ଏଣିକି ଅଙ୍ଗନବାଡ଼ି ପିଲା ପିନ୍ଧିବେ ଉଚ୍ଚମାନର ୟୁନିଫର୍ମ
ଭୁବନେଶ୍ୱର: ବଢ଼ିଲା ଅଙ୍ଗନବାଡ଼ି ଶିଶୁଙ୍କ ପୋଷାକକର ସରକାରୀ ମୂଲ୍ୟ । ଏଣିକି ଅଙ୍ଗନବାଡ଼ି ପିଲା ପିନ୍ଧିବେ ଉଚ୍ଚମାନର ୟୁନିଫର୍ମ । ବାଳକଙ୍କ ପୋଷାକ ମୂଲ୍ୟ ୧୦୦ଟଙ୍କାରୁ ୧୭୫ ଟଙ୍କା ହୋଇଛି । ସେହିପରି ବାଳିକାଙ୍କ ପୋଷାକ ମୂଲ୍ୟ ୧୫୦ରୁ ବଢ଼ି ୨୫୦ ଟଙ୍କା ହୋଇଛି । ଜୋତା ପାଇଁ ଖର୍ଚ୍ଚ ହେଉଥିବା ୧୦୦ ଟଙ୍କା ବଢ଼ି ୧୫୦ ଟଙ୍କା ହୋଇଛି । ସୂଚନା ମୁତାବକ, ମାଳତୀ ଦେବୀ ପ୍ରାକ୍ ବିଦ୍ୟାଳୟ ପିଲାଙ୍କ ପୋଷାକ ପାଇଁ ଅଧିକ ଟଙ୍କା ଦେବେ ସରକାର। ୩ ରୁ ୬ ବର୍ଷ ପ୍ରାକ୍-ବିଦ୍ୟାଳୟ ଶିଶୁମାନଙ୍କୁ ପ୍ରଦାନ କରାଯାଉଥିବା ୟୁନିଫର୍ମ ଡ୍ରେସ୍, ଜୋତା ଓ ମୋଜା ଏବଂ ପ୍ଲେଟରର ମୂଲ୍ୟରେ ଓଡ଼ିଶା ସରକାର ଏକ ସଂଶୋଧନ ପାଇଁ ଅନୁମୋଦନ କରିଛନ୍ତି । ଅନୁମୋଦିତ ନିଷ୍ପଭି ଅନୁଯାୟୀ, ବାଳକଙ୍କ ପୋଷାକ ମୂଲ୍ୟ ୧୦୦ ଟଙ୍କା ରୁ ୧୭୫ ଟଙ୍କାକୁ ବୃଦ୍ଧି ପାଇଛି। ବାଳିକାଙ୍କ ପୋଷାକ ମୂଲ୍ୟ ୧୦୦ ଟଙ୍କାରୁ ୧୫୦ ଟଙ୍କାକୁ ବୃଦ୍ଧି ହୋଇଛି । ସେହିପରି ଜୋତା ଓ ମୋଜା ପାଇଁ ୧୦୦ ରୁ ୧୫୦ ଟଙ୍କାକୁ ବୃଦ୍ଧି ପାଇଥିବା ବେଳେ ସ୍ବେଟର ମୂଲ୍ୟ ୧୫୦ ଟଙ୍କାରୁ ୨୦୦ ଟଙ୍କାକୁ ବୃଦ୍ଧି ପାଇଛି।ଏହି ସଂଶୋଧିତ ମୂଲ୍ୟ ୨୦୨୬-୨୭ ଆର୍ଥିକ ବର୍ଷରୁ କାର୍ୟ୍ୟକାରୀ ହେବ । ଏହା ଦ୍ବାରା ରାଜ୍ୟର ୭୪,୨୨୪ ଟି ଅଙ୍ଗନୱାଡ଼ି କେନ୍ଦ୍ରରେ ନାମ ଲେଖାଇଥିବା ପ୍ରାୟ ୧୪.୭୬ ଲକ୍ଷରୁ ଅଧିକ ପ୍ରାକ୍-ବିଦ୍ୟାଳୟ ଶିଶୁ ଉପକୃତ ହେବେ । ଏହି ଅତିରିକ୍ତ ବ୍ୟୟ ବରାଦକୁ ସମ୍ପୂର୍ଣ୍ଣ ଭାବେ ରାଜ୍ୟ ସରକାର ବହନ କରିବେ ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ସୂଚନା ଦେଇଛନ୍ତି।
Powered by Froala Editor