ଓଡ଼ିଶା ସରକାରଙ୍କ ବିଭିନ୍ନ ବିଭାଗର ସଚିବଙ୍କ ସହ ବୈଠକ
ଭୁବନେଶ୍ୱର: ନୀତି ଆୟୋଗର ଉପାଧ୍ୟକ୍ଷ ସୁମନ କୁମାର ବେରୀ ଲୋକ ସେବା ଭବନରେ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ, ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ଦେଓ ରଞ୍ଜନ କୁମାର ସିଂ, ଓଡ଼ିଶା ସରକାରଙ୍କ ବିଭିନ୍ନ ବିଭାଗର ସଚିବଙ୍କ ସହ ଏକ ବୈଠକରେ ଯୋଗ ଦେଇ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଥିଲେ l ଏଥିରେ ନୀତି ଆୟୋଗର ସଦସ୍ୟ ଡଃ ଅରବିନ୍ଦ ଭିରମାନୀଙ୍କ ସମେତ ଅନ୍ୟ ପଦାଧିକାରୀମାନେ ମଧ୍ୟ ଉପସ୍ଥିତ ଥିଲେ l ବୈଠକରେ ଓଡ଼ିଶାର ଆର୍ଥିକ ଓ ସାମଗ୍ରିକ ବିକାଶ, ଶିଳ୍ପ ଓ ନିବେଶ ପ୍ରୋତ୍ସାହନ, ଇଜ ଅଫ ଡୁଇଂ ବିଜିନେସ, ଭିତ୍ତିଭୂମି ଉନ୍ନତି, ଢାଞ୍ଚାଗତ ବିକାଶ, ଶକ୍ତି, ସହରାଞ୍ଚଳ ବିକାଶ, ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା, ଶିକ୍ଷା, ଜନଜାତି କଲ୍ୟାଣ ତଥା ସାମାଜିକ କ୍ଷେତ୍ର ଆଦି ବିକାଶ ସମ୍ପର୍କିତ ବିଭିନ୍ନ ବିଷୟରେ ଆଲୋଚନା ହୋଇଛି l ବିକଶିତ ଓଡ଼ିଶା ୨୦୩୬ ତଥା ବିକଶିତ ଭାରତ ୨୦୪୭ ଦୃଷ୍ଟିକୋଣ ଲକ୍ଷ୍ୟ ରଖି ଓଡ଼ିଶା ଭିଜନ କାର୍ଯ୍ୟକାରିତା ନେଇ ବିଭିନ୍ନ ବିଷୟରେ ପୁଙ୍ଖାନୁପୁଙ୍ଖ ଆଲୋଚନା ହୋଇଥିଲା l
Powered by Froala Editor