ଦେଶରେ ଦିଆଗଲାଣି ସାଢେ଼ ୪୧ କୋଟି କୋଭିଡ ଡୋଜ

ନୂଆଦିଲ୍ଲୀ: ଦେଶରେ ଏଯାବତ ୪୧,୫୨,୨୫,୬୩୨ ଜଣଙ୍କର ଟିକାକରଣ କରାଯାଇଥିବା ଜଣାପଡ଼ିଛି । ସେମାନଙ୍କ ଭିତରୁ ମଙ୍ଗଳବାର ୧୮ ରୁ ୪୫ ବର୍ଷ ବର୍ଗର ୧୫,୦୩,୭୧୩ ଜଣ ଟିକାର ପ୍ରଥମ ମାତ୍ରା ନେଇଥିବା ବେଳେ ୧,୩୬,୨୫୭ ଜଣଙ୍କୁ ଦ୍ୱିତୀୟ ମାତ୍ରା ପ୍ରଦାନ କରାଯାଇଛି । ମୋଟାମୋଟି ଭାବେ ତୃତୀୟ ଦଫା ଟିକାକରଣ ଆରମ୍ଭ ହେବା ପରଠାରୁ ବର୍ତ୍ତମାନ ସୁଦ୍ଧା ଦେଶରେ ଏହି ବୟସର ୧୨,୯୨,୫୨,୩୮୧ ଜଣ କୋଭିଡ ଟିକାର ପ୍ରଥମ ମାତ୍ରା ନେଇଥିବା ବେଳେ ୫୨,୧୧,୦୬୬ ଜଣ ଦ୍ୱିତୀୟ ମାତ୍ରା ନେଇଛନ୍ତି । ବିଶେଷ କରି ମଧ୍ୟପ୍ରଦେଶ, ମହାରାଷ୍ଟ୍ର ଓ ଉତ୍ତରପ୍ରଦେଶରେ ଏହି ୧୮ ରୁ ୪୫ ବର୍ଷ ବୟସ ବର୍ଗ ଆସୁଥିବା କୋଟିଏରୁ ଅଧିକ ହିତାଧିକାରୀଙ୍କୁ ଟିକା ଦିଆଯାଇଥିବା ଜଣାଯାଇଛି ।
Powered by Froala Editor