ଆଜି ଛତିଶଗଡ଼ ଗସ୍ତ କରିବ ମହାନଦୀ ବଞ୍ଚାଓ ଆନ୍ଦୋଳନର ପ୍ରତିନିଧି ମଣ୍ଡଳୀ
ଭୁବନେଶ୍ୱର: ମହାନଦୀ ପାଣିକୁ ନେଇ ବିବାଦ । ଆଜି ଛତିଶଗଡ଼ ଗସ୍ତ କରିବ ମହାନଦୀ ବଞ୍ଚାଓ ଆନ୍ଦୋଳନର ପ୍ରତିନିଧି ମଣ୍ଡଳୀ । କଲମା ବ୍ୟାରେଜ ତଳେ ନିର୍ମିତ ବାଲି ବନ୍ଧ କୁ ପରିଦର୍ଶନ କରିବ ଏହି ଟିମ୍ । । ଛତିଶଗଡ଼ରେ ମହାନଦୀ ସୁରକ୍ଷା ପାଇଁ କାର୍ୟ୍ୟ କରୁଥିବା ସଂଗଠନ ସହିତ ଏହି ପ୍ରତିନିଧି ଦଳ ଆଲୋଚନା କରିବ ।
ଆଜି ଝାରସୁଗୁଡାରେ ରାତ୍ରିଯାପନ କରି ଆସନ୍ତାକାଲି କଲମା ବ୍ୟାରେଜ, ତାର ତଳ ମୁଣ୍ଡରେ ଥିବା ବାଲି ବନ୍ଧ, ମହାନଦୀ ଓଡିଶାକୁ ପ୍ରବେଶ କରୁଥିବା ସ୍ଥାନ ଶୁଖାଶୋଡା ଅଞ୍ଚଳ ପରିଦର୍ଶନ କରିବେ । ପରିଦର୍ଶନ କରି ଆସିବା ପରେ ୨୯ ତାଟିଖରେ ଝାରସୁଗୁଡା ର ବୁଦ୍ଧିଜୀବୀ ଓ ନଦୀ ପାଇଁ ଚିନ୍ତିତ ବ୍ୟକ୍ତି ବିଶେଷଙ୍କ ସହିତ ଆଲୋଚନା କରିବ ।
Powered by Froala Editor