ବିଏଡ୍ ଓ ଏମ୍ଏଡ୍ ପରୀକ୍ଷା ପାଇଁ ଆଜିଠୁ ଆବେଦନ ପ୍ରକ୍ରିୟା ଆରମ୍ଭ
ଭୁବନେଶ୍ବର: ଶିକ୍ଷାବର୍ଷ ୨୦୨୬-୨୭ ନିମନ୍ତେ ଦୁଇବର୍ଷିଆ ବିଏଡ୍, ଏମ୍ଏଡ୍, ବିଏଚ୍ଏଡ୍ ପାଠ୍ୟକ୍ରମରେ ନାମଲେଖା ପ୍ରକ୍ରିୟା ଶୀଘ୍ର ଆରମ୍ଭ କରାଯିବା ପାଇଁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ନିଷ୍ପତ୍ତି ଗ୍ରହଣ କରାଯାଇଛି। ଦୁଇବର୍ଷିଆ ବିଏଡ୍, ଏମଏଡ୍, ବିଏଚ୍ଏଡ୍ ପାଠ୍ୟକ୍ରମରେ ଛାତ୍ରଛାତ୍ରୀଙ୍କ ମନୋନୟନ ପ୍ରବେଶିକା ପରୀକ୍ଷା ମାଧ୍ୟମରେ କରାଯିବ। ଏପ୍ରିଲ ୬ ଆବେଦନର ଶେଷ ତାରିଖ ରହିଛି। ଆବେଦନକାରୀଙ୍କ ସମସ୍ତ ତଥ୍ୟ ଓକାକ୍ ପକ୍ଷରୁ ଏପ୍ରିଲ ୧୩ ତାରିଖ ଦିନ ପରୀକ୍ଷା ପରିଚାଳନା କରୁଥିବା ଷ୍ଟେଟ୍ ସିଲେକ୍ସନ ବୋର୍ଡ (ଏସଏସବି)କୁ ପ୍ରଦାନ କରାଯିବ। ମେ’ ୨୭ରେ ପ୍ରବେଶିକା ପରୀକ୍ଷା ପାଇଁ ଆଡ୍ମିଟ୍ କାର୍ଡ ଉପଲବ୍ଧ ହେବ। ମେ’ ୩୧ରେ ବିଏଡ୍ ପାଠ୍ୟକ୍ରମ ଏବଂ ଜୁନ ୩ରେ ଏମ୍ଏଡ୍ ଏବଂ ବିଏଚ୍ଏଡ୍ ପାଠ୍ୟକ୍ରମ ପାଇଁ ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହେବ ବୋଲି ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି।
Powered by Froala Editor