ଅନୁମତି ନଥିବା କହି ଇରାନ ଫେରାଇ ଦେଲା ପାକିସ୍ତାନ ଜାହଜ
ନୂଆଦିଲ୍ଲୀ: ଆମେରିକାର ନିର୍ଦ୍ଦେଶରେ ମଧ୍ୟପ୍ରାଚ୍ୟ ଚୁକ୍ତିନାମା ପ୍ରସ୍ତୁତ କରୁଥିବା ପାକିସ୍ତାନକୁ ଇରାନ ଏକ ବଡ଼ ଧକ୍କା ଦେଇଛି। ଇରାନ ଉପସାଗରରୁ କରାଚୀ ଯାଉଥିବା ସେଲାନ ନାମକ ଏକ ଜାହାଜକୁ ହୋର୍ମୁଜ୍ ପ୍ରଣାଳୀରେ ଅବରୋଧ କରିଛି, ଯାହା ଫଳରେ ଏହାକୁ ହୋର୍ମୁଜ୍ ପ୍ରଣାଳୀକୁ ଫେରିବାକୁ ବାଧ୍ୟ କରିଛି । ଇରାନୀ ଅଧିକାରୀମାନେ କହିଛନ୍ତି ଯେ, ଜାହାଜକୁ ହୋର୍ମୁଜ୍ ପ୍ରଣାଳୀ ଦେଇ ଯିବା ପାଇଁ ଅନୁମତି ଦିଆଯାଇ ନଥିଲା, ତେଣୁ ଏହାକୁ ଫେରାଇ ଦିଆଯାଇଥିଲା । ଅନୁମତି ନ ଥିବା କହି ଫେରାଇଦେଲା ଆଇଆରସି ନ୍ୟାଭି । ହୋର୍ମୁଜକୁ ପ୍ରବେଶ ପୂର୍ବରୁ ଅନୁମତି ଦରକାର କହିଲା ଆଇଆରଜିସି ।
ସୂଚନାଯୋଗ୍ୟ ଯେ,ଜାହାଜଟି ସଂଯୁକ୍ତ ଆରବ ଏମିରେଟ୍ସରୁ ପାକିସ୍ତାନର କରାଚୀ ଅଭିମୁଖେ ଯାତ୍ରା କରୁଥିଲା । ପାକିସ୍ତାନ ସରକାର ଏହି ବିଷୟରେ ନୀରବ ରହିଛନ୍ତି । ୟୁଏଇ ମଧ୍ୟ କୌଣସି ପ୍ରକ୍ରିୟା ଦେଇନାହିଁ ।
Powered by Froala Editor