Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Saturday, February 21, 2026, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ହୃଦୟ ପାଇଁ ବହୁତ ଲାଭଦାୟକ ରସୁଣ

  • ସୁଲତାନପୁର କୋର୍ଟରେ ରାହୁଲ

  • ବିନୋଦ ଜାଖଡ ଛାତ୍ର କଂଗ୍ରେସର ନୂତନ ...

  • ଇଣ୍ଡିଆ ଏଆଇ ଇମ୍ପାକ୍ଟ ସମ୍ମିଳନୀରେ ...

  • MANAV ଭିଜନ୍‌ ଉନ୍ମୋଚନ କଲେ ପ୍ରଧାନମନ୍ତ୍ରୀ

  • ୨୭ରେ ମୁକ୍ତିଲାଭ କରିବ "କାନ୍ଦ ମାଷ୍ଟ୍ରେ’

  • ବାଣ ବିସ୍ଫୋରଣରେ ମା- ୩ବର୍ଷର ଝିଅ ମୃତ

  • ଚାଷ ଉଜାଡ଼ିଲା ଅବକାରୀ : ଅଫିମକୁ ଚାଇନା ଶାଗ ...

  • ଏପଷ୍ଟିନ୍‌ ଲିଙ୍କ୍‌, ବ୍ରିଟେନ୍‌ର ...

  • ଦେଶକୁ ନକ୍ସଲମୁକ୍ତ କରିବାକୁ ବଡ଼ ଅପରେସନ ...

ରାଜ୍ୟ
Home ›› ରାଜ୍ୟ ››ଜନବସତି ବିହୀନ ଉଡାବାଲି ଦ୍ୱୀପରେ ଜାତୀୟ ପତାକା ଉତ୍ତୋଳନ କାର୍ଯ୍ୟକ୍ରମ

ଜନବସତି ବିହୀନ ଉଡାବାଲି ଦ୍ୱୀପରେ ଜାତୀୟ ପତାକା ଉତ୍ତୋଳନ କାର୍ଯ୍ୟକ୍ରମ

2026-01-23 08:01:45
14055
Share:
Facebook
Twitter
E-Mail
WhatsApp
Telegram
ଜନବସତି ବିହୀନ ଉଡାବାଲି ଦ୍ୱୀପରେ ଜାତୀୟ ପତାକା ଉତ୍ତୋଳନ କାର୍ଯ୍ୟକ୍ରମ

ଭଦ୍ରକ: ୭୭ତମ ସାଧାରଣତନ୍ତ୍ର ଦିବସ ଅବ୍ୟବହିତ ପୂର୍ବରୁ ଓଡ଼ିଶା ପୋଲିସ ପକ୍ଷରୁ  ଭଦ୍ରକ ଜିଲ୍ଲା ଅନ୍ତର୍ଗତ ଧାମରା ବନ୍ଦର ନିକଟସ୍ଥ ଜନବସତି ବିହୀନ ଉଡାବାଲି ଦ୍ୱୀପରେ ଜାତୀୟ ପତାକା ଉତ୍ତୋଳନ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି।ଏହି ଅବସରରେ ଆୟୋଜିତ ଏକ ସ୍ଵତନ୍ତ୍ର କାର୍ଯ୍ୟକ୍ରମରେ  ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଯୋଗେଶ ବାହାଦୁର ଖୁରାନିଆ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିବା ସହ ଦେଶର ଉପକୂଳ ସୁରକ୍ଷାରେ ନିରନ୍ତର ସେବା ଯୋଗାଉଥିବା ସୁରକ୍ଷା ବାହିନୀଙ୍କ ସାହସ, ତ୍ୟାଗ ଓ କର୍ତ୍ତବ୍ୟନିଷ୍ଠା ପ୍ରତି  କୃତଜ୍ଞତା ପ୍ରକାଶ କରିଛନ୍ତି।
ଏହି ଅବସରରେ ସମୁଦ୍ର ତଟ ସୁରକ୍ଷା ବ୍ୟବସ୍ଥାକୁ ଅଧିକ ସଶକ୍ତ  ଓ ଆଧୁନିକ କରିବା ପାଇଁ ଓଡ଼ିଶା ପୋଲିସ ତରଫରୁ ଦୀର୍ଘମିଆଦି ଯୋଜନା ଆରମ୍ଭ କରାଯାଇଛି ବୋଲି ଡିଜିପି ସୂଚନା ଦେଇଥିଲେ । ଏଥି ନିମନ୍ତେ ଚଳିତ ବର୍ଷ ରାଜ୍ୟ ସରକାର ବାର୍ଷିକ ବଜେଟରେ ₹୧୪୯  କୋଟି ଟଙ୍କା ମଞ୍ଜୁର କରିଛନ୍ତି ବୋଲି କହିଥିଲେ। ଉକ୍ତ ଅର୍ଥରାଶିକୁ ବିନିଯୋଗ କରି  ସାମୁଦ୍ରିକ ପାଟ୍ରୋଲିଂ ପାଇଁ ଯନ୍ତ୍ର ଚାଳିତ ବୋଟ, ଟ୍ରଲର, ପ୍ରତ୍ୟେକ ସାମୁଦ୍ରିକ ଥାନା ପାଇଁ ଡ୍ରୋନ, ନୌସେନା ବିଶେଷଜ୍ଞ ଓ ବୈଷୟିକ ପରାମର୍ଶଦାତାଙ୍କୁ  ନିୟୋଜନ, ମାଛ ଧରା ଅବତରଣ କେନ୍ଦ୍ରରେ ସ୍ୱତନ୍ତ୍ର ସାମୁଦ୍ରିକ ପୋଲିସ ଅଧିକାରୀଙ୍କୁ ନିୟୋଜିତ କରିବା ଏବଂ ସମସ୍ତ ସାମୁଦ୍ରିକ ଥାନା ଗୁଡିକରେ କମ୍ୟୁନିଟି ପୋଲିସିଂ ଭଳି  କାର୍ଯ୍ୟକୁ ତ୍ୱରାନ୍ୱିତ କରାଯାଉଛି ବୋଲି ସେ କହିଥିଲେ ।

