ଗେମ୍ ପାଇଁ ବଢ଼ିଗଲା ବ୍ଲଡ୍ ପ୍ରେସର, ଫାଟିଗଲା ଯୁବକଙ୍କ ମୁଣ୍ଡ ଶିରା
ଉତ୍ତର ପ୍ରଦେଶର ମେରଠ ଦେହଲୀ ଗେଟ୍ ଥାନା ଅଞ୍ଚଳରୁ ଏକ ହୃଦୟବିଦାରକ ଘଟଣା ସାମ୍ନାକୁ ଆସିଛି। ଅନଲାଇନ୍ ଗେମ୍ ଖେଳୁଥିବା ସମୟରେ ଜଣେ ୨୨ ବର୍ଷୀୟ ଯୁବକଙ୍କର ମୃତ୍ୟୁ ହୋଇଛି। ପରିବାର ଲୋକଙ୍କ କହିବା ଅନୁଯାୟୀ, ଗେମ୍ ଖେଳୁଥିବା ସମୟରେ ତାଙ୍କର ହଠାତ୍ ବ୍ଲଡ୍ ପ୍ରେସର ଅତ୍ୟଧିକ ବଢ଼ିଯାଇଥିଲା, ଯାହା ପରେ ତାଙ୍କର ଅବସ୍ଥା ଗୁରୁତର ହୋଇପଡ଼ିଥିଲା। ଡାକ୍ତରମାନେ ମୃତ୍ୟୁର କାରଣ ବ୍ରେନ୍ ହେମରେଜ୍ ବୋଲି ସନ୍ଦେହ ପ୍ରକାଶ କରିଛନ୍ତି।
ମିରଟର ଦେହଲିଗଟ୍ ଥାନା ଅଞ୍ଚଳରେ ଖେରନଗର ଗୁଲର ଗଳିରେ ବାସ କରୁଥିଲେ ଏହି ମୁସଲିମ୍ ପରିବାର । ପ୍ରପର୍ଟି ଡିଲର ଫାରୁକ ୨୨ ବର୍ଷୀୟ ପୁଅ ମହମ୍ମଦ କେଫ୍ । ଶୁକ୍ରବାର ରାତିରେ ସେ ହେଡଫୋନ୍ ଲଗାଇ ମୋବାଇଲରେ ପବଜି ଗେମ୍ ଖେଳୁଥିଲେ । ପରିବାର ଲୋକଙ୍କ କହିବାନୁସାରେ, କେଫ୍ ବିଳମ୍ୱିତ ରାତି ପର୍ଯ୍ୟନ୍ତ ହେଡ୍ ଫୋନ ଲଗାଇ ମୋବାଇଲ ଚଲାଉଥିଲେ । ବିଳମ୍ୱିତ ରାତି ଯାଏଁ ପାଖାପାଖି ୩ଟା ପର୍ଯ୍ୟନ୍ତ ଗେମ୍ ଖେଳୁ ଖେଳୁ କେଫ୍ ଖଟରୁ ତଳକୁ ପଡ଼ିଯାଇଥିଲେ । ଏହା ଦେଖି ପରିବାର ଲୋକ ତୁରନ୍ତ ତାଙ୍କୁ ଡାକ୍ତରଖାନା ନେଇଥିଲେ । ସେତବେଳକୁ ତାଙ୍କ ବ୍ଲଡ୍ ପ୍ରେସର୍ ୩୦୦ ପାର୍ କରିସାରିଥିଲା । ଦେଖୁ ଦେଖୁ କିଛି ସମୟ ପରେ ସେ ବେହୋଶ ହୋଇ ଭୂମିରେ ପଡ଼ିଯାଇଥିଲେ।
ପରିବାର ଲୋକେ ତୁରନ୍ତ ତାଙ୍କୁ ନିକଟସ୍ଥ ହସ୍ପିଟାଲକୁ ନେଇଯାଇଥିଲେ । କିନ୍ତୁ ସେଠାରେ ତାଙ୍କର ଅବସ୍ଥା ଗୁରୁତର ହେବାରୁ ଦିଲ୍ଲୀର ସଫଦରଜଙ୍ଗ ହସ୍ପିଟାଲକୁ ରେଫର୍ କରାଯାଇଥିଲା। ସେଠାରେ ଦୁଇ ଦିନ ଧରି ଚିକିତ୍ସା ଚାଲିଥିଲା, କିନ୍ତୁ ଡାକ୍ତରଙ୍କ ଅନେକ ଚେଷ୍ଟା ସତ୍ତ୍ୱେ ତାଙ୍କୁ ବଞ୍ଚାଇ ପାରାଯାଇନି।
ହସ୍ପିଟାଲ ସୂତ୍ର ଅନୁଯାୟୀ, ଭର୍ତ୍ତି ସମୟରେ କାଫଙ୍କ ବ୍ଲଡ୍ ପ୍ରେସର ୩୦୦ ରୁ ଅଧିକ ଥିଲା, ଯାହାକୁ ଡାକ୍ତରମାନେ ଅତ୍ୟନ୍ତ ବିପଜ୍ଜନକ ଅବସ୍ଥା ବୋଲି କହିଛନ୍ତି। ତାଙ୍କର ଗେମିଂ ଆସକ୍ତି ବିଷୟରେ ସେମାନେ ପୂର୍ଣ୍ଣ ଭାବେ ଅବଗତ ନଥିଲେ। ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ, କାଫ୍ ପ୍ରାୟତଃ ଘଣ୍ଟା ଘଣ୍ଟା ଧରି ମୋବାଇଲ୍ରେ ଗେମ୍ ଖେଳୁଥିଲେ।
ଏହା ପୂର୍ବରୁ ଗାଜିଆବାଦରେ ମଧ୍ୟ ଗେମିଂ ଆସକ୍ତି କାରଣରୁ ତିନି ଭଉଣୀଙ୍କ ଆତ୍ମହତ୍ୟା ଘଟଣା ସାମ୍ନାକୁ ଆସିଥିଲା। ଅତ୍ୟଧିକ ମାନସିକ ଚାପ, ଉତ୍ତେଜନା ଓ ଦୀର୍ଘ ସମୟ ଧରି ସ୍କ୍ରିନ୍ରେ ଲଗି ରହିବା ଯୁବମାନଙ୍କ ସ୍ୱାସ୍ଥ୍ୟ ପାଇଁ ଗଭୀର ସମସ୍ୟା ସୃଷ୍ଟି କରିପାରେ।
Powered by Froala Editor