Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Friday, March 13, 2026, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ରାଜ୍ୟଗୁଡିକୁ ୪୦,୦୦୦ ଲିଟର କିରାସିନି ...

  • ଏଲଓସି ନିକଟରୁ ଜବତ ହେଲା ୮ କୋଟିର ହେରୋଇନ

  • ନେତାଙ୍କ ଘରୁ ୫୫ ସିଲିଣ୍ଡର ଜବତ, ପ୍ରତି ...

  • ଭାରତରେ ପର୍ଯ୍ୟାପ୍ତ ଅଶୋଧିତ ତୈଳ ଅଛି : ...

  • ସେଲିବ୍ରେଶନ ସମୟରେ ଜାତୀୟ ପତାକାକୁ ...

  • ମାଲାୟଲମ ଅଭିନେତା ହରି ମୁରଲୀଙ୍କ ...

  • ହର୍ମୁଜ୍ ପ୍ରଣାଳୀରୁ ମୁମ୍ବାଇ ପହଞ୍ଚିଲା ...

  • ସପ୍ତାହରେ ତିନିରୁ ଚାରି ଥର ପିଅନ୍ତୁ ଚା

  • ପେଇଂ ଗେଷ୍ଟଙ୍କୁ ଦିନରେ କେବଳ ୨ ଥର ଖାଦ୍ୟ ...

  • ମୋଦୀଙ୍କ ପରାମର୍ଶ: ରନ୍ଧନ ଗ୍ୟାସ ଅଭାବକୁ ...

Home ›› ›› କ୍ୟାପିଟାଲ ରିଜନ ରିଂରୋଡ଼ ଟେଣ୍ଡର ପ୍ରକ୍ରିୟା ମାର୍ଚ୍ଚ ସୁଦ୍ଧା ହେବ ସମ୍ପୂର୍ଣ୍ଣ

କ୍ୟାପିଟାଲ ରିଜନ ରିଂରୋଡ଼ ଟେଣ୍ଡର ପ୍ରକ୍ରିୟା ମାର୍ଚ୍ଚ ସୁଦ୍ଧା ହେବ ସମ୍ପୂର୍ଣ୍ଣ

2026-02-11 05:37:27
15267
Share:
Facebook
Twitter
E-Mail
WhatsApp
Telegram
 କ୍ୟାପିଟାଲ ରିଜନ ରିଂରୋଡ଼ ଟେଣ୍ଡର ପ୍ରକ୍ରିୟା ମାର୍ଚ୍ଚ ସୁଦ୍ଧା ହେବ ସମ୍ପୂର୍ଣ୍ଣ

ନୂଆଦିଲ୍ଲୀ: ଭୁବନେଶ୍ୱର କ୍ୟାପିଟାଲ ରିଜନ ରିଂରୋଡ଼ ଟେଣ୍ଡର ପ୍ରକ୍ରିୟା ଆସନ୍ତା ମାର୍ଚ୍ଚ ୨୦୨୬ ସୁଦ୍ଧା ସମ୍ପୂର୍ଣ୍ଣ ହୋଇ ନିର୍ମାଣ ଲାଗି ଠିକା ପ୍ରଦାନ କରାଯିବ। ତିନୋଟି ପ୍ୟାକେଜରେ ପ୍ରସ୍ତାବିତ ୧୧୧ କିଲୋମିଟର ଲମ୍ବ ଭୁବନେଶ୍ୱର କ୍ୟାପିଟାଲ ରିଜନ ରିଙ୍ଗରୋଡ଼ ନିର୍ମାଣ ଲାଗି ଏନଏଚଏଆଇ ଟେଣ୍ଡରରେ ଠିକା ସଂସ୍ଥା ଗୁଡ଼ିକର ଅଂଶଗ୍ରହଣ ଉତ୍ସାହଜନକ ରହିଛି। ପ୍ୟାକେଜ-୧ରେ ୨୩ଟି, ପ୍ୟାକେଜ-୨ରେ ୨୫ଟି ଏବଂ ପ୍ୟାକେଜ-୩ରେ ୧୬ଟି ସଂସ୍ଥା ନିର୍ମାଣ ପାଇଁ ଆଗ୍ରହ ପ୍ରକାଶ କରିଛନ୍ତି।