ଏହା ସହିତ ମାଛ ଧରା କେନ୍ଦ୍ରଗୁଡ଼ିକରେ CCTV କ୍ୟାମେରା ସ୍ଥାପନ କରାଯିବା ସହ ସାମୁଦ୍ରିକ  ପୋଲିସ ଥାନାଗୁଡିକରେ ନିୟନ୍ତ୍ରଣ କେନ୍ଦ୍ର ପ୍ରତିଷ୍ଠା କରିବାକୁ ପଦକ୍ଷେପ ନିଆଯାଉଛି ।  ଏହି ସମସ୍ତ ବ୍ୟବସ୍ଥାକୁ ଭୁବନେଶ୍ୱରର ଏକ ଅତ୍ୟାଧୁନିକ  କମାଣ୍ଡ ଓ କଣ୍ଟ୍ରୋଲ ସେଣ୍ଟର ସହ ଯୋଡ଼ାଯିବ ଏବଂ ଆଗାମୀ ଦିନରେ ଏହା ମହତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ ବୋଲି ଡିଜିପି କହିଥିଲେ । ଉପକୂଳ ସୁରକ୍ଷାକୁ ସଶକ୍ତ କରିବାକୁ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିଥିବାରୁ ସେ ରାଜ୍ୟ ସରକାରଙ୍କୁ କୃତଜ୍ଞତା ପ୍ରକାଶ କରିଥିଲେ।   

ଏହି ଅବସରରେ କାର୍ଯ୍ୟକ୍ରମକୁ ସଫଳ କରିବାରେ ଅଗ୍ରଣୀ ଭୂମିକା ଗ୍ରହଣ କରିଥିବା ଭାରତୀୟ ନୌସେନା, ଭାରତୀୟ ଉପକୂଳ ସୁରକ୍ଷା, ଶୁଳ୍କ ବିଭାଗ, ରାଜ୍ୟ ପୋଲିସ, ରାଜ୍ୟ ସରକାରଙ୍କ ମତ୍ସ୍ୟ ବିଭାଗ, ଗୁଇନ୍ଦା ବିଭାଗ, ଜଙ୍ଗଲ ବିଭାଗ, ସ୍ଥାନୀୟ ବାସିନ୍ଦା ଏବଂ ମତ୍ସ୍ୟଜୀବୀଙ୍କୁ ଡିଜିପି ଧନ୍ୟବାଦ ଜଣାଇଥିଲେ। 

