ଆଉ ନୂଆ ମଦ ଦୋକାନ ଖୋଲିବାକୁ ମିଳିବନି ଅନୁମତି
ଭୁବନେଶ୍ଵର: ଆଉ ନୂଆ ମଦ ଦୋକାନ ଖୋଲିବାକୁ ମିଳିବନି ଅନୁମତି। ଏ ନେଇ ସୂଚନା ଦେଇଛନ୍ତି ଅବକାରୀ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ। ଅବକାରୀ ଶୁଳ୍କ ଉପରେ ୫ ପ୍ରତିଶତ ଡି-ଆଡିକ୍ସନ ସେସ୍ ପ୍ରବର୍ତ୍ତନ ହୋଇଛି। ବିଭିନ୍ନ ଅବକାରୀ ଲାଇସେନ୍ସ ପାଇଁ ଆବେଦନ ଶୁଳ୍କ ୧୦ ପ୍ରତିଶତ ବଢ଼ାଯିବ।
ଲାଇସେନ୍ସ ଶୁଳ୍କ ପ୍ରତିବର୍ଷ ୧୦ ରୁ ୨୦ ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧି ପାଇବ। ଆଇଏମଏଫଏଲ୍ ଓ ଦେଶୀ ମଦ ଉପରେ ଅବକାରୀ ଶୁଳ୍କ ବୃଦ୍ଧି ହୋଇଛି। ରାଜ୍ୟରେ ନୂତନ OFF,CL ଦୋକାନ ଖୋଲିବାକୁ ଅନୁମତି ମିଳିବନି। ଗ୍ରାମାଞ୍ଚଳରେ ନୂଆ ମଦ ଦୋକାନ ଖୋଲିବାକୁ ଅନୁମତି ମିଳିବନି। ଶ୍ରୀମନ୍ଦିର ଓ ବଡ଼ଦାଣ୍ଡ ପାଖରେ କୌଣସି ଅବକାରୀ ଦୋକାନ ଚାଲୁ ହେବନି। ସମସ୍ତ ଉତ୍ପାଦନ ୟୁନିଟ୍ ଓ ଖୁଚୁରା ଦୋକାନ ସିସି ଟିଭି ନିରୀକ୍ଷଣରେ ରହିବା ନେଇ ସୂଚନା ରହିଛି।
Powered by Froala Editor