ଫ୍ରାନ୍ସରେ ଚତୁର୍ଥ ଲହର ଆରମ୍ଭ

ଭାରତରେ ଦ୍ୱିତୀୟ ଲହରର ଗ୍ରାଫ ତଳକୁ ଖସିଥିବାବେଳେ କରୋନାର ତୃତୀୟ ଲହରର ମୁକାବିଲା ପାଇଁ ପ୍ରସ୍ତୁତି ଚାଲିବା ଆରମ୍ଭ ହୋଇଗଲାଣି । ମାତ୍ର ଫ୍ରାନ୍ସରେ ଏହି ପ୍ରାଣଘାତୀ କରୋନାର ଚତୁର୍ଥ ଲହର ଦେଖାଦେଇଛି । ଏହି ଚତୁର୍ଥ ଲହର ଯୋଗୁ ସେଠାକାର ସଂକ୍ରମଣ ଗ୍ରାଫ ମଧ୍ୟ ଉପର ମୁହାଁ ହେବାରେ ଲାଗିଛି ।
ଏହାକୁ ଆଖିରେ ରଖି ସେଠାକାର ସରକାର ବିଭିନ୍ନ କାର୍ଯ୍ୟକ୍ରମ ପାଇଁ ସ୍ୱାସ୍ଥ୍ୟ ପାସ୍ର ବ୍ୟବସ୍ଥା କରିଛନ୍ତି । ଏହି ସ୍ୱାସ୍ଥ୍ୟ ପାସ୍ ବ୍ୟବସ୍ଥା କେବଳ ୫୦ରୁ ଅଧିକ ଲୋକଙ୍କୁ ନେଇ ହେଉଥିବା ସମସ୍ତ କାର୍ଯ୍ୟକ୍ରମ ପାଇଁ ଲାଗୁ ହେବ। ରେଷ୍ଟୁରାଣ୍ଟ ଓ କାଫେରେ ମଧ୍ୟ ଏହି ନିୟମ ଲାଗୁ ହେବ ବୋଲି ଜଣାପଡ଼ିଛି। ଯେଉଁମାନେ ଟିକା ନେଇଥିବେ ନଚେତ୍ କରୋନା ଟେଷ୍ଟର ନେଗେଟିଭ ରିପୋର୍ଟ ଦେଖାଇବେ, ସେମାନଙ୍କୁ ହିଁ କାର୍ଯ୍ୟକ୍ରମରେ ଯୋଗଦେବାକୁ ଅନୁମତି ମିଳିବ।
ତେବେ ସର୍ବସାଧାରଣ ସ୍ଥାନ ଗୁଡ଼ିକ ପାଇଁ ସରକାର ସ୍ୱାସ୍ଥ୍ୟ ପାସ୍ ନିୟମ ଲାଗୁ କରିଥିବାରୁ ଏହାକୁ ନେଇ ବିବାଦ ଦେଖାଯାଇଛି। ଲୋକମାନଙ୍କୁ ସରକାର ଜୋରଜବରଦସ୍ତି ଟିକା ଦେବାକୁ ଚାହୁଁଥିବାରୁ ଏପରି ଏକ ସ୍ୱାସ୍ଥ୍ୟ ପାସ୍ର ବ୍ୟବସ୍ଥା କରୁଛନ୍ତି ବୋଲି ଅନେକ ମତ ଦେଇଛନ୍ତି।
ପ୍ରଧାନମନ୍ତ୍ରୀ ଜେନ କାସଟେକ୍ସ କହିଛନ୍ତି, ନୂଆ ସଂକ୍ରମିତ ମାମଲା ଗୁଡ଼ିକ ଟିକା ନେଇ ନଥିବା ଲୋକଙ୍କ ଶରୀରରେ ଦେଖାଯାଉଛି। ୨୪ ଘଣ୍ଟା ମଧ୍ୟରେ ୨୧ ହଜାର ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହା ମେ’ ମାସ ପରେ ସବୁଠାରୁ ଅଧିକ ଦୈନିକ ସଂକ୍ରମଣ। ତେଣୁ ସରକାର କାର୍ଯ୍ୟକ୍ରମ ଗୁଡ଼ିକ ପାଇଁ ହେଲ୍ଥ ପାସ୍ର ବ୍ୟବସ୍ଥା କରିଛନ୍ତି। ଯେଉଁମାନଙ୍କର ହେଲ୍ଥ ପାସ୍ ଥିବ, ସେମାନେ କେବଳ କାର୍ଯ୍ୟକ୍ରମରେ ଯୋଗଦେଇ ପାରିବେ।
Powered by Froala Editor