ଉଲ୍ଲେଖଯୋଗ୍ୟ ଯେ, ୨୦୨୪ ମସିହା ନଭେମ୍ବର ମାସରେ ଓଡ଼ିଶାରେ ଆୟୋଜିତ ସର୍ବଭାରତୀୟ ଆରକ୍ଷୀ ମହାନିର୍ଦ୍ଦେଶକ ସମ୍ମିଳନୀ ଅବସରରେ ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉପକୂଳ ରାଜ୍ୟଗୁଡ଼ିକର ଜନବସତି ବିହୀନ ଦ୍ୱୀପଗୁଡ଼ିକରେ ସାଧାରଣତନ୍ତ୍ର ଦିବସ କିମ୍ବା ତାହା ପୂର୍ବ ଦିନ ଜାତୀୟ ପତାକା ଉତ୍ତୋଳନ କରିବାକୁ ନିର୍ଦ୍ଦେଶ ଦେଇଥିଲେ।

ପ୍ରଧାନମନ୍ତ୍ରୀଙ୍କ ଏହି ନିର୍ଦ୍ଦେଶକୁ କାର୍ଯ୍ୟକାରୀ କରିବା ନିମନ୍ତେ ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓଡ଼ିଶାର ଜନବସତି ବିହୀନ ଉପକୂଳ ଦ୍ୱୀପକୁ ଚିହ୍ନଟ କରି ସେଠାରେ ଜାତୀୟ ପତାକା ଉତ୍ତୋଳନ କରିବା ପାଇଁ ଡିଜିପି ଯୋଗେଶ ବାହାଦୁର ଖୁରାନିଆଙ୍କୁ ନିର୍ଦ୍ଦେଶ ଦେଇଥିଲେ।

ସେହି ଅନୁଯାୟୀ ଆଗାମୀ ତିନି ଦିନ ମଧ୍ୟରେ କନିକା ସ୍ୟାଣ୍ଡସ , ଲଙ୍ଗ ହ୍ଵିଲର (ବାବୁବାଲି), କୋକୋନଟ ହ୍ଵିଲର, ସ୍ମଲ ହ୍ଵିଲର, ନୟାଟାପୁ, ବୁଦ୍ଧିଆବାଲି, କେନ୍ଦ୍ରାପଡ଼ା ଜିଲ୍ଲାର ହୁକିଟୋଲା ଦ୍ଵୀପ, କାଦୁଆପାଳ, ଧାନୀଛଡା ଏବଂ ପୁରୀ ଜିଲ୍ଲାର ପାରିକୁଦ, ନଳବଣ, କାଳିଜାଇ ଦ୍ଵୀପରେ ଜାତୀୟ ପତାକା ଉତ୍ତୋଳନ ନିମନ୍ତେ ଯୋଜନା ରହିଛି ।

ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ (ରେଳବାଇ ଓ ଉପକୂଳ ସୁରକ୍ଷା) ଅରୁଣ ବୋଥ୍ରା, ଡିଆଇଜି (ପୂର୍ବାଞ୍ଚଳ) ପିନାକ ମିଶ୍ର, ଭଦ୍ରକ ଏସପି  ମନୋଜ ରାଉତ, ଏଆଇଜି (ମେରାଇନ) ସତ୍ୟଜିତ ମିଶ୍ରଙ୍କ ସମେତ ବହୁ ବରିଷ୍ଠ ପୋଲିସ ଅଧିକାରୀ ଉପସ୍ଥିତ ରହିଥିଲେ।

Powered by Froala Editor

Tags Flag hosting

Related articles Odisha News Lens 4.1

  • ବାଣ ବିସ୍ଫୋରଣରେ ମା- ୩ବର୍ଷର ଝିଅ ମୃତ
    ଜିଲ୍ଲା ପରିକ୍ରମା

    ବାଣ ବିସ୍ଫୋରଣରେ ମା- ୩ବର୍ଷର ଝିଅ ମୃତ

    15535
    Feb 20, 2026
  • ସୁଲତାନପୁର କୋର୍ଟରେ ରାହୁଲ
    ଦେଶ-ଦେଶାନ୍ତର

    ସୁଲତାନପୁର କୋର୍ଟରେ ରାହୁଲ

    14711
    Feb 20, 2026
  • ୨୭ରେ ମୁକ୍ତିଲାଭ କରିବ
    ମନୋରଞ୍ଜନ

    ୨୭ରେ ମୁକ୍ତିଲାଭ କରିବ "କାନ୍ଦ ମାଷ୍ଟ୍ରେ’

