ଅସୁସ୍ଥତା ସତ୍ୱେ ବି ସୋନିଆ ଗାନ୍ଧୀ ରହିବେ ଅନ୍ତରୀଣ ସଭାପତି

ନୂଆଦିଲ୍ଲୀ : କଂଗ୍ରେସର ନୂଆ ସଭାପତି ଚୟନ ହୋଇପାରୁନାହିଁ । ତେଣୁ ଅସୁସ୍ଥତା ସତ୍ୱେ ବି ସୋନିଆ ଗାନ୍ଧୀ ହିଁ ଅନ୍ତରୀଣ ସଭାପତି ରହିବେ । ୨୦୨୪ ପର୍ଯ୍ୟନ୍ତ ସେ ଏହି ଦାୟିତ୍ୱରେ ରହିବେ ବୋଲି ଜାଣିବାକୁ ମିଳିଛି । ଅପରପକ୍ଷରେ ରାହୁଲ ଗାନ୍ଧୀ ସଭାପତି ନହେଲେବି ନୀତି ନିର୍ଦ୍ଧାରଣରେ ପ୍ରମୁଖ ଭୂମିକା ଗ୍ରହଣ କରିବେ ।
ଅପରପକ୍ଷରେ ୨୦୨୪ ନିର୍ବାଚନକୁ ଆଖି ଆଗରେ ରଖି କଂଗ୍ରେସ ଯୁବ ନେତାମାନଙ୍କୁ ଅଗ୍ରାଧିକାର ଦେବ । ଦଳୀୟ ସାଂଗଠନିକ ପଦପଦବୀରେ ଯୁବନେତାମାନଙ୍କୁ ହିଁ ଗୁରୁତ୍ୱ ଦିଆଯିବ ବୋଲି କଂଗ୍ରେସ ଅଳିନ୍ଦରେ ଚର୍ଚ୍ଚା ହେଉଛି ।
ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ଖବର ଅନୁଯାୟୀ, ସୋନିଆ ଗାନ୍ଧୀ ଏଆଇସିସି ସଭାପତି ରହିବାର ଥିବାବେଳେ ଗୁଲାମ ନବୀ ଆଜାଦ, ସଚ୍ଚିନ ପାଇଲଟ, କୁମାରୀ ସେଲଜା, ମୁକୁଲ ୱାସନିକ ଓ ରମେଶ ଚେନ୍ନିଥାଲାଙ୍କ ମଧ୍ୟରୁ କାର୍ଯ୍ୟକାରୀ ସଭାପତି ଚୟନ କରାଯିବ । ଅପରପକ୍ଷରେ ପ୍ରିୟଙ୍କା ଗାନ୍ଧୀ ଦଳର ସାଧାରଣ ସମ୍ପାଦକ ଥିବାବେଳେ ସେ ଏବେ ଉତରପ୍ରଦେଶ ଦାୟିତ୍ୱରେ ଅଛନ୍ତି । କିନ୍ତୁ ନବଗଠିତ କମିଟିରେ ତାଙ୍କୁ କେଉଁ ପଦବୀ ମିଳିବ ତାହା ଜଣାପଡ଼ିନାହିଁ । ସୂଚନାଯୋଗ୍ୟଯେ, ଗତ ଦୁଇ ବର୍ଷ ଧରି ସୋନିଆ ଗାନ୍ଧୀ ଏଆଇସିସିର ଅ୍ନ୍ତରୀଣ ସଭାପତି ଭାବେ କାର୍ଯ୍ୟ କରି ଆସୁଛନ୍ତି ।
Powered by Froala Editor