ଆଜି କେତେ ବଢିଛି ସୁନା ଦାମ୍, ଜାଣନ୍ତୁ?
ଭୁବନେଶ୍ବର: ଆଜି ସୁନା ଦର ସାମାନ୍ୟ ବୃଦ୍ଧି ଘଟିଥିବାବେଳେ ରୂପା ଦର କମିଛି। ଆଜି ୨୪ କ୍ୟାରେଟ ସୁନାର ଦାମ୍ ୧୦ଗ୍ରାମ୍ ପ୍ରତି ୪୩୦ଟଙ୍କା ବୃଦ୍ଧି ପାଇ ୧ଲକ୍ଷ ୬୧ହଜାର ୭୮୦ଟଙ୍କାରେ ପହଞ୍ଚିଛି । ଗତକାଲି ୨୪କ୍ୟାରେଟ ସୁନାର ଦାମ୍ ୧ଲକ୍ଷ ୬୧ହଜାର ୩୫୦ ଟଙ୍କା ରହିଥିଲା । ସେହିପରି ୨୨କ୍ୟାରେଟ ସୁନାର ଦାମ୍ ଆଜି ୪୦୦ ଟଙ୍କା ବୃଦ୍ଧି ଘଟିଛି। ୨୨ କ୍ୟାରେଟ ସୁନାର ଦାମ୍ ୧ଲକ୍ଷ ୪୮ହଜାର ୩୦୦ ଟଙ୍କା ହୋଇଛି । ଗତକାଲି ଏହାର ଦାମ୍ ୧ଲକ୍ଷ ୪୭ହଜାର ୯୦୦ ଟଙ୍କା ରହିଥିଲା।
ଅନ୍ୟପଟେ ଆଜି ରୂପା ଦର ହ୍ରାସ ଘଟିଛି। ରୂପା ଦର ୧୦ ହଜାର ଟଙ୍କା ହ୍ରାସ ଘଟି କିଲୋଗ୍ରାମ୍ ପିଛା ୨ଲକ୍ଷ ୯୦ ହଜାର ଟଙ୍କାରେ ପହଞ୍ଚିଛି ।
Powered by Froala Editor