ଭୁବନେଶ୍ୱର ଓ କଟକ ସହରରେ ଟ୍ରାଫିକ ଭିଡ଼ କମାଇବା ପାଇଁ ପ୍ରସ୍ତାବିତ ୧୧୦.୮୭ କିଲୋମିଟର ଲମ୍ବ ରାମେଶ୍ୱର-ଟାଙ୍ଗି ବାଏପାସ ଗ୍ରୀନଫିଲଡ ରାଜପଥ ପ୍ରକଳ୍ପକୁ ଗତ ଅଗଷ୍ଟ ୧୯ରେ କେନ୍ଦ୍ର କ୍ୟାବିନେଟ ଅର୍ଥନୈତିକ ବ୍ୟାପାର କମିଟି ମଞ୍ଜୁର କରିଥିଲା। ଆଧୁନିକ ଜ୍ଞାନକୌଶଳରେ ଏଚଏଏମ ମଡେଲରେ ଛଅଥାକିଆ ରାଜପଥ ନିର୍ମାଣ ଲାଗି ୮୩୦୭.୭୪ କୋଟି ବ୍ୟୟ ଅଟକଳ ରହିଛି। ଏଥିରେ ପରିଚାଳନା ଓ ମରାମତି ଖର୍ଚ୍ଚ ସାମିଲ ଅଛି। ପ୍ରକଳ୍ପ ନିର୍ମାଣ ଅବଧି ୨.୫ ବର୍ଷ ଏବଂ ପରିଚାଳନା ଓ ମରାମତି ସମୟସୀମା ୧୫ ବର୍ଷ ରହିଛି।

ପ୍ରକଳ୍ପ ଜମି ଅଧିଗ୍ରହଣ ବାବଦରେ ୧୦୨୯.୪୩ କୋଟି, ସିଭିଲ କାର୍ଯ୍ୟ ବାବଦରେ ୪୬୪୦.୮୬ କୋଟି, ୟୁଟିଲିଟି ସ୍ଥାନାନ୍ତର ବାବଦରେ ୪୫.୯୧ କୋଟି ଏବଂ ଜଙ୍ଗଲ ଓ ପରିବେଶ ପରିଚାଳନା ବାବଦରେ ୫୦.୬୬ କୋଟି ଖର୍ଚ୍ଚ ଅନ୍ତର୍ଭୁକ୍ତ ରହିଛି। ପ୍ରତି ଏକ କିଲୋମିଟର ରାଜପଥ ନିର୍ମାଣ ବାବଦରେ ହାରାହାରି ୭୪.୯୩ କୋଟି ଖର୍ଚ୍ଚ ପ୍ରସ୍ତାବ ଅଛି। ରାଜପଥ ନିର୍ମାଣ ଲାଗି ଆବଶ୍ୟକ ୮୪୦.୩୯ ହେକ୍ଟର ଜମିର ୫୦ ପ୍ରତିଶତ ଅର୍ଥ ଓଡ଼ିଶା ସରକାର ବହନ କରିବେ। ପ୍ରକଳ୍ପ ଜମି ବାବଦରେ ରାଜ୍ୟ ସରକାର ୨ଶହ କୋଟି ଜମା କରି ସାରିଛନ୍ତି। ପ୍ରସ୍ତାବିତ ବାଏପାସରେ ଦୈନିକ ଯାନବାହନ ଚଳାଚଳ କ୍ଷମତା ୩୦ ହଜାର ରହିଛି ଏବଂ ଦୁଇ ଘଣ୍ଟାରେ ସମୁଦାୟ ରାଜପଥକୁ ଅତିକ୍ରମ କରି ହେବ।

