ବରକୁ ନେଇ ଘୋଡା ଫେରାର...ଯିଏ ଦେଖୁଛନ୍ତି ଭିଡିଓ, ହସୁଛନ୍ତି

ଘୋଡାରେ ସବାର ହୋଇ କନ୍ୟା ଘରକୁ ଆସୁଥିଲା ବର । ହେଲେ ବରକୁ ନେଇ ପଳାଇଲା ଘୋଡା । ବରଯାତ୍ରୀମାନେ କାର୍ ଓ ବାଇକ୍ ଧରି ଘୋଡା ପଛରେ ଦୌଡିଥିଲେ । ପ୍ରାୟ ୪ କି.ମି ପରେ ଘୋଡା ସହ ବରକୁ ଧରିଛନ୍ତି ବରଯାତ୍ରୀ । ଏଭଳି ଘଟଣା ରାଜସ୍ଥାନରେ ଘଟିଛି । ତେବେ ସୋସିଆଲ ମିଡିଆରେ ଏହି ଭିଡିଓ ଭାଇରାଲ ହେବା ପରେ ଯିଏ ଦେଖୁଛନ୍ତି ହସୁଛନ୍ତି ।
ରାଜସ୍ଥାନର ଅଜମେରର ନାସିରାବାଦରେ ଯେତେବେଳେ ବିବାହ ସମୟରେ ବରଯାତ୍ରୀମାନେ ଡିଜେରେ ନାଚୁଥିଲେ, ସେତେବେଳେ ବର ଏକ ଘୋଡା ଉପରେ ବସିଥିଲା । ଏହି ସମୟରେ ହଠାତ୍ ଏକ ବାଣ ଫୁଟିଥିଲା ଏବଂ ବାଣ ଶବ୍ଦରେ ଘୋଡା ବିଚଳିତ ହୋଇ ବରକୁ ନେଇ ପଳାଇଥିଲା। ଘୋଡାଟି ବରକୁ ନେଇ ଚାରି କିଲୋମିଟର ପର୍ଯ୍ୟନ୍ତ ପଳାଇଥିଲା । ବରଯାତ୍ରୀମାନେ ନାଚିବା ଛାଡି କାର୍ ଏବଂ ବାଇକ୍ ଯୋଗେ ଘୋଡା ପଛରେ ଗୋଡାଇଥିଲେ । ଘୋଡା ବରକୁ ନେଇ ପ୍ରାୟ ଚାରି କିଲୋମିଟର ପରେ ଅଟକି ଯାଇଥିଲା ।
Powered by Froala Editor