ସ୍ମୃତି ଇରାନୀଙ୍କ ବିରୋଧରେ ଅଶାଳୀନ ମନ୍ତବ୍ୟ ଦେଇ ଜେଲରେ ପ୍ରଫେସର

ଫିରୋଜାବାଦ : କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀଙ୍କ ବିରୋଧରେ ଫେସବୁକରେ ଅଶାଳୀନ ମନ୍ତବ୍ୟ ଦେଇ ଉତ୍ତରପ୍ରଦେଶ ଫିରୋଜାବାଦ ଏସଆରକେ କଲେଜର ଜଣେ ଇତିହାସ ପ୍ରଫେସର ଜେଲ ଯାଇଛନ୍ତି । ପ୍ରଫେସର ସହରୟାର ଅଲି ଗତକାଲି ଅତିରିକ୍ତ ଜିଲ୍ଲା ବିଚାରପତି ଅନୁରାଗ ଠାକୁରଙ୍କ ପାଖରେ ହାଜର ହୋଇ ଜାମିନ ଆବେଦନ କରିଥିଲେ । କିନ୍ତୁ ବିଚାରପତି ତାଙ୍କ ଜାମିନ ଆବେଦନ ଖାରଜ କରିଦେବାରୁ ପ୍ରଫେସର ଜେଲ ଯାଇଛନ୍ତି । ଉଲ୍ଲେଖଯୋଗ୍ୟ, ଗତ ମାର୍ଚ୍ଚରେ ଫିରୋଜାବାଦ ପୁଲିସ ପ୍ରଫେସର ଅଲିଙ୍କ ବିରୋଧରେ ମାମଲା ରୁଜୁ କରିଥିଲା । ଉକ୍ତ ଘଟଣା ପରେ ପ୍ରଫେସର ନିଲମ୍ବିତ ହୋଇଥିଲେ । ଚଳିତ ମାସ ଆରମ୍ଭରେ ମଧ୍ୟ ସୁପ୍ରିମକୋର୍ଟ ପ୍ରଫେସର ଅଲିଙ୍କୁ ଗିରଫରୁ ସୁରକ୍ଷା ଦେବାପାଇଁ ମନା କରିଦେଇଥିଲେ ।
Powered by Froala Editor