ଭୁବନେଶ୍ୱର କ୍ୟାପିଟାଲ ରିଜନ ଗ୍ରୀନଫିଲଡ ଛଅଥାକିଆ ରିଙ୍ଗରୋଡଟି ଜାତୀୟ ରାଜପଥ ସଂଖ୍ୟା ୧୬ ଅନ୍ତର୍ଗତ ଖୋର୍ଦ୍ଧା ଜିଲା ରାମେଶ୍ୱର ନିକଟସ୍ଥ କୁସପଙ୍ଗୀ ଗ୍ରାମ ଠାରୁ ବାହାରି କଟକ ଜିଲା ଟାଙ୍ଗୀ ନିକଟସ୍ଥ ବନ୍ଦାଳ ଟୋଲ ବ୍ରିଜ ଠାରେ ପୁଣି ଥରେ ଜାତୀୟ ରାଜପଥକୁ ସଂଯୋଗ କରିବ। ନୂତନ ରାଜପଥଟି ଜାତୀୟ ରାଜପଥ ସଂଖ୍ୟା ୫୫, ୫୭ ଓ ୬୫୫କୁ ସଂଯୋଗ ସହ ଅତିକ୍ରମ କରିବ। ଘରୋଇ ଭାଗିଦାରୀ (ଏଚଏଏମ)ରେ ନିର୍ମାଣ ପାଇଁ ପ୍ରସ୍ତାବିତ ଭୁବନେଶ୍ୱର ବାଏପାସ ରାଜ୍ୟର ଖୋର୍ଦ୍ଧା, ଢ଼େଙ୍କାନାଳ ଓ କଟକ ଜିଲ୍ଲାରେ ନିର୍ମାଣ ହେବ। ପ୍ରକଳ୍ପର ୬ଟି ସ୍ଥାନରେ ଇଣ୍ଟରଚେଞ୍ଜ ରହିବ। ଏଥିରେ ସମୁଦାୟ ୫ଟି ବଡ଼ପୋଲ, ୪୪ଟି ଛୋଟପୋଲ, ୩୦୧ଟି କଲଭର୍ଟ ନିର୍ମାଣ ପ୍ରସ୍ତାବ ରହିଛି। 

Powered by Froala Editor

Tags Ring road

Related articles Odisha News Lens 4.1

  • ମାଲାୟଲମ ଅଭିନେତା ହରି ମୁରଲୀଙ୍କ ଦେହାନ୍ତ, କାରଣ ଜଣାପଡ଼ିନାହିଁ
    ଦେଶ-ଦେଶାନ୍ତର

    ମାଲାୟଲମ ଅଭିନେତା ହରି ମୁରଲୀଙ୍କ ଦେହାନ୍ତ, କାରଣ ଜଣାପଡ଼ିନାହିଁ

    14901
    Mar 12, 2026
  • ଭାରତରେ ପର୍ଯ୍ୟାପ୍ତ ଅଶୋଧିତ ତୈଳ ଅଛି : ପେଟ୍ରୋଲିୟମ ମନ୍ତ୍ରୀ
    ଦେଶ-ଦେଶାନ୍ତର

    ଭାରତରେ ପର୍ଯ୍ୟାପ୍ତ ଅଶୋଧିତ ତୈଳ ଅଛି : ପେଟ୍ରୋଲିୟମ ମନ୍ତ୍ରୀ

    15011
    Mar 12, 2026
  • ନେତାଙ୍କ ଘରୁ ୫୫ ସିଲିଣ୍ଡର ଜବତ, ପ୍ରତି ସିଲିଣ୍ଡରକୁ ୨୦୦୦ ଟଙ୍କା ମୂଲ୍ୟରେ ବିକ୍ରି ...
    ଦେଶ-ଦେଶାନ୍ତର

    ନେତାଙ୍କ ଘରୁ ୫୫ ସିଲିଣ୍ଡର ଜବତ, ପ୍ରତି ସିଲିଣ୍ଡରକୁ ୨୦୦୦ ଟଙ୍କା ମୂଲ୍ୟରେ ବିକ୍ରି ...

    15577
    Mar 13, 2026
  • ଏଲଓସି ନିକଟରୁ ଜବତ ହେଲା ୮ କୋଟିର ହେରୋଇନ
    ଦେଶ-ଦେଶାନ୍ତର

    ଏଲଓସି ନିକଟରୁ ଜବତ ହେଲା ୮ କୋଟିର ହେରୋଇନ

    14097
    Mar 13, 2026
  •  ମୋଦୀଙ୍କ ପରାମର୍ଶ: ରନ୍ଧନ ଗ୍ୟାସ ଅଭାବକୁ ନେଇ କୌଣସି ପ୍ରକାର ଆତଙ୍କିତ ହେବାର ନାହିଁ
    ଦେଶ-ଦେଶାନ୍ତର

    ମୋଦୀଙ୍କ ପରାମର୍ଶ: ରନ୍ଧନ ଗ୍ୟାସ ଅଭାବକୁ ନେଇ କୌଣସି ପ୍ରକାର ଆତଙ୍କିତ ହେବାର ନାହିଁ

    15762
    Mar 12, 2026
  • ସପ୍ତାହରେ ତିନିରୁ ଚାରି ଥର ପିଅନ୍ତୁ ଚା
    ବିଶେଷ

    ସପ୍ତାହରେ ତିନିରୁ ଚାରି ଥର ପିଅନ୍ତୁ ଚା

    13585
    Mar 12, 2026
  • ହର୍ମୁଜ୍ ପ୍ରଣାଳୀରୁ ମୁମ୍ବାଇ ପହଞ୍ଚିଲା ଭାରତ ତୈଳ ଟ୍ୟାଙ୍କର୍
    ଦେଶ-ଦେଶାନ୍ତର

    ହର୍ମୁଜ୍ ପ୍ରଣାଳୀରୁ ମୁମ୍ବାଇ ପହଞ୍ଚିଲା ଭାରତ ତୈଳ ଟ୍ୟାଙ୍କର୍

    15411
    Mar 12, 2026
  • ରାଜ୍ୟଗୁଡିକୁ ୪୦,୦୦୦ ଲିଟର କିରାସିନି ଯୋଗାଇ ଦେବାକୁ ନିଷ୍ପତ୍ତି
    ଦେଶ-ଦେଶାନ୍ତର

    ରାଜ୍ୟଗୁଡିକୁ ୪୦,୦୦୦ ଲିଟର କିରାସିନି ଯୋଗାଇ ଦେବାକୁ ନିଷ୍ପତ୍ତି

    13506
    Mar 13, 2026
  • ସେଲିବ୍ରେଶନ ସମୟରେ ଜାତୀୟ ପତାକାକୁ ଅସମ୍ମାନ
    ଖେଳ ଖବର

    ସେଲିବ୍ରେଶନ ସମୟରେ ଜାତୀୟ ପତାକାକୁ ଅସମ୍ମାନ

    13793
    Mar 12, 2026

ଆପଣ ଆଗ୍ରହୀ ହୋଇପାରନ୍ତି

  • ଦେଶ-ଦେଶାନ୍ତର

    ମାଲାୟଲମ ଅଭିନେତା ହରି ମୁରଲୀଙ୍କ ଦେହାନ୍ତ, କାରଣ ଜଣାପଡ଼ିନାହିଁ

    14901
    Mar 12, 2026
  • ଦେଶ-ଦେଶାନ୍ତର

    ପେଇଂ ଗେଷ୍ଟଙ୍କୁ ଦିନରେ କେବଳ ୨ ଥର ଖାଦ୍ୟ ଦେବାପାଇଁ ନିଷ୍ପତ୍ତି

    15485
    Mar 12, 2026
  • ଦେଶ-ଦେଶାନ୍ତର

    ନେତାଙ୍କ ଘରୁ ୫୫ ସିଲିଣ୍ଡର ଜବତ, ପ୍ରତି ସିଲିଣ୍ଡରକୁ ୨୦୦୦ ଟଙ୍କା ମୂଲ୍ୟରେ ବିକ୍ରି କରୁଥିଲେ

    15577
    Mar 13, 2026

Advertisement

ସଂସ୍କୃତି

ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

ଭୁବନେଶ୍ୱର: ରାଜଧାନୀର ଭଞ୍ଜକଳା ମଣ୍ଡପଠାରେ ଡିଜିଟାଲ ଗଣମାଧ୍ୟମ ଜଗତରେ ସ୍ୱତନ୍ତ୍ର ପରିଚିତି ହାସଲ କରିଥିବା ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର ପାଳିତ ହୋଇଛି। କ୍ରୀଡ଼ା, ଯୁବ ବ୍ୟାପାର, ଭାଷା ଓ ସଂସ୍କୃତି ଏବଂ ଉଚ୍ଚ ...

  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    17367
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    17430
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    17778
    Sep 06, 2023
  • ୮୫ ତମ ଉତ୍କଳ ଦିବସ

    16250
    Apr 03, 2021

ବିଶେଷ

  • ସପ୍ତାହରେ ତିନିରୁ ଚାରି ଥର ପିଅନ୍ତୁ ଚା

    13585
    Mar 12, 2026
  • ଏହି ରୋଗୀ ଖାଆନ୍ତୁନି ତରଭୁଜ

    14259
    Mar 11, 2026
  • ପିଲାଙ୍କ ସୋସିଆଲ ସ୍କିଲ୍‌ ପାଇଁ ଆପଣାନ୍ତୁ ଏହିସବୁ ଟିପ୍ସ.....

    15059
    Mar 08, 2026
  • ଏହି ସ୍ଥାନରେ କଳାଜାଇ ଥିଲେ ଖୋଲେ ପୂର୍ବଜନ୍ମର ରହସ୍ୟ

    14814
    Mar 07, 2026
  • ହଠାତ୍ ଭୋକ ଲାଗିବା ବନ୍ଦ ହେଉଥିଲେ, ହୋଇପାରେ ସାଂଘାତିକ ରୋଗ

    15264
    Mar 05, 2026

ବାଣିଜ୍ୟ

ୟୁନିଭରସିଟି ଅଫ୍‌ ୱେଷ୍ଟର୍ଣ୍ଣ ଅଷ୍ଟ୍ରେଲିଆ ଏବଂ ସାଇନ୍ସ ଆଣ୍ଡ ଟେକ୍‌ନୋଲୋଜି (ଏସ୍‌ ଆଣ୍ଡ ଟି) କ୍ଲଷ୍ଟର୍ସ ବିଜ୍ଞାନ ଓ ନବସୃଜନ ସହଯୋଗୀତା ମଜଭୁତ କରିବାକୁ ରଣକୋ÷ଶଳାତ୍ମକ ଏମ୍‌ଓୟୁରେ ସ୍ୱାକ୍ଷର କଲେ

ଭୁବନେଶ୍ୱର: ଦି ୟୁନିଭରସିଟି ଅଫ୍‌ ୱେଷ୍ଟର୍ଣ୍ଣ ଅଷ୍ଟ୍ରେଲିଆ (ୟୁଡବ୍ଲୁ୍ଏ) ଏବଂ ସାଇନ୍ସ ଆଣ୍ଡ୍‌ ଟେକ୍‌ନୋଲୋଜି (ଏସ୍‌ ଆଣ୍ଡ ଟି) କ୍ଲଷ୍ଟର୍ସ (ଅଫିସ ଅଫ୍‌ ଦି ପ୍ରିନସିପାଲ ସାଇଣ୍ଟିଫିକ ...

  • ନିଭାୟେଙ୍ଗେ ଅଲୱେଜ: ଖିମଜୀ ଜୁଏଲର୍ସ ପକ୍ଷରୁ ଚିରକାଳ ପ୍ରତିଶ୍ରୁତିର ଉତ୍ସବ ପାଳନ

    15675
    Feb 23, 2026
  • ୧ ଏପ୍ରିଲରୁ ନୂତନ ଆୟକର ଆଇନ

    15136
    Feb 09, 2026
  • ଓଡ଼ିଶା ଆପାର୍ଟମେଣ୍ଟ ମାଲିକାନା ଓ ପରିଚାଳନା ଆଇନ, ୨୦୨୩ ଅଧୀନରେ ଋୟାଲ ଆର୍କେଡ, ଭୁବନେଶ୍ୱର ଏକ ମାନଦଣ୍ଡ ସ୍ଥାପନ କଲା

    14987
    Feb 08, 2026
  • ଭୁଶୁଡିଲା ସେୟାର ମାର୍କେଟ

    14498
    Feb 01, 2026

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ସପ୍ତାହରେ ତିନିରୁ ଚାରି ଥର ପିଅନ୍ତୁ ଚା

    13585
    Mar 12, 2026
  • ହର୍ମୁଜ୍ ପ୍ରଣାଳୀରୁ ମୁମ୍ବାଇ ପହଞ୍ଚିଲା ଭାରତ ତୈଳ ଟ୍ୟାଙ୍କର୍

    15411
    Mar 12, 2026
  • ଭାରତରେ ପର୍ଯ୍ୟାପ୍ତ ଅଶୋଧିତ ତୈଳ ଅଛି : ପେଟ୍ରୋଲିୟମ ମନ୍ତ୍ରୀ

    15011
    Mar 12, 2026

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In