କଲବଲ କରୁଛି ଶୀତ: ଶିମିଳିପାଳରେ ଶୂନ୍ୟ ଡିଗ୍ରୀ ତାପମାତ୍ରା
ଭୁବନେଶ୍ଵର : ରାଜଧାନୀରେ ହାଡ଼ଭଙ୍ଗା ଶୀତ ଅନୁଭୂତ ହେଉଛି। ସକାଳ ୫ଟା ୩୦ ରେ ତାପମାତ୍ରା ୧୦.୮ ଡିଗ୍ରୀ ରେକର୍ଡ ହୋଇଛି। ଝାରସୁଗୁଡାରେ ୮.୮, କେନ୍ଦୁଝର ୯.୮ , ବାଲେଶ୍ୱର ୧୨ ଡ଼ିଗ୍ରୀ,ପାରାଦୀପ ୧୩.୪, ଚାନ୍ଦବାଲି ୧୩.୬ ଡ଼ିଗ୍ରୀ, ଗୋପାଳପୁର ୧୪.୬ ଓ ପୁରୀରେ ୧୫.୪ ଡ଼ିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି। ଅସହ୍ୟ ଶୀତରେ ଜନଜୀବନ ପୁରା ଅସ୍ତବ୍ୟସ୍ତ ହୋଇପଡିଛି।
ସେପଟେ ପୁରା ମୟୁରଭଞ୍ଜ ଜିଲ୍ଲା ଶୀତରେ କଲବଲ ହେଉଛି। ଶିମିଳିପାଳ ଉପରବାରାହାକାମୁଡାରେ ଶୂନ୍ୟ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି। ଚହଲାରେ ୨ ଡିଗ୍ରୀ ସେଲସିୟସ, ନଅରାରେ ୪ ଡିଗ୍ରୀ , ବରେହିପାଣିରେ ୫ ଡିଗ୍ରୀ, ଗୁରୁଗୁଡିଆରେ ୩ ଡିଗ୍ରୀ , ରାମତୀର୍ଥରେ ୯ ଡିଗ୍ରୀ , ସାତକୋଶିଆରେ ୧୦ ଡିଗ୍ରୀ ଓ କିଆଝରିରେ ୧୧ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି। ଆଭ୍ୟନ୍ତରୀଣ ଶିମିଳିପାଳର ଦେବସ୍ଥଳୀ, ଜେନାବିଲ, ତାରିଣୀବିଲା ସମେତ ବିଭିନ୍ନ ସ୍ଥାନରେ ପ୍ରବଳ ଥଣ୍ଡା ଅନୁଭୂତ ହେଉଥିବା ବେଳେ ଘନ କୁହୁଡ଼ି ରହିଥିବାର ମଧ୍ୟ ଦେଖିବାକୁ ମିଳିଛି।
Powered by Froala Editor