Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Friday, January 23, 2026, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ଆଜି ଧରାପୃଷ୍ଠରେ ବିରାଜିଛନ୍ତି ...

  • ସିଇଓ ପଦରୁ ଇସ୍ତଫା ଦେଲେ ଦୀପିନ୍ଦର ଗୋୟଲ

  • ଲିଭ୍‌-ଇନ୍‌ ରିଲେସନ୍‌ସିପ୍‌ରେ ରହୁଥିବା ...

  • ରାଜ୍ୟସଭା ନିର୍ବାଚନ ପ୍ରକ୍ରିୟା ଆରମ୍ଭ: ...

  • ଆମୱେ ଇଣ୍ଡିଆ ତ୍ୱଚା, କେଶ ଓ ନଖ ...

  • ଦେଢ଼ ଲକ୍ଷ ପାର୍ କଲା ସୁନା ଦାମ୍

  • ସେନା ତାଲିମ ବିମାନ ଦୁର୍ଘଟଣାଗ୍ରସ୍ତ

  • ଶୀତଦିନେ ଏପରି କରନ୍ତୁ ମେକଅପ

  • ଦେଶର ଉନ୍ନତ ଭବିଷ୍ୟତ ଲାଗି ନୂଆ ପିଢ଼ିକୁ ...

  • ଅଫିସ୍ ଭିତର ରାସଲୀଳା ଭିଡ଼ିଓ ଭାଇରାଲ: ...

ରାଜ୍ୟ
Home ›› ରାଜ୍ୟ ››ଜନବସତି ବିହୀନ ଉଡାବାଲି ଦ୍ୱୀପରେ ଜାତୀୟ ପତାକା ଉତ୍ତୋଳନ କାର୍ଯ୍ୟକ୍ରମ

ଜନବସତି ବିହୀନ ଉଡାବାଲି ଦ୍ୱୀପରେ ଜାତୀୟ ପତାକା ଉତ୍ତୋଳନ କାର୍ଯ୍ୟକ୍ରମ

2026-01-23 08:01:45
13948
Share:
Facebook
Twitter
E-Mail
WhatsApp
Telegram
ଜନବସତି ବିହୀନ ଉଡାବାଲି ଦ୍ୱୀପରେ ଜାତୀୟ ପତାକା ଉତ୍ତୋଳନ କାର୍ଯ୍ୟକ୍ରମ

