‘ଟିକା ନେଇଥିବା କର୍ମଚାରୀଙ୍କୁ ମିଳିବ ଦଣ୍ଡ’

ନୂଆଦିଲ୍ଲୀ : ଜାପାନର ଗୃହ ନିର୍ମାଣକାରୀ ସଂସ୍ଥା ଟାମା ହୋମର ସଭାପତି ସିନ୍ୟା ଟାମାକି ଟିକାକୁ ନେଇ ବିବାଦୀୟ ବୟାନ ଦେଇଛନ୍ତି । ସେ କହିଛନ୍ତି ଯେ ଯେଉଁ କର୍ମଚାରୀ କରୋନା ଟିକା ନେଇଥିବେ ତାଙ୍କୁ ଦଣ୍ଡିତ କରିବି । ଏ ନେଇ ଜାପାନର ସାପ୍ତାହିକ ପତି୍ରକା ସୁକାନ ବୁନସୁନରେ ଏକ ରିପୋର୍ଟ ପ୍ରକାଶ ପାଇଛି । ଟାମାକିଙ୍କ ମତରେ ଯେଉଁମାନେ କରୋନା ଟିକା ନେଇଛନ୍ତି ସେମାନଙ୍କର ପାଂଚ ବର୍ଷରେ ମୃତୁ୍ୟ ହେବ । କର୍ମଚାରୀମାନଙ୍କୁ ସେ ପଠାଇଥିବା ଏକ ଇ-ମେଲରେ ଜି୫ ଫୋନରୁ ରହିଥିବା ବିପଦ ବିଷୟରେ ମଧ୍ୟ ଆଲୋଚନା କରାଯାଇଛି । କମ୍ପାନୀର ଯେଉଁ କର୍ମଚାରୀମାନେ ଟିକା ନେଇଛନ୍ତି ସେମାନଙ୍କୁ ଅନିର୍ଦ୍ଧିଷ୍ଟ କାଳ ପାଇଁ କର୍ମକ୍ଷେତ୍ରରୁ ଦୂରେଇ ରହିବାକୁ କୁହାଯାଇଛି । ଯେଉଁମାନେ ଟିକା ନେଇଥିବେ ସେମାନଙ୍କୁ ଦଣ୍ଡିତ କରାଯିବ । ଏଠାରେ ଦଣ୍ଡର ଅର୍ଥ ହେଉଛି ସେମାନଙ୍କୁ ପ୍ରାପ୍ୟ ଦିଆଯିବ ନାହିଁ । ଏହି ଖବର ପ୍ରକାଶ ପାଇବା ପରେ ଟାମାକିଙ୍କ କମ୍ପାନୀର ସେୟାର ମୂଲ୍ୟରେ ଦ୍ରୁତ ହ୍ରାସ ଘଟିଛି । ଅବଶ୍ୟ, କମ୍ପାନୀ ତରଫରୁ ଏହି ରିପୋର୍ଟକୁ ଖଣ୍ଡନ କରାଯାଇଛି ।
Powered by Froala Editor