ସୋନିଆ ଗାନ୍ଧି ଅସୁସ୍ଥ, ହସ୍ପିଟାଲରେ ଭର୍ତ୍ତି
ବରିଷ୍ଠ କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧି ଅସୁସ୍ଥ। ଅସୁସ୍ଥତା ଅନୁଭବ କରିବାରୁ ତାଙ୍କୁ ଦିଲ୍ଲୀର ଗଙ୍ଗାରାମ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଫୁସଫୁସ ସମ୍ବନ୍ଧୀୟ ସମସ୍ୟା ନେଇ ହଠାତ୍ ଅସୁସ୍ଥ ହୋଇପଡିଥିବା ଜଣାପଡ଼ିଛି। ତେବେ ତାଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ଥିବା ନେଇ ଡାକ୍ତର ସୂଚନା ଦେଇଛନ୍ତି। ଡାକ୍ତରଙ୍କ ଅନୁସାରେ, ସୋନିଆ ଗାନ୍ଧୀଙ୍କ ସ୍ୱାସ୍ଥ୍ୟାବସ୍ଥା ବର୍ତ୍ତମାନ ଭଲ ଅଛି। ସୋନିଆ ଗାନ୍ଧୀଙ୍କ ସ୍ୱାସ୍ଥ୍ୟାବସ୍ଥା ଦୁଇ ମାସ ପୂର୍ବରୁ, ଜାନୁଆରୀ ୨୦୨୬ ରେ ମଧ୍ୟ ବହୁତ ଖରାପ ହୋଇଯାଇଥିଲା, ଯାହା ପରେ ତାଙ୍କୁ ଛଅ ଦିନ ପାଇଁ ସାର୍ ଗଙ୍ଗାରାମ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।
୭୯ ବର୍ଷୀୟ ସୋନିଆ ଗାନ୍ଧୀଙ୍କୁ ଛାତିରେ ଯନ୍ତ୍ରଣା ହେତୁ ସାର୍ ଗଙ୍ଗାରାମ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ଜଣାପଡ଼ିଛି। ଡାକ୍ତର ଅନୁପ ବସୁଙ୍କ ତତ୍ତ୍ୱାବଧାନରେ ତାଙ୍କର ଚିକିତ୍ସା କରାଯାଉଛି। ସୋନିଆ ଗାନ୍ଧୀଙ୍କ ସହିତ ପ୍ରିୟଙ୍କା ଗାନ୍ଧୀ ଏବଂ ରାହୁଲ ଗାନ୍ଧୀ ମଧ୍ୟ ହସ୍ପିଟାଲରେ ଉପସ୍ଥିତ ଅଛନ୍ତି। ପ୍ରଦୂଷଣ ଯୋଗୁଁ ସୋନିଆ ଗାନ୍ଧୀ କିଛି ଦିନ ଧରି ଲଗାତାର କାଶରେ ପୀଡିତ ଅଛନ୍ତି।
Powered by Froala Editor