‘ମେଟା’ ଉପରେ ୩୫,୨୦୦ କୋଟିର ଫାଇନ୍
ଆମେରିକାର ନ୍ୟୁ ମେକ୍ସିକୋ ରାଜ୍ୟର ଏକ କୋର୍ଟ ସୋସିଆଲ ମିଡିଆ କମ୍ପାନି ମେଟାକୁ ପିଲାମାନଙ୍କ ମାନସିକ ସ୍ୱାସ୍ଥ୍ୟକୁ କ୍ଷତି ପହଞ୍ଚାଇବା ଏବଂ ଏହାର ପ୍ଲାଟଫର୍ମରେ ଯୌନ ନିର୍ଯାତନାମୂଳକ ବିଷୟବସ୍ତୁ ଲୁଚାଇବା ଅଭିଯୋଗ ଆଧାରରେ ଦୋଷୀ ସାବ୍ୟସ୍ତ କରିଛନ୍ତି। ‘ମେଟା’ ଉପରେ ୩୫,୨୦୦ କୋଟିର ଫାଇନ୍ ଲଗାଇଛନ୍ତି ଆମେରିକାର କୋର୍ଟ । ପିଲାଙ୍କ ପାଇଁ ଫେସବୁକ୍-ଇନଷ୍ଟାଗ୍ରାମ ନିୟମାବଳୀ ଉଲ୍ଲଂଘନ କରିଥିବା ଅଭିଯୋଗ ଆଣି କୋର୍ଟ ଏହି ଜୋରିମାନା ଲଗାଇଛନ୍ତି । କୋର୍ଟ ସ୍ୱୀକାର କରିଛି ଯେ ମେଟା ଜାଣିଶୁଣି ଲାଭକୁ ପ୍ରାଥମିକତା ଦେଇ ପିଲାମାନଙ୍କ ସୁରକ୍ଷା ଏବଂ ମାନସିକ ସ୍ୱାସ୍ଥ୍ୟ ପ୍ରତି ବିପଦକୁ ଲୁଚାଇଥିଲା।
ଫେସବୁକ୍, ଇନଷ୍ଟାଗ୍ରାମ୍ ଏବଂ ହ୍ୱାଟ୍ସଆପ୍ ପରିଚାଳନା କରୁଥିବା ମେଟା ସୁରକ୍ଷା ଅପେକ୍ଷା ଲାଭକୁ ପ୍ରାଥମିକତା ଦେଇଛି ଏବଂ ରାଜ୍ୟର ଅନଫେୟାର ପ୍ରାକ୍ଟିସ୍ ଆକ୍ଟର ଉଲ୍ଲଂଘନ କରିଛି ବୋଲି ଖଣ୍ଡପୀଠ ଜାଣିପାରିଛନ୍ତି। କମ୍ପାନି ପିଲାମାନଙ୍କ ଦୁର୍ବଳତାର ସୁଯୋଗ ନେଇ ପ୍ଲାଟଫର୍ମର ବିପଦ ବିଷୟରେ ଭ୍ରାମକ ଦାବି କରିଛି ବୋଲି ବିଚାରକ ମଣ୍ଡଳୀ କହିଛନ୍ତି।
ପ୍ରତ୍ୟେକ ଉଲ୍ଲଂଘନକୁ ପୃଥକ ଭାବରେ ବିଚାର କରି କୋର୍ଟ ମୋଟ ୩୭୫ ନିୟୁତ ଡଲାର (୩୫,୨୦୦କୋଟି ଟଙ୍କା) ଜରିମାନା ଲଗାଇଛନ୍ତି। ଏହି ପରିମାଣ ପ୍ରସିକ୍ୟୁସନର ଅନୁରୋଧ ଅପେକ୍ଷା ଯଥେଷ୍ଟ କମ୍ ବୋଲି ବିଚାରକ ମଣ୍ଡଳୀ କହିଛନ୍ତି।।
Powered by Froala Editor