ଭାରତ ଆସିପାରନ୍ତି ଟ୍ରମ୍ପ !
ଭାରତ ଓ ଆମେରିକା ମଧ୍ୟରେ ପରବର୍ତ୍ତୀ ପର୍ଯ୍ୟାୟ ବାଣିଜ୍ୟ ଆଲୋଚନା ହେବ ବୋଲି ଭାରତ ପାଇଁ ନିଯୁକ୍ତ ଆମେରିକାର ନୂଆ ରାଷ୍ଟ୍ରଦୂତ ସର୍ଜିଓ ଗୋର୍ ଦାୟିତ୍ବ ଗ୍ରହଣ କରିବା ଅବସରରେ କରିଛନ୍ତି। ଏଥିସହ ଆସନ୍ତା ବର୍ଷେ ଦୁଇବର୍ଷ ମଧ୍ୟରେ ଟ୍ରମ୍ପ ଭାରତ ଆସିପାରନ୍ତି ବୋଲି ମଧ୍ୟ ସେ କହିଛନ୍ତି।
ସର୍ଜିଓ ଗୋର୍ କହିଛନ୍ତି , ଭାରତ ଏବଂ ଆମେରିକା ମଧ୍ୟରେ ସମ୍ପର୍କ କେବଳ ପାରସ୍ପରିକ ଲାଭ ଉପରେ ଆଧାରିତ ନୁହେଁ, ବରଂ ବିଶ୍ୱାସ ଏବଂ ସହଯୋଗ ଉପରେ ଆଧାରିତ। ସେ ଆହୁରି କହିଛନ୍ତି ଯେ ପ୍ରକୃତ ବନ୍ଧୁମାନେ କେତେକ ସମୟରେ ମତଭେଦ ରଖିପାରନ୍ତି, କିନ୍ତୁ ଶେଷରେ ସେମାନଙ୍କର ମତଭେଦକୁ ସମାଧାନ କରନ୍ତି। ସେ ଟ୍ରମ୍ପଙ୍କ ଭାରତ ଗସ୍ତ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ଅପଡେଟ ମଧ୍ୟ ପ୍ରଦାନ କରିଛନ୍ତି।
ନୂଆଦିଲ୍ଲୀ ଓ ୱାସିଂଟନର ସଂପର୍କ କ୍ଷେତ୍ରରେ ବାଣିଜ୍ୟ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ହୋଇଥିଲେ ମଧ୍ୟ ଉଭୟ ଦେଶ ଆତଙ୍କବାଦ ନିରୋଧ, ଶକ୍ତି, ପ୍ରଯୁକ୍ତି, ଶିକ୍ଷା ଓ ସ୍ବାସ୍ଥ୍ୟ କ୍ଷେତ୍ରରେ ମିଳିତଭାବେ କାର୍ଯ୍ୟ କରିବା ଜାରି ରଖିବେ। ରାଷ୍ଟ୍ରପତି ଟ୍ରମ୍ପଙ୍କ ସହିତ ମୁଁ ବିଶ୍ବର ବିଭିନ୍ନ ସ୍ଥାନ ବୁଲିଛି। ତେଣୁ ମୁଁ ଦୃଢ଼ଭାବେ କହିପାରିବି ଯେ ମୋଦୀଙ୍କ ସହିତ ତାଙ୍କର ବନ୍ଧୁତା ବାସ୍ତବ। ପ୍ରକୃତ ବନ୍ଧୁ ସେମାନଙ୍କ ମତପାର୍ଥକ୍ୟକୁ ଦୂର କରିପାରିବେ ବୋଲି ସେ ଦୃଢ଼ୋକ୍ତି ବାଢ଼ିଛନ୍ତି।
Powered by Froala Editor