    14789
    Feb 20, 2026
  • ଚାଷ ଉଜାଡ଼ିଲା ଅବକାରୀ : ଅଫିମକୁ ଚାଇନା ଶାଗ କହି ଦେଇଥିଲେ ମଞ୍ଜି
    ଅପରାଧ

    ଚାଷ ଉଜାଡ଼ିଲା ଅବକାରୀ : ଅଫିମକୁ ଚାଇନା ଶାଗ କହି ଦେଇଥିଲେ ମଞ୍ଜି

    14245
    Feb 20, 2026
  • MANAV ଭିଜନ୍‌ ଉନ୍ମୋଚନ କଲେ ପ୍ରଧାନମନ୍ତ୍ରୀ
    ଦେଶ-ଦେଶାନ୍ତର

    MANAV ଭିଜନ୍‌ ଉନ୍ମୋଚନ କଲେ ପ୍ରଧାନମନ୍ତ୍ରୀ

    14455
    Feb 20, 2026
  • ଇଣ୍ଡିଆ ଏଆଇ ଇମ୍ପାକ୍ଟ ସମ୍ମିଳନୀରେ କଂଗ୍ରେସ କର୍ମୀଙ୍କ  ପ୍ରତିବାଦ ପ୍ରଦର୍ଶନ
    ଦେଶ-ଦେଶାନ୍ତର

    ଇଣ୍ଡିଆ ଏଆଇ ଇମ୍ପାକ୍ଟ ସମ୍ମିଳନୀରେ କଂଗ୍ରେସ କର୍ମୀଙ୍କ ପ୍ରତିବାଦ ପ୍ରଦର୍ଶନ

    13901
    Feb 20, 2026
  • ଏପଷ୍ଟିନ୍‌ ଲିଙ୍କ୍‌,  ବ୍ରିଟେନ୍‌ର ପୂର୍ବତନ ଯୁବରାଜ ଗିରଫ
    ଦେଶ-ଦେଶାନ୍ତର

    ଏପଷ୍ଟିନ୍‌ ଲିଙ୍କ୍‌, ବ୍ରିଟେନ୍‌ର ପୂର୍ବତନ ଯୁବରାଜ ଗିରଫ

    14380
    Feb 20, 2026
  • ଦେଶକୁ ନକ୍ସଲମୁକ୍ତ କରିବାକୁ ବଡ଼ ଅପରେସନ ଆରମ୍ଭ
    ଦେଶ-ଦେଶାନ୍ତର

    ଦେଶକୁ ନକ୍ସଲମୁକ୍ତ କରିବାକୁ ବଡ଼ ଅପରେସନ ଆରମ୍ଭ

    13827
    Feb 20, 2026
  • ହୃଦୟ ପାଇଁ ବହୁତ ଲାଭଦାୟକ ରସୁଣ
    ବିଶେଷ

    ହୃଦୟ ପାଇଁ ବହୁତ ଲାଭଦାୟକ ରସୁଣ

    15370
    Feb 21, 2026

ଆପଣ ଆଗ୍ରହୀ ହୋଇପାରନ୍ତି

  • ଦେଶ-ଦେଶାନ୍ତର

    ଏପଷ୍ଟିନ୍‌ ଲିଙ୍କ୍‌, ବ୍ରିଟେନ୍‌ର ପୂର୍ବତନ ଯୁବରାଜ ଗିରଫ

    14380
    Feb 20, 2026
  • ଅପରାଧ

    ଚାଷ ଉଜାଡ଼ିଲା ଅବକାରୀ : ଅଫିମକୁ ଚାଇନା ଶାଗ କହି ଦେଇଥିଲେ ମଞ୍ଜି

    14245
    Feb 20, 2026
  • ବିଶେଷ

    ହୃଦୟ ପାଇଁ ବହୁତ ଲାଭଦାୟକ ରସୁଣ

    15370
    Feb 21, 2026

Advertisement

ସଂସ୍କୃତି

ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

ଭୁବନେଶ୍ୱର: ରାଜଧାନୀର ଭଞ୍ଜକଳା ମଣ୍ଡପଠାରେ ଡିଜିଟାଲ ଗଣମାଧ୍ୟମ ଜଗତରେ ସ୍ୱତନ୍ତ୍ର ପରିଚିତି ହାସଲ କରିଥିବା ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର ପାଳିତ ହୋଇଛି। କ୍ରୀଡ଼ା, ଯୁବ ବ୍ୟାପାର, ଭାଷା ଓ ସଂସ୍କୃତି ଏବଂ ଉଚ୍ଚ ...

