ରକ୍ ସଲ୍ଟ ସ୍ୱାସ୍ଥ୍ୟ ପାଇଁ ଅଧିକ ଲାଭଦାୟକ
ଲୁଣ ଏକ ପଦାର୍ଥ ଯାହା ବିନା ଖାଦ୍ୟର ସ୍ୱାଦ ଅସମ୍ପୂର୍ଣ୍ଣ । ଯେପରି ଲୁଣ ବିନା ଖାଦ୍ୟର ସ୍ୱାଦ ମଳିନ ହୋଇଥାଏ , ସେହିପରି ଏହାର ଅତ୍ୟଧିକ ପରିମାଣ ସ୍ୱାଦ ଏବଂ ସ୍ୱାସ୍ଥ୍ୟ ଉଭୟକୁ ନଷ୍ଟ କରିଥାଏ । ବେଳେବେଳେ ସୈନ୍ଧବ ଲୁଣ ଏବଂ କଳା ଲୁଣ ମଧ୍ୟ ବ୍ୟବହାର କରାଯାଏ। ସୈନ୍ଧବ ଲୁଣ ବା ରକ୍ ସଲ୍ଟ ସ୍ୱାସ୍ଥ୍ୟ ପାଇଁ ଅଧିକ ଲାଭଦାୟକ ବୋଲି ବିବେଚନା କରାଯାଏ ।
ସୈନ୍ଧବ ଲୁଣ ଏକ ପ୍ରାକୃତିକ ଲୁଣ । ଏହାର ରଙ୍ଗ ଗୋଲାପି । ଏଥିରେ ଅନେକ ଆବଶ୍ୟକୀୟ ଖଣିଜ ପଦାର୍ଥ ଥାଏ । ଏହା ଶରୀରରେ ଇଲେକ୍ଟ୍ରୋଲାଇଟ୍ ସନ୍ତୁଳନ ରଖିବାରେ ସାହାଯ୍ୟ କରେ, ପାଚନ ଶକ୍ତି ଉନ୍ନତ କରେ । ହିମାଳୟ ପର୍ବତ ପଥରରୁ ମିଳୁଥିବାରୁ ଏଥିରେ ଆଇରନ୍, କ୍ୟାଲସିୟମ୍, କପର , ପୋଟାସିୟମ୍ , ଜିଙ୍କ, ଆୟୋଡିନ୍, ମାଙ୍ଗାନିଜ୍, ମ୍ୟାଗ୍ନେସିୟମ୍ ଏବଂ ସେଲେନିୟମ୍ ଭଳି ଖଣିଜ ପଦାର୍ଥ ଥାଏ ।
ସ୍ୱାସ୍ଥ୍ୟ ପାଇଁ ସୈନ୍ଧବ ଲୁଣ ଅତ୍ୟନ୍ତ ଲାଭଦାୟକ । ଥଣ୍ଡା, କାଶ ଏବଂ ଗଳା ଯନ୍ତ୍ରଣା ପାଇଁ ମଧ୍ୟ ପଥର ଲୁଣ ଲାଭଦାୟକ । ଏହା ହାଡ଼ ଓ ମାଂସପେଶୀକୁ ସୁଦୃଢ଼ କରିବା ସହ ଚର୍ମକୁ ସୁସ୍ଥ ରଖିଥାଏ । ରକ୍ତଚାପ ନିୟନ୍ତ୍ରଣ ରଖିବାରେ ପ୍ରମୂଖ ଭୂମିକା ଗ୍ରହଣ କରେ । କିନ୍ତୁ ଏହାକୁ ଅତ୍ୟଧିକ ସେବନ କ୍ଷତିକାରକ ହୋଇପାରେ। ଅତ୍ୟଧିକ ସୈନ୍ଧବ ଲୁଣ ଖାଇବା ଦ୍ଵାରା ରକ୍ତଚାପ ବୃଦ୍ଧି ହୋଇପାରେ, କିଡନୀ ଉପରେ ଚାପ ପକାଇପାରେ ଏବଂ ଫୁଲା ସୃଷ୍ଟି କରିପାରେ । ଏହି ଲୁଣ ଥାଇରଏଡ୍ ରୋଗୀଙ୍କ ପାଇଁ ଲାଭଦାୟକ ନୁହେଁ କାରଣ ଏଥିରେ ଆୟୋଡିନ୍ ଅଭାବ ଥାଏ । ଉଚ୍ଚ ରକ୍ତଚାପ, ବୃକକ୍ ରୋଗ କିମ୍ବା ହୃଦ୍ରୋଗରେ ପୀଡିତ ଲୋକମାନେ ଏହାକୁ ଡାକ୍ତରଙ୍କ ପରାମର୍ଶରେ ସେବନ କରିବା ଉଚିତ। । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO) ଅନୁଯାୟୀ, ଜଣେ ବ୍ୟକ୍ତି ପ୍ରତିଦିନ 5 ଗ୍ରାମ ବା ଗୋଟିଏ ଚାମଚରୁ ଅଧିକ ଲୁଣ ଖାଇବା ଉଚିତ୍ ନୁହେଁ । WHOର ଅନ୍ୟ ଏକ ରିପୋର୍ଟ ଦର୍ଶାଉଛି ଯେ ଭାରତ ସମେତ ସାରା ବିଶ୍ୱରେ ଅଧିକାଂଶ ଲୋକ ଦୈନିକ ପ୍ରାୟ 10 ଗ୍ରାମ ଲୁଣ ବ୍ୟବହାର କରନ୍ତି, ଯାହା ଆବଶ୍ୟକତାଠାରୁ ଅନେକ ଗୁଣ ଅଧିକ।
Powered by Froala Editor