କାଳବୈଶାଖୀ: ଏହି ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହିତ ବର୍ଷା ସମ୍ଭାବନା
ଭୁବନେଶ୍ୱର: କାଳବୈଶାଖୀ ପ୍ରଭାବରେ ରାଜ୍ୟର ବିଭିନ୍ନ ଅଞ୍ଚଳରେ ସର୍ବାଧିକ ତାପମାତ୍ରା କମିଥିଲା। କିନ୍ତୁ ରବିବାର କେତେକ ଅଞ୍ଚଳରେ ତାପମାତ୍ରା ବଢ଼ିଛି। ପାରଳାଖେମୁଣ୍ଡିରେ ସର୍ବାଧିକ ତାପମାତ୍ରା ୩୬.୨ଡିଗ୍ରୀ ଥିବାବେଳେ ଢେଙ୍କାନାଳରେ ୩୬.୧, ବରଗଡ଼ରେ ୩୫.୮, ବୌଦ୍ଧରେ ୩୫.୩, ଟିଟିଲାଗଡ଼ ଓ ତାଳଚେରରେ ୩୫ଡିଗ୍ରୀ ସେଲସିୟସ ଲେଖାଏଁ ରହିଛି।
ଆସନ୍ତା ୨୪ଘଣ୍ଟା ମଧ୍ୟରେ ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ମୟୂରଭଞ୍ଜ, କୋରାପୁଟ, ରାୟଗଡ଼ା, ଗଜପତି ଏବଂ କେନ୍ଦୁଝର ଜିଲାର କିଛି ଅଞ୍ଚଳରେ କାଳବୈଶାଖୀ ପ୍ରଭାବରେ ବିଜୁଳି ଘଡ଼ଘଡ଼ି ସହିତ ବର୍ଷା ହେବାର ସମ୍ଭାବନା ରହିଛି।
Powered by Froala Editor