  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    17346
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    17412
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    17758
    Sep 06, 2023
  • ୮୫ ତମ ଉତ୍କଳ ଦିବସ

    16232
    Apr 03, 2021

ବିଶେଷ

  • ହୃଦୟ ପାଇଁ ବହୁତ ଲାଭଦାୟକ ରସୁଣ

    15370
    Feb 21, 2026
  • ସପ୍ତାହରେ ତିନିରୁ ଚାରି ଥର ଚା ପିଇଲେ କମ ହୋଇଥାଏ ହୃଦରୋଗ ଆଶଙ୍କା

    14068
    Feb 20, 2026
  • କଲରା ସହିତ ଏହିସବୁ ଖାଇଲେ କ୍ଷତିକାରକ

    15171
    Feb 18, 2026
  • ହଳଦୀରେ ଭରି ରହିଛି ସ୍ବାସ୍ଥ୍ୟୋପକାରୀ ଗୁଣ

    15884
    Feb 17, 2026
  • ଘରେ ରଖନ୍ତୁ ନାହିଁ ଭାଙ୍ଗି ଯାଇଥିବା କାଚ

    15898
    Feb 14, 2026

ବାଣିଜ୍ୟ

୧ ଏପ୍ରିଲରୁ ନୂତନ ଆୟକର ଆଇନ

୧ ଏପ୍ରିଲ, ୨୦୨୬ରୁ ବଡ଼ ପରିବର୍ତ୍ତନ ହେବାକୁ ଯାଉଛି। ଆୟକର ବିଭାଗ ଡ୍ରାଫ୍ଟ ଆୟକର ନିୟମ, ୨୦୨୬ ସହିତ ଡ୍ରାଫ୍ଟ ଟିକସ ରିଟର୍ନ ଫର୍ମ ପ୍ରକାଶ କରିଛି, ଯାହା ପ୍ରଥମ ଥର ପାଇଁ ନୂତନ ଆୟକର ଆଇନ, ୨୦୨୫ ପ୍ରକୃତରେ କିପରି କାମ କରିବ ତାହାର ଏକ ସ୍ପଷ୍ଟ ଚିତ୍ର ପ୍ରଦାନ କରିଛି।

ଦେଶରେ ବର୍ତ୍ତମାନର ଟିକସ ଆଇନ ୧୯୬୧ରୁ ...

  • ଓଡ଼ିଶା ଆପାର୍ଟମେଣ୍ଟ ମାଲିକାନା ଓ ପରିଚାଳନା ଆଇନ, ୨୦୨୩ ଅଧୀନରେ ଋୟାଲ ଆର୍କେଡ, ଭୁବନେଶ୍ୱର ଏକ ମାନଦଣ୍ଡ ସ୍ଥାପନ କଲା

    14959
    Feb 08, 2026
  • ଭୁଶୁଡିଲା ସେୟାର ମାର୍କେଟ

    14471
    Feb 01, 2026
  • ହିମାଳୟ ୱେଲ୍‌ନେସ୍‌ ଏବଂ ଆର୍‌ସିବି ମହିଳା ଟିମ୍‌ ଭାରତର ଭବିଷ୍ୟତ ମହିଳା କ୍ରିକେଟର ଗଢିତୋଳିବାକୁ ହାତ ମିଳାଇଲେ

    16078
    Jan 28, 2026
  • ଆମୱେ ଇଣ୍ଡିଆ ତ୍ୱଚା, କେଶ ଓ ନଖ ସ୍ୱାସ୍ଥ୍ୟକୁ ସମର୍ଥନ କରୁଥିବା ନୁ୍ୟଟ୍ରିଲାଇଟ୍‌ ବାୟୋଟିନ୍‌ ସି ପ୍ଲସ୍‌ (ଜିଙ୍କ୍‌ ଓ ବେଟା କାରୋଟିନ୍‌) ପ୍ରଚଳନ କଲା

    15364
    Jan 22, 2026

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ହୃଦୟ ପାଇଁ ବହୁତ ଲାଭଦାୟକ ରସୁଣ

    15370
    Feb 21, 2026
  • ସୁଲତାନପୁର କୋର୍ଟରେ ରାହୁଲ

    14711
    Feb 20, 2026
  • ଚାଷ ଉଜାଡ଼ିଲା ଅବକାରୀ : ଅଫିମକୁ ଚାଇନା ଶାଗ କହି ଦେଇଥିଲେ ମଞ୍ଜି

    14245
    Feb 20, 2026

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In