ବାୟୋମେଟ୍ରିକ୍ ପ୍ରମାଣୀକରଣ ବ୍ୟବସ୍ଥା ଆରମ୍ଭ, ୫୦୦୦ ଟଙ୍କା ପର୍ଯ୍ୟନ୍ତ କରିପାରିବେ ୟୁପିଆଇ କାରବାର
ଭୁବନେଶ୍ବର: ଭାରତୀୟ ରାଷ୍ଟ୍ରୀୟ ପରିଶୋଧ ନିଗମ (ଏନପିସିଆଇ) ଅଧିଗୃହୀତ ଏନପିସିଆଇ ଭିମ୍ ସର୍ଭିସେସ୍ ଲିମିଟେଡ୍ (ଏନବିଏସଏଲ) ଭିମ୍ ପେମେଣ୍ଟସ୍ ଆପ୍ରେ ୟୁପିଆଇ ପେମେଣ୍ଟ୍ ପାଇଁ ବାୟୋମେଟ୍ରିକ୍ ପ୍ରମାଣୀକରଣ ବ୍ୟବସ୍ଥା ଆରମ୍ଭ କରିଛି। ଏହି ନୂଆ ବୈଶିଷ୍ଟ୍ୟ ଯୋଗେ ଉପଯୋଗକର୍ତ୍ତା ସ୍ମାର୍ଟଫୋନରେ ଆଙ୍ଗୁଠି ଛାପ କିମ୍ବା ମୁହଁ ପରିଚୟ ପ୍ରଣାଳୀ ଦ୍ୱାରା ୫୦୦୦ ଟଙ୍କା ପର୍ଯ୍ୟନ୍ତ ୟୁପିଆଇ କାରବାର କରିପାରିବେ। ଏହି ବୈଶିଷ୍ଟ୍ୟ ପ୍ରଥମେ ଆଇଓଏସ ଓ ଆଣ୍ଡ୍ରଏଡ୍ ଉପକରଣରେ ଉପଲବ୍ଧ ହେବ। ପିନ୍ ବିନା କାମ କରୁଥିବାରୁ ପିନ୍ ଭୁଲିଯିବା ଅଥବା ଭୁଲ କରିବା କ୍ଷେତ୍ରରେ ବ୍ୟବହାରକାରି ଅସୁବିଧାରୁ ବର୍ତ୍ତିଯିବେ ବୋଲି ସେବା ଶୁଭାରମ୍ଭ ଅବସରରେ ଏନବିଏସଏଲ୍ର ଏମଡି ତଥା ସିଇଓ ଲଳିତା ନଟାରାଜ୍ କହିଥିଲେ।
Powered by Froala Editor