ଭଦ୍ରକ: ୭୭ତମ ସାଧାରଣତନ୍ତ୍ର ଦିବସ ଅବ୍ୟବହିତ ପୂର୍ବରୁ ଓଡ଼ିଶା ପୋଲିସ ପକ୍ଷରୁ  ଭଦ୍ରକ ଜିଲ୍ଲା ଅନ୍ତର୍ଗତ ଧାମରା ବନ୍ଦର ନିକଟସ୍ଥ ଜନବସତି ବିହୀନ ଉଡାବାଲି ଦ୍ୱୀପରେ ଜାତୀୟ ପତାକା ଉତ୍ତୋଳନ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି।ଏହି ଅବସରରେ ଆୟୋଜିତ ଏକ ସ୍ଵତନ୍ତ୍ର କାର୍ଯ୍ୟକ୍ରମରେ  ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଯୋଗେଶ ବାହାଦୁର ଖୁରାନିଆ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିବା ସହ ଦେଶର ଉପକୂଳ ସୁରକ୍ଷାରେ ନିରନ୍ତର ସେବା ଯୋଗାଉଥିବା ସୁରକ୍ଷା ବାହିନୀଙ୍କ ସାହସ, ତ୍ୟାଗ ଓ କର୍ତ୍ତବ୍ୟନିଷ୍ଠା ପ୍ରତି  କୃତଜ୍ଞତା ପ୍ରକାଶ କରିଛନ୍ତି।
ଏହି ଅବସରରେ ସମୁଦ୍ର ତଟ ସୁରକ୍ଷା ବ୍ୟବସ୍ଥାକୁ ଅଧିକ ସଶକ୍ତ  ଓ ଆଧୁନିକ କରିବା ପାଇଁ ଓଡ଼ିଶା ପୋଲିସ ତରଫରୁ ଦୀର୍ଘମିଆଦି ଯୋଜନା ଆରମ୍ଭ କରାଯାଇଛି ବୋଲି ଡିଜିପି ସୂଚନା ଦେଇଥିଲେ । ଏଥି ନିମନ୍ତେ ଚଳିତ ବର୍ଷ ରାଜ୍ୟ ସରକାର ବାର୍ଷିକ ବଜେଟରେ ₹୧୪୯  କୋଟି ଟଙ୍କା ମଞ୍ଜୁର କରିଛନ୍ତି ବୋଲି କହିଥିଲେ। ଉକ୍ତ ଅର୍ଥରାଶିକୁ ବିନିଯୋଗ କରି  ସାମୁଦ୍ରିକ ପାଟ୍ରୋଲିଂ ପାଇଁ ଯନ୍ତ୍ର ଚାଳିତ ବୋଟ, ଟ୍ରଲର, ପ୍ରତ୍ୟେକ ସାମୁଦ୍ରିକ ଥାନା ପାଇଁ ଡ୍ରୋନ, ନୌସେନା ବିଶେଷଜ୍ଞ ଓ ବୈଷୟିକ ପରାମର୍ଶଦାତାଙ୍କୁ  ନିୟୋଜନ, ମାଛ ଧରା ଅବତରଣ କେନ୍ଦ୍ରରେ ସ୍ୱତନ୍ତ୍ର ସାମୁଦ୍ରିକ ପୋଲିସ ଅଧିକାରୀଙ୍କୁ ନିୟୋଜିତ କରିବା ଏବଂ ସମସ୍ତ ସାମୁଦ୍ରିକ ଥାନା ଗୁଡିକରେ କମ୍ୟୁନିଟି ପୋଲିସିଂ ଭଳି  କାର୍ଯ୍ୟକୁ ତ୍ୱରାନ୍ୱିତ କରାଯାଉଛି ବୋଲି ସେ କହିଥିଲେ ।

ଏହା ସହିତ ମାଛ ଧରା କେନ୍ଦ୍ରଗୁଡ଼ିକରେ CCTV କ୍ୟାମେରା ସ୍ଥାପନ କରାଯିବା ସହ ସାମୁଦ୍ରିକ  ପୋଲିସ ଥାନାଗୁଡିକରେ ନିୟନ୍ତ୍ରଣ କେନ୍ଦ୍ର ପ୍ରତିଷ୍ଠା କରିବାକୁ ପଦକ୍ଷେପ ନିଆଯାଉଛି ।  ଏହି ସମସ୍ତ ବ୍ୟବସ୍ଥାକୁ ଭୁବନେଶ୍ୱରର ଏକ ଅତ୍ୟାଧୁନିକ  କମାଣ୍ଡ ଓ କଣ୍ଟ୍ରୋଲ ସେଣ୍ଟର ସହ ଯୋଡ଼ାଯିବ ଏବଂ ଆଗାମୀ ଦିନରେ ଏହା ମହତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ ବୋଲି ଡିଜିପି କହିଥିଲେ । ଉପକୂଳ ସୁରକ୍ଷାକୁ ସଶକ୍ତ କରିବାକୁ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିଥିବାରୁ ସେ ରାଜ୍ୟ ସରକାରଙ୍କୁ କୃତଜ୍ଞତା ପ୍ରକାଶ କରିଥିଲେ।   

ଏହି ଅବସରରେ କାର୍ଯ୍ୟକ୍ରମକୁ ସଫଳ କରିବାରେ ଅଗ୍ରଣୀ ଭୂମିକା ଗ୍ରହଣ କରିଥିବା ଭାରତୀୟ ନୌସେନା, ଭାରତୀୟ ଉପକୂଳ ସୁରକ୍ଷା, ଶୁଳ୍କ ବିଭାଗ, ରାଜ୍ୟ ପୋଲିସ, ରାଜ୍ୟ ସରକାରଙ୍କ ମତ୍ସ୍ୟ ବିଭାଗ, ଗୁଇନ୍ଦା ବିଭାଗ, ଜଙ୍ଗଲ ବିଭାଗ, ସ୍ଥାନୀୟ ବାସିନ୍ଦା ଏବଂ ମତ୍ସ୍ୟଜୀବୀଙ୍କୁ ଡିଜିପି ଧନ୍ୟବାଦ ଜଣାଇଥିଲେ। 

ଉଲ୍ଲେଖଯୋଗ୍ୟ ଯେ, ୨୦୨୪ ମସିହା ନଭେମ୍ବର ମାସରେ ଓଡ଼ିଶାରେ ଆୟୋଜିତ ସର୍ବଭାରତୀୟ ଆରକ୍ଷୀ ମହାନିର୍ଦ୍ଦେଶକ ସମ୍ମିଳନୀ ଅବସରରେ ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉପକୂଳ ରାଜ୍ୟଗୁଡ଼ିକର ଜନବସତି ବିହୀନ ଦ୍ୱୀପଗୁଡ଼ିକରେ ସାଧାରଣତନ୍ତ୍ର ଦିବସ କିମ୍ବା ତାହା ପୂର୍ବ ଦିନ ଜାତୀୟ ପତାକା ଉତ୍ତୋଳନ କରିବାକୁ ନିର୍ଦ୍ଦେଶ ଦେଇଥିଲେ।

ପ୍ରଧାନମନ୍ତ୍ରୀଙ୍କ ଏହି ନିର୍ଦ୍ଦେଶକୁ କାର୍ଯ୍ୟକାରୀ କରିବା ନିମନ୍ତେ ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓଡ଼ିଶାର ଜନବସତି ବିହୀନ ଉପକୂଳ ଦ୍ୱୀପକୁ ଚିହ୍ନଟ କରି ସେଠାରେ ଜାତୀୟ ପତାକା ଉତ୍ତୋଳନ କରିବା ପାଇଁ ଡିଜିପି ଯୋଗେଶ ବାହାଦୁର ଖୁରାନିଆଙ୍କୁ ନିର୍ଦ୍ଦେଶ ଦେଇଥିଲେ।

ସେହି ଅନୁଯାୟୀ ଆଗାମୀ ତିନି ଦିନ ମଧ୍ୟରେ କନିକା ସ୍ୟାଣ୍ଡସ , ଲଙ୍ଗ ହ୍ଵିଲର (ବାବୁବାଲି), କୋକୋନଟ ହ୍ଵିଲର, ସ୍ମଲ ହ୍ଵିଲର, ନୟାଟାପୁ, ବୁଦ୍ଧିଆବାଲି, କେନ୍ଦ୍ରାପଡ଼ା ଜିଲ୍ଲାର ହୁକିଟୋଲା ଦ୍ଵୀପ, କାଦୁଆପାଳ, ଧାନୀଛଡା ଏବଂ ପୁରୀ ଜିଲ୍ଲାର ପାରିକୁଦ, ନଳବଣ, କାଳିଜାଇ ଦ୍ଵୀପରେ ଜାତୀୟ ପତାକା ଉତ୍ତୋଳନ ନିମନ୍ତେ ଯୋଜନା ରହିଛି ।

ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ (ରେଳବାଇ ଓ ଉପକୂଳ ସୁରକ୍ଷା) ଅରୁଣ ବୋଥ୍ରା, ଡିଆଇଜି (ପୂର୍ବାଞ୍ଚଳ) ପିନାକ ମିଶ୍ର, ଭଦ୍ରକ ଏସପି  ମନୋଜ ରାଉତ, ଏଆଇଜି (ମେରାଇନ) ସତ୍ୟଜିତ ମିଶ୍ରଙ୍କ ସମେତ ବହୁ ବରିଷ୍ଠ ପୋଲିସ ଅଧିକାରୀ ଉପସ୍ଥିତ ରହିଥିଲେ।

Powered by Froala Editor

Tags Flag hosting

Related articles Odisha News Lens 4.1

  • ସେନା ତାଲିମ ବିମାନ ଦୁର୍ଘଟଣାଗ୍ରସ୍ତ
    ଦେଶ-ଦେଶାନ୍ତର

    ସେନା ତାଲିମ ବିମାନ ଦୁର୍ଘଟଣାଗ୍ରସ୍ତ

    13661
    Jan 21, 2026
  • ଶୀତଦିନେ ଏପରି କରନ୍ତୁ ମେକଅପ
    ବିଶେଷ

    ଶୀତଦିନେ ଏପରି କରନ୍ତୁ ମେକଅପ

    15409
    Jan 21, 2026
  • ରାଜ୍ୟସଭା ନିର୍ବାଚନ ପ୍ରକ୍ରିୟା ଆରମ୍ଭ: ରିଟର୍ଣ୍ଣିଂ ଅଫିସର ନିଯୁକ୍ତି ଲାଗି ...
    ଦେଶ-ଦେଶାନ୍ତର

    ରାଜ୍ୟସଭା ନିର୍ବାଚନ ପ୍ରକ୍ରିୟା ଆରମ୍ଭ: ରିଟର୍ଣ୍ଣିଂ ଅଫିସର ନିଯୁକ୍ତି ଲାଗି ...

    15742
    Jan 22, 2026
  • ଲିଭ୍‌-ଇନ୍‌ ରିଲେସନ୍‌ସିପ୍‌ରେ ରହୁଥିବା ଦମ୍ପତିଙ୍କୁ ନେଇ ଏହି ଟିପ୍ପଣୀ ଦେଲେ ...
    ଦେଶ-ଦେଶାନ୍ତର

    ଲିଭ୍‌-ଇନ୍‌ ରିଲେସନ୍‌ସିପ୍‌ରେ ରହୁଥିବା ଦମ୍ପତିଙ୍କୁ ନେଇ ଏହି ଟିପ୍ପଣୀ ଦେଲେ ...

    15328
    Jan 22, 2026
  • ଆଜି ଧରାପୃଷ୍ଠରେ ବିରାଜିଛନ୍ତି  ବିଦ୍ୟାଦାତ୍ରୀ ମା’ ସରସ୍ୱତୀ
    ବିଶେଷ

    ଆଜି ଧରାପୃଷ୍ଠରେ ବିରାଜିଛନ୍ତି ବିଦ୍ୟାଦାତ୍ରୀ ମା’ ସରସ୍ୱତୀ

    14756
    Jan 23, 2026
  • ଦେଶର ଉନ୍ନତ ଭବିଷ୍ୟତ ଲାଗି ନୂଆ ପିଢ଼ିକୁ ଠିକ୍ ସମୟରେ ବଡ଼ ଦାୟିତ୍ୱ ଦିଆଯିବା କଥା: ନୀତିନ ...
    ଦେଶ-ଦେଶାନ୍ତର

    ଦେଶର ଉନ୍ନତ ଭବିଷ୍ୟତ ଲାଗି ନୂଆ ପିଢ଼ିକୁ ଠିକ୍ ସମୟରେ ବଡ଼ ଦାୟିତ୍ୱ ଦିଆଯିବା କଥା: ନୀତିନ ...

    15837
    Jan 20, 2026
  • ସିଇଓ ପଦରୁ ଇସ୍ତଫା ଦେଲେ ଦୀପିନ୍ଦର ଗୋୟଲ
    ଦେଶ-ଦେଶାନ୍ତର

    ସିଇଓ ପଦରୁ ଇସ୍ତଫା ଦେଲେ ଦୀପିନ୍ଦର ଗୋୟଲ

    13565
    Jan 22, 2026
  • ଅଫିସ୍ ଭିତର ରାସଲୀଳା ଭିଡ଼ିଓ ଭାଇରାଲ: ସସ୍‌ପେଣ୍ଡ ହେଲେ କର୍ଣ୍ଣାଟକ ପୁଲିସ୍ ...
    ଦେଶ-ଦେଶାନ୍ତର

    ଅଫିସ୍ ଭିତର ରାସଲୀଳା ଭିଡ଼ିଓ ଭାଇରାଲ: ସସ୍‌ପେଣ୍ଡ ହେଲେ କର୍ଣ୍ଣାଟକ ପୁଲିସ୍ ...

    16006
    Jan 20, 2026
  • ଆମୱେ ଇଣ୍ଡିଆ ତ୍ୱଚା, କେଶ ଓ ନଖ ସ୍ୱାସ୍ଥ୍ୟକୁ ସମର୍ଥନ କରୁଥିବା ନୁ୍ୟଟ୍ରିଲାଇଟ୍‌ ...
    ବାଣିଜ୍ୟ

    ଆମୱେ ଇଣ୍ଡିଆ ତ୍ୱଚା, କେଶ ଓ ନଖ ସ୍ୱାସ୍ଥ୍ୟକୁ ସମର୍ଥନ କରୁଥିବା ନୁ୍ୟଟ୍ରିଲାଇଟ୍‌ ...

    14513
    Jan 22, 2026

ଆପଣ ଆଗ୍ରହୀ ହୋଇପାରନ୍ତି

  • ବାଣିଜ୍ୟ

    ଆମୱେ ଇଣ୍ଡିଆ ତ୍ୱଚା, କେଶ ଓ ନଖ ସ୍ୱାସ୍ଥ୍ୟକୁ ସମର୍ଥନ କରୁଥିବା ନୁ୍ୟଟ୍ରିଲାଇଟ୍‌ ବାୟୋଟିନ୍‌ ସି ପ୍ଲସ୍‌ (ଜିଙ୍କ୍‌ ଓ ବେଟା ...

    14513
    Jan 22, 2026
  • ଦେଶ-ଦେଶାନ୍ତର

    ଅଫିସ୍ ଭିତର ରାସଲୀଳା ଭିଡ଼ିଓ ଭାଇରାଲ: ସସ୍‌ପେଣ୍ଡ ହେଲେ କର୍ଣ୍ଣାଟକ ପୁଲିସ୍ ମହାନିର୍ଦ୍ଦେଶକ

    16006
    Jan 20, 2026
  • ଦେଶ-ଦେଶାନ୍ତର

    ସିଇଓ ପଦରୁ ଇସ୍ତଫା ଦେଲେ ଦୀପିନ୍ଦର ଗୋୟଲ

    13565
    Jan 22, 2026

Advertisement

ସଂସ୍କୃତି

ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

ଭୁବନେଶ୍ୱର: ରାଜଧାନୀର ଭଞ୍ଜକଳା ମଣ୍ଡପଠାରେ ଡିଜିଟାଲ ଗଣମାଧ୍ୟମ ଜଗତରେ ସ୍ୱତନ୍ତ୍ର ପରିଚିତି ହାସଲ କରିଥିବା ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର ପାଳିତ ହୋଇଛି। କ୍ରୀଡ଼ା, ଯୁବ ବ୍ୟାପାର, ଭାଷା ଓ ସଂସ୍କୃତି ଏବଂ ଉଚ୍ଚ ...

  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    17309
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    17382
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    17726
    Sep 06, 2023
  • ୮୫ ତମ ଉତ୍କଳ ଦିବସ

    16202
    Apr 03, 2021

ବିଶେଷ

  • ଆଜି ଧରାପୃଷ୍ଠରେ ବିରାଜିଛନ୍ତି ବିଦ୍ୟାଦାତ୍ରୀ ମା’ ସରସ୍ୱତୀ

    14756
    Jan 23, 2026
  • ଶୀତଦିନେ ଏପରି କରନ୍ତୁ ମେକଅପ

    15409
    Jan 21, 2026
  • ସକାଳୁ ଖାଲି ପେଟରେ ଚା ପିଇବା ଦ୍ବାରା ହୋଇଥାଏ ଏହିସବୁ ସମସ୍ୟା

    16010
    Jan 19, 2026
  • ଅତ୍ୟଧିକ ମାତ୍ରାରେ ରସୁଣ ଖାଇବା ଶରୀର ପାଇଁ ହୋଇଥାଏ କ୍ଷତିକାରକ

    15725
    Jan 17, 2026
  • ଶୀତଦିନେ ଓଠ ଫାଟିବାର କାରଣ ଓ ନିରାକରଣ ଜାଣନ୍ତୁ.....

    16410
    Jan 16, 2026

ବାଣିଜ୍ୟ

ଆମୱେ ଇଣ୍ଡିଆ ତ୍ୱଚା, କେଶ ଓ ନଖ ସ୍ୱାସ୍ଥ୍ୟକୁ ସମର୍ଥନ କରୁଥିବା ନୁ୍ୟଟ୍ରିଲାଇଟ୍‌ ବାୟୋଟିନ୍‌ ସି ପ୍ଲସ୍‌ (ଜିଙ୍କ୍‌ ଓ ବେଟା କାରୋଟିନ୍‌) ପ୍ରଚଳନ କଲା

ଭୁବନେଶ୍ୱର: ସାମ୍ପ୍ରତିକ ସମୟର ବିଳମ୍ବିତ ରାତି, ଅଧିକ ଚାପ ଏବଂ ପୋଷଣ ହ୍ରାସ ଖାଦ୍ୟ ଯୁଗରେ ସବୁଠାରୁ ସୁସ୍ଥ କେଶ, ତ୍ୱଚା ଏବଂ ନଖ ମଧ୍ୟ ସେଗୁଡିକର ମଜଭୁତପଣ ହରାଇପାରେ । ଉପଭୋକ୍ତାମାନେ ସମାଧାନଗୁଡିକ ଭିତରେ ଅଧିକର ...

  • ୧.୪୦ ଲକ୍ଷ ଟପିଲା ସୁନା

    15723
    Jan 12, 2026
  • ଆମୱେ ଇଣ୍ଡିଆ ଦ୍ରୁତ ଓ ସହଜ ସେବା ସହିତ ହୋମ୍‌ ଡେଲିଭରି ଅନୁଭୂତିକୁ ନୂଆ ରୂପ ପ୍ରଦାନ କରିଛି

    15474
    Jan 08, 2026
  • ଆଇଟିସି 'ଭିଟାମିନ୍ ଡି' ସହିତ ସନଫିଷ୍ଟ ମାରି ଲାଇଟ୍ ଶୁଭାରମ୍ଭ କରିଛି

    14439
    Jan 07, 2026
  • ୨୪ ଶହ ଟଙ୍କା ବଢ଼ିଲା ସୁନା

    14542
    Dec 23, 2025

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ଶୀତଦିନେ ଏପରି କରନ୍ତୁ ମେକଅପ

    15409
    Jan 21, 2026
  • ଦେଶର ଉନ୍ନତ ଭବିଷ୍ୟତ ଲାଗି ନୂଆ ପିଢ଼ିକୁ ଠିକ୍ ସମୟରେ ବଡ଼ ଦାୟିତ୍ୱ ଦିଆଯିବା କଥା: ନୀତିନ ଗଡ଼କରୀ

    15837
    Jan 20, 2026
  • ଅଫିସ୍ ଭିତର ରାସଲୀଳା ଭିଡ଼ିଓ ଭାଇରାଲ: ସସ୍‌ପେଣ୍ଡ ହେଲେ କର୍ଣ୍ଣାଟକ ପୁଲିସ୍ ମହାନିର୍ଦ୍ଦେଶକ

    16006
    Jan 20, 2026

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In