ଏହି ଶାଖ ଗୁଡ଼ିକୁ ଖାଦ୍ୟରେ ସାମିଲ କରନ୍ତୁ, ଭିଟାମିନ ବି୧୨ରେ ଭରପୁର
ଶରୀରର ବିକାଶ ପାଇଁ ଭିଟାମିନ ଅତ୍ୟନ୍ତ ଜରୁରୀ। ଭିଟାମିନର ଅଭାବ ବିଭିନ୍ନ ସମସ୍ୟା ସୃଷ୍ଟି କରିପାରେ। ବିଶେଷକରି, ଭିଟାମିନ ବି୧୨ ଶରୀର ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଭିଟାମିନ ବି୧୨ର ଅଭାବ ସ୍ନାୟୁକୁ ଦୁର୍ବଳ କରିପାରେ ଏବଂ ଝିମ୍ଝିମ୍ ଅନୁଭବ କରାଇପାରେ। ଏହି ଭିଟାମିନ ବି୧୨ର ଅଭାବକୁ ଦୂର କରିବା ପାଇଁ, ଆପଣ ଏହି ଶାଖ ଗୁଡ଼ିକୁ ଖାଦ୍ୟରେ ସାମିଲ କରନ୍ତୁ । ଯାହା ଅନେକ ଭାବରେ ଫଳପ୍ରଦ ହେବ ।
ପାଳଙ୍ଗ: ପାଳଙ୍ଗ ଶାଗ କେବଳ ଆଇରନ୍ ନୁହେଁ ବରଂ ଭିଟାମିନ୍ ବି୧୨ରେ ମଧ୍ୟ ଭରପୂର। ପାଳଙ୍ଗ ଖାଇବା ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ। ପାଳଙ୍ଗ ଶାଗ ଖାଇଲେ ଆଇରନ୍ ଏବଂ ଫୋଲେଟ୍ ଅଭାବକୁ ରୋକିଥାଏ।
ସୋରିଷ ଶାଗ: ସୋରିଷ ଶାଗ କେବଳ ସ୍ୱାଦିଷ୍ଟ ନୁହେଁ ବରଂ ସ୍ୱାସ୍ଥ୍ୟ ପାଇଁ ମଧ୍ୟ ଲାଭଦାୟକ। ସୋରିଷ ଶାଗ ଭିଟାମିନ୍ ସି ଏବଂ ଭିଟାମିନ୍ ଏ ରେ ଭରପୂର। ସୋରିଷ ଶାଗ ଖାଇବା ଦ୍ୱାରା ଭିଟାମିନ୍ ବି୧୨ ଅଭାବ ଦୂର ହୋଇପାରିବ।
ଭୃଷଙ୍ଗ ପତ୍ର: ଭିଟାମିନ୍ ବି୧୨ ଅଭାବ ଦୂର କରିବା ପାଇଁ, ଆପଣ ଭୃଷଙ୍ଗ ପତ୍ର ଖାଇପାରିବେ। ଏହାକୁ ମସୁର ଡାଲି ଏବଂ ପନିପରିବାରେ ପକାଇ ଖାଇ ପାରିବେ । ଭିଟାମିନ୍ ବି୧୨ ବ୍ୟତୀତ, ଭୃଷଙ୍ଗ ପତ୍ରରେ ଚର୍ବି, କ୍ୟାଲସିୟମ୍, ପ୍ରୋଟିନ୍ ଏବଂ ଆଇରନ୍ ମଧ୍ୟ ଭରପୁର ରହିଥାଏ।
Powered by Froala Editor