ହୋଟେଲରୁ ଯୁବକଙ୍କ ମୃତଦେହ ଠାବ
ଭୁବନେଶ୍ୱର: ଏୟାରଫିଲ୍ଡ ଥାନା ପୋଖରୀପୁଟରେ ଥିବା ଏକ ଓୟୋ ହୋଟେଲରୁ ଯୁବକଙ୍କ ମୃତଦେହ ଠାବ କରିଛି ପୁଲିସ । ମୃତ ଯୁବକ ହେଲେ ପୁରୁଣା ଭୁବନେଶ୍ୱର ଅଞ୍ଚଳର ବୁବୁନା ପ୍ରଧାନ । ୬ମାସ ହେଲା ଲିଭ୍ ଇନ୍ ରେ ଯବୁକ ଯୁବତୀ ରହୁଥିଲେ । ଗତକାଲି ବିଳମ୍ବିତ ରାତିରେ ପ୍ରେମିକାଙ୍କ ଆଗରେ ଚାଲିଯାଇଥିଲା ପ୍ରେମିକର ଜୀବନ । ଝୁଲନ୍ତା ଅବସ୍ଥାରେ ଯୁବକଙ୍କ ମୃତଦେହ ଉଦ୍ଧାର କରିଥିଲା ପୁଲିସ । ଏହି ସମୟରେ ପ୍ରେମିକା ଜଣଙ୍କ ଫେରାର ହୋଇଥିଲେ । ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇ ପୁଲିସ ତଦନ୍ତ କରୁଛି ।
ବୁବୁନା ଜଣେ ସଫ୍ଟୱେର ଇଞ୍ଜିନିୟର ଏବଂ ସେ ବାଙ୍ଗାଲୁରୁରେ ରହୁଥିଲେ ବୋଲି ଜଣାପଡିଛି । ତାଙ୍କ ମା କହିଛନ୍ତି ଯେ ଜଣେ ଯୁବତୀ ତାଙ୍କ ପୁଅକୁ ଡକାଇଥିଲେ ଏବଂ ତାଙ୍କୁ ହତ୍ୟା କରାଯାଇଛି ।
Powered by Froala Editor