ପର୍ଣ୍ଣ ଫିଲ୍ମ ପାଇଁ ବିଦେଶରେ କମ୍ପାନୀ ଖୋଲିଛନ୍ତି କୁନ୍ଦ୍ରା, ଭାରତରୁ ଯାଉଥିଲା ଭିଡିଓ କ୍ଲିପ୍

ପର୍ଣ୍ଣ ଫିଲ୍ମ ତିଆରି କରିବା ଅଭିଯୋଗରେ ଗିରଫ ହୋଇଥିବା ରାଜ କୁନ୍ଦ୍ରାଙ୍କ ବିଜନେସ ଲିଙ୍କ୍ ଗୁମର ଫିଟିବାରେ ଲାଗିଛି । ଭାରତୀୟ ସାଇବର ଲିଙ୍କ୍ରୁ ବର୍ତ୍ତିବା ପାଇଁ କୁନ୍ଦ୍ରାଙ୍କ ବିଦେଶରେ ଏକ କମ୍ପାନୀ କରିଥିଲେ । ସେଠାକାର ରେଜିଷ୍ଟ୍ରେସନ୍ରୁ ଏହା ଜଣାପଡିଛି । କମ୍ପାନୀର ନାଁ ‘କେନରିନ୍’ । ପର୍ଣ୍ଣ ଫିଲ୍ମ ଇଣ୍ଡଷ୍ଟ୍ରିରେ କୁନ୍ଦ୍ରାର ପ୍ରାୟ ୧୦ କୋଟି ଟଙ୍କା ନିବେଶ ଥିବା ଜଣାପଡିଛି। କେନରିନକୁ କୁନ୍ଦ୍ରା ଓ ବ୍ରିଟେନରେ ରହୁଥିବା ତାର ଭାଇ ସେଠାରେ ରେଜିଷ୍ଟ୍ରେସନ୍ କରିଥିଲେ। ଏଥିଲାଗି ଲାଗି ଭିଡିଓ କ୍ଲିପ୍ ଭାରତରେ ସୁଟିଂ ହୋଇ ‘ବି- ଟ୍ରାନ୍ସଫର’ ମାଧ୍ୟମରେ ପଠାଯାଉଥିଲା।
ଭାରତରେ ପର୍ଣ୍ଣ ଫିଲ୍ମ ରାକେଟ୍ ନେଇ ପୋଲିସକୁ ଗତ ଫେବୃଆରୀ ମାସରେ ପ୍ରଥମେ ସୂଚନା ମିଳିଥିଲା। ତେବେ ଏହା ପଛରେ ବଲିଉଡ କନେକ୍ସନ ଥିବା ଜଣାପଡିଥିଲା । ମୁମ୍ବାଇ ପୋଲିସ ଫେବୃଆରୀରେ ଅଭିନେତ୍ରୀ ଗହନା ବଶିଷ୍ଟ ସମେତ ୬ ଜଣଙ୍କୁ ଗିରଫ କରିଥିଲା। ପରେ ପୋଲିସ ଆଉ ୩ ଜଣଙ୍କ ପାଖରେ ପହଞ୍ଚିଥିଲା। ମୋଟ ଗିରଫ ଲୋକଙ୍କ ସଂଖ୍ୟା ୯ରେ ପହଞ୍ଚିଥିଲା। ସେତେବେଳେ ଯେଉଁ ଏତଲା ରୁଜୁ ହୋଇଥିଲା ସେଥିରେ ଅଭିନେତ୍ରୀଙ୍କୁ ନଗ୍ନ ଦୃଶ୍ୟ ସୁଟ୍ ଲାଗି ବାଧ୍ୟ କରିବା ଅଭିଯୋଗ ହୋଇଥିଲା। ତେବେ ଉମେଶ କାମତକୁ ପୋଲିସ ପଚରା ଉଚରା କରିବା ବେଳେ ରାଜ କୁନ୍ଦ୍ରା ପର୍ଣ୍ଣ ଫିଲ୍ମ ରାକେଟ୍ ମୁଖ୍ୟ କାର୍ପଟଦାର ବୋଲି ସ୍ପଷ୍ଟ ହୋଇଥିଲା।
ସୋମବାର ରାତି ପ୍ରାୟ ୯ଟା ବେଳେ ପୋଲିସ ପଚରା ଉଚରା ଲାଗି ରାଜ କୁନ୍ଦ୍ରା ଭୟାଖଲାସ୍ଥିତ କ୍ରାଇମବ୍ରାଞ୍ଚରେ ପହଞ୍ଚିଥିଲା। ପ୍ରାୟ ୨ ଘଣ୍ଟା କାଳ ପଚରା ଉଚରା ପରେ ପୋଲିସ କୁନ୍ଦ୍ରାକୁ ଗିରଫ କରିଛି। ଏବେ କ୍ରାଇମବ୍ରାଞ୍ଚ କୁନ୍ଦ୍ରାକୁ ପ୍ରପର୍ଟି ସେଲ ମାମଲାରