ଏସଡିଓଙ୍କ ଘରେ ଭିଜିଲାନ୍ସ ଚଢାଉ
ଭଞ୍ଜନଗର: ଭିଜିଲାନ୍ସ ଜାଲରେ ଏସଡିଓ। ଗଞ୍ଜାମ ଡହ ଜଳସେଚନ ବିଭାଗ ଏସଡିଓ ପଞ୍ଚୁ ବେହେରା ଭିଜିଲାନ୍ସ ହାତରେ ଧରାପଡିଛନ୍ତି। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭଞ୍ଜନଗର ଡହ ଜଳଭଣ୍ଡାର କାର୍ଯ୍ୟାଳୟ, ପୋଲସରା ଓ ବ୍ରହ୍ମପୁର ଭଳି ଏକକାଳୀନ ୫ଟି ସ୍ଥାନରେ ଚଢାଉ ଜାରି ରହିଛି। ୩ ଜଣ ଡିଏସପି ଏବଂ ୭ ଜଶ ଜଣ ଇନ୍ସପେକ୍ଟର ଚଢ଼ାଉରେ ସାମିଲ ରହିଛନ୍ତି। ବ୍ରହ୍ମପୁରର ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟଙ୍କ ଆଦେଶ ବଳରେ ଏହି ଚଢ଼ାଉ କରାଯାଉଥିବା ଜଣାଯାଇଛି।
Powered by Froala Editor