁଁ ଲୋକଙ୍କୁ ଆଶ୍ୱସ୍ତି ଦେବାକୁ ଚାହୁଁଛି ଯେ କୌଣସି ଲକ୍ଡାଉନ୍ ହେବ ନାହିଁ।” “ମୁଁ ଆଶ୍ଚର୍ଯ୍ୟ ହେଉଛି ଯେ କିଛି ନେତା କହୁଛନ୍ତି ଯେ ଲକ୍ଡାଉନ୍ ହେବ ଏବଂ ଇନ୍ଧନର ଅଭାବ ଦେଖାଦେବ। କିନ୍ତୁ ଏଗୁଡ଼ିକ ଭିତ୍ତିହୀନ। ରାଜନୈତିକ କ୍ଷେତ୍ରରେ ଥିବା ଲୋକଙ୍କ ଏପରି ବୟାନ ଚିନ୍ତାର ବିଷୟ।
Powered by Froala Editor