ଆଜି କ୍ୟାବିନେଟ୍
ଭୁବନେଶ୍ୱର: ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ରାଜ୍ୟ କ୍ୟାବିନେଟ ବୈଠକ ବସିବ । ମଧ୍ୟାହ୍ନ ୧୨ଟା ୩୦ରେ ଭିଡିଓ କନଫରେନ୍ସିଂ ଜରିଆରେ ଅନୁଷ୍ଠିତ ହେବାକୁ ଥିବା ଏହି କ୍ୟାବିନେଟ ବୈଠକରେ ୧୧ଟିରୁ ଅଧିକ ପ୍ରସ୍ତାବ ଆସିବା ସମ୍ଭାବନା ରହିଛି । କ୍ୟାବିନେଟ ଆସିବାକୁ ଥିବା ପ୍ରସ୍ତାବ ସମ୍ପର୍କରେ କୌଣସି ମନ୍ତ୍ରୀମାନଙ୍କୁ ଏ ପର୍ଯ୍ୟନ୍ତ ଚିଠି ପଠାଯାଇନାହିଁ । ତେବେ ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ଉଚ୍ଚଶିକ୍ଷା ବିଭାଗର ଗ୍ରାଣ୍ଟ ଇନ ଏଡ ବ୍ୟବସ୍ଥାର ସଂଶୋଧନ ନେଇ କ୍ୟାବିନେଟ ମଞ୍ଜୁରି ମିଳିବା ସମ୍ଭାବନା ରହିଛି ।