୫ ପଇସାରେ ବିରିୟାନୀ ଖାଇବାକୁ ଠେଲାପେଲା

୫ ପଇସାରେ ବିରିୟାନୀ ମିଳିଲେ କିଏ ବା ଛାଡିବ । ଏଭଳି ସୁଯୋଗ ପାଇବା ପରେ ଲୋକଙ୍କ ଅସମ୍ଭାଳ ଭିଡ ଜମିଥିଲା । ପରିସ୍ଥିତି ଏପରି ହୋଇଗଲା ଯେ, ଦୋକାନ ସଟର ବନ୍ଦ କରି ପୁଲିସକୁ ଡାକିବାକୁ ପଡିଲା । ଏ ଘଟଣା ଘଟିଛି ତାମିଲନାଡୁ ମଦୁରାଇରେ । ଦୋକାନୀ ଜଣଙ୍କ ନିଜ ଦୋକାନକୁ ଅଧିକ ପରିଚିତ କରିବା ପାଇଁ ଏଭଳି ଉପାୟ କରିଥିଲେ। ମାତ୍ର ଏଭଳି ପରିସ୍ଥିତି ହେବ ବୋଲି ସେ ଚିନ୍ତା ମଧ୍ୟ କରିନଥିଲେ।
ଲୋକେ ଏହା ଜାଣିବା ପରେ ପରଦିନ ଲୋକେ ଦୋକାନ ସମ୍ମୁଖରେ କରୋନା କଟକଣା ଭୁଲି ଯାଇ ଭିଡ ଜମାଇଥିଲେ। ପରିସ୍ଥିତି ଏଭଳି ହୋଇଗଲା ଯେ ଦୋକାନ ମାଲିକଙ୍କୁ ଦୋକାନ ଦରଜା ବନ୍ଦ କରି ପୁଲିସକୁ ଡକାଇବାକୁ ପଡିଲା। ପ୍ରାୟ ୩୦୦ ରୁ ଅଧିକ ଲୋକେ ବିରିୟାନୀ ଖାଇବାକୁ ଏକାଠି ହୋଇଯାଇଥିଲେ। ଏହାପରେ ପୁଲିସ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିଥିଲେ। ।
Powered by Froala Editor