ଜାମ୍ମୁ-କାଶ୍ମୀରରେ ସୁରକ୍ଷାକର୍ମୀଙ୍କ ବଡ଼ ସଫଳତା,୨ ଆତଙ୍କବାଦୀ ମୃତ
ଜାମ୍ମୁ-କାଶ୍ମୀର ସୁରକ୍ଷାକର୍ମୀମାନେ ପୁନଶ୍ଚ ଏକ ବଡ଼ ସଫଳତା ହାସଲ କରିଛନ୍ତି । ଗୁଳି ବିନିମୟ ଯୋଗୁଁ ସୁରକ୍ଷାକର୍ମୀଙ୍କ ଗୁଳିରେ ଦୁଇ ଆତଙ୍କବାଦିଙ୍କ ମୃତ୍ୟୁ ହୋଇଛି । ସେହି ଦୁଇ ଜଣଙ୍କ ମଧ୍ୟରେ ଜଣେ ହେଉଛନ୍ତି ଲସ୍କର ଟପ୍ କମାଣ୍ଡର । ଏହିମାନେ ପାକିସ୍ତାନରେ ସକ୍ରିୟ ଥିବା ଲସ୍କର-ଇ-ତାଏବର ସଦସ୍ୟ । ସେମାନଙ୍କ ନିହତ ପରେ ତାଙ୍କଠାରୁ ବିପୁଳ ପରିମାଣରେ ବିସ୍ଫୋରକମାନ ଜବତ ହୋଇଛି ।
ସୋପର ପୁଲିସ ପ୍ରଥମେ ୱାରପୋରାଠାରେ କିଛି ଆତଙ୍କବାଦୀ ଲୁଚି ରହିଥିବା ଖବର ଗତକାଲି ବିଳମ୍ବିତ ରାତିରେ ପାଇଥିଲା। ଏହାପରେ ସୁରକ୍ଷାକର୍ମୀମାନେ ଅପରେସନ ଆରମ୍ଭ କରିଥିଲେ। ସୁରକ୍ଷାକର୍ମୀମାନେ ପୂରା ଅଞ୍ଚଳକୁ କର୍ଡନ କରିଥିବା ବେଳେ ଦୁଇ ଆତଙ୍କବାଦୀ ଅନ୍ଧାରର ଫାଇଦା ନେଇ ଖସି ଯିବାକୁ ଚେଷ୍ଟା କରିଥିଲେ।
ହେଲେ ସୁରକ୍ଷାକର୍ମୀମାନେ ଏପରି ହେବାକୁ ଦେଇ ନଥିଲେ। ଫଳରେ ଆତଙ୍କବାଦୀଙ୍କ ସହ ସେମାନଙ୍କର ଗୁଳି ବିନିମୟ ଆରମ୍ଭ ହୋଇଥିଲା। ଆଜି ସକାଳ ଯାଏ ଚାଲିଥିବା ଏହି ଗୁଳି ବିନିମୟରେ ୨ ଜଣ ଯାକ ଆତଙ୍କବାଦୀ ନିହତ ହୋଇଥିଲେ।
କଶ୍ମୀର ପୁଲିସ୍ ଟ୍ୱିଟ କରି କହିଛି, ଏନକାଉଣ୍ଟରରେ ନିହତ ଦୁଇ ଜଣ ଆତଙ୍କବାଦୀଙ୍କ ମଧ୍ୟରେ ଫୟାଜ ୱର ଅଛି। ସେ କଶ୍ମୀରରେ ହୋଇଥିବା ଏକାଧିକ ଆକ୍ରମଣରେ ସାମିଲ ରହିଥିଲା। ସାଧାରଣ ଲୋକ ଓ ସୁରକ୍ଷାକର୍ମୀଙ୍କୁ ମଧ୍ୟ ସେ ହତ୍ୟା କରିଛି।
Powered by Froala Editor