ହଜାର ଫୁଟ ଗଭୀରକୁ ଖସିଲା ଟ୍ରକ୍, ୧୭ ଶ୍ରମିକ ମୃତ
ଅରୁଣାଚଳ ପ୍ରଦେଶରୁ ଏକ ହୃଦୟବିଦାରକ ଖବର ସାମ୍ନାକୁ ଆସିଛି। ଭାରତ-ଚୀନ ସୀମା ନିକଟରେ ଶ୍ରମିକ ମାନଙ୍କୁ ନେଇ ଯାଉଥିବା ଏକ ଟ୍ରକ୍ ଏକ ଗଭୀର ଖାଈକୁ ଖସି ପଡ଼ିଛି। ଏହି ଟ୍ରକରେ ୨୧ ଜଣ ଶ୍ରମିକ ଥିଲେ। ଏପର୍ଯ୍ୟନ୍ତ ମିଳିଥିବା ସୂଚନା ଅନୁଯାୟୀ, ଦୁର୍ଘଟଣାରେ ୧୭ ଜଣଙ୍କ ମୃତ୍ୟୁ ହୋଇଥିବା ଆଶଙ୍କା କରାଯାଉଛି।
ହୈଲାଙ୍ଗ-ଚଗଲାଘମ ରାସ୍ତାରେ ମେଟେଙ୍ଗଲିଆଙ୍ଗ ନିକଟରେ ଏହି ଦୁର୍ଘଟଣା ଘଟିଛି। ସମସ୍ତ ଶ୍ରମିକ ଆସାମର ତିନସୁକିଆ ଜିଲାର ଗେଲାପୁଖୁରୀ ଚା’ ଇଷ୍ଟେଟର ବାସିନ୍ଦା ଥିଲେ। ସେମାନେ ଠିକାରେ କାମ କରିବା ପାଇଁ ଅରୁଣାଚଳ ପ୍ରଦେଶର ଏକ ପ୍ରକଳ୍ପ ସ୍ଥାନକୁ ଯାତ୍ରା କରୁଥିଲେ। ଦୁର୍ଘଟଣାଟି ବିପଦପୂର୍ଣ୍ଣ ରାସ୍ତାରେ ଘଟିଥିଲା। ଯାହା ଏକ ବିପଦପୂର୍ଣ୍ଣ ଘାଟି ଥିଲା।
ସନ୍ଦେହ କରାଯାଉଛି ଯେ, ଶ୍ରମିକ ମାନଙ୍କୁ ନେଇ ଯାଉଥିବା ଟ୍ରକଟି ପାହାଡ଼ି ରାସ୍ତାରୁ ଖସି ପ୍ରାୟ ୧୦୦୦ ଫୁଟ ଗଭୀର ଗର୍ତ୍ତରେ ଖସି ପଡ଼ିଥିଲା। ଆହତ ଶ୍ରମିକ ମାନେ ନିର୍ମାଣ କାର୍ଯ୍ୟ ପାଇଁ ହାୟୁଲିଆଙ୍ଗକୁ ଯାତ୍ରା କରୁଥିଲେ। ଟ୍ରକଟି ପାହାଡିଆ ରାସ୍ତା ଅତିକ୍ରମ କରୁଥିବା ସମୟରେ ନିୟନ୍ତ୍ରଣ ହରାଇ ଗଭୀର ଘାଟି ଭିତରକୁ ଖସିପଡ଼ିଥିଲା।
Powered by Froala Editor