କୋଟିଏ ଟଙ୍କାର ସୁନା ଗହଣା ଲୁଟିନେଲେ ଲୁଟେରା
ସୋର: ସୁନା ଦୋକାନ କାନ୍ଥ ଭାଙ୍ଗି ଲକର ଚାବି ଖୋଲି ୧ କୋଟି ଟଙ୍କାର ସୁନା, ରୂପା ଗହଣା ଲୁଟି ନେଲେ ଲୁଟେରା । ବାଲେଶ୍ୱର ଜିଲ୍ଲା ସୋର ଥାନା ଫଟା ଅର୍ଜୁନ ଛକରେ ଥିବା ନୀଳମଣି ଜୁଏଲାରୀ ଦୋକାନରେ ଏହିଲୁଟହୋଇଛି। ଦୋକାନୀ ରାଜେନ୍ଦ୍ର କୁମାର ସାହୁଙ୍କ କହିବା ମୁତାବକ ଗତକାଲି ରାତିରେ ଲୁଟେରା ମାନେ ତାଙ୍କ ଦୋକାନ କାନ୍ଥ ଭାଙ୍ଗି ଦୋକାନରେ ପସି ଲକର ଚାବି ଖୋଲି ୫ ଶହ ଗ୍ରାମର ସୁନା ଗହଣା ଲୁଟି ନେଇଛନ୍ତି। ଯାହାର ଆନୁମାନିକ ମୂଲ୍ୟ ୮୦ ଲକ୍ଷ ଟଙ୍କା ହେବ। ୫ କିଲୋ ଓଜନର ରୂପା ଗହଣା ଓ ନଗଦ ୧୦ ହଜାର ଟଙ୍କା ମଧ୍ୟ ଲୁଟ କରି ଫେରାର ହୋଇଯାଇଛନ୍ତି।
Powered by Froala Editor