ଏହି ସମସ୍ୟା ଥିଲେ ଖାଆନ୍ତୁନି କଦଳୀ
କଦଳୀ ଆମ ଶରୀର ପାଇଁ ଖୁବ୍ ସ୍ୱାସ୍ଥ୍ୟକର। କଦଳୀରେ ପୋଟାସିୟମ, ମ୍ୟାଗ୍ନେସିୟମ, ଭିଟାମିନ ଈ୬ ଏପରି ଅନେକ ପୁଷ୍ଠିକର ଉପାଦାନ ଥାଏ। ଜଣେ ବ୍ୟକ୍ତି ଦିନକୁ ୨କି ୩ଟି କଦଳୀ ଖାଇବା ଦରକାର। ତଥାପି ଏମିତି କିଛି ସମସ୍ୟା ଅଛି ଯେଉଁ ସମୟରେ କଦଳୀ ଖାଇଲେ ସ୍ୱାସ୍ଥ୍ୟପ୍ରତି ହାନିକାରକ ହୋଇଥାଏ। କଦଳୀରେ ସୁଗାର, କାର୍ବୋହାଇଡ୍ରେଟସ୍ ଉପାଦାନ ରହିଥାଏ । ଯ଼ାହାକୁ ଅଧିକ ଖାଇଲେ ଶରୀରରେ ସମସ୍ୟା ଦେଖାଦେଇଥାଏ। ତେବେ ଆସନ୍ତୁ ଜାଣିବା ଶରୀରରେ କେଉଁ କେଉଁ ରୋଗର ଲକ୍ଷଣ ଥିଲେ କଦଳୀ ଖାଇବା ଅନୁଚିତ୍।
ମେଦବହୁଳ ସମସ୍ୟା
କଦଳୀରେ ଅଧିକ କ୍ୟାଲୋରି , କାର୍ବୋହାଇଡ୍ରେଟସ ଏବଂ ସୁଗାର ରହିଥାଏ । ଯ଼ାହା ମୋଟା ହେବାରେ ସହାୟକ ହୋଇଥାଏ। ତେଣୁ ମେଦବହୁଳ ସମସ୍ୟା ଦେଇ ଗତି କରୁଥିବା ଲୋକେ କଦଳୀଠୁ ଦୂରେଇ ରହିବା ଉଚିତ ।
ହାୟପରକେଲେମିଆ
କଦଳୀରେ ପୋଟାସିୟମ ଅଶଂ ଅଧିକ ପରିମାଣରେ ଥାଏ। । ଯ଼ାହାଦ୍ୱାରା ହାର୍ଟବିଟ ଜନିତ ସମସ୍ୟା ଦେଖା ଦେଇଥାଏ।
ମାଇଗ୍ରେନ(ମୁଣ୍ଡବିନ୍ଧା) ସମସ୍ୟା
କଦଳୀରେ ଥିବା ଥାୟାମିନ ନାମକ ଏକ ଉପାଦାନ ମୁଣ୍ଡବିନ୍ଧା ସମସ୍ୟାକୁ ବଢାଇଥାଏ। ତେଣୁ ମାଇଗ୍ରେନ ସମସ୍ୟାରେ ପିଡ଼ୀତ ରୋଗୀ କଦଳୀ ଖାଇବା କଥା ନୁହଁ।
ମଧୁମେୟ ରେଗୀ
କଦଳୀରେ ଅଧିକ ପରିମାଣରେ କାର୍ବୋହାଇଡ୍ରେଟ ଏବଂ ସୁଗାର ରହିଥାଏ। ଯ଼ାହାକୁ ଖାଇବା ଦ୍ୱାରା ଦେହରେ ସୁଗାର ପରିମାଣ ବଢିଯ଼ାଇଥାଏ ।
କିଡନୀ ସମସ୍ୟା
କଦଳୀରେ ଥିବା ପୋଟାସିୟମ କିଡନୀ ଉପରେ ଅଧିକ ପ୍ରଭାବ ପକାଇଥାଏ।। ଯାହାଦ୍ୱାରା କିଡନି ସମସ୍ୟାକୁ ଦ୍ୱିଗୁଣିତ କରିଥାଏ।
Powered by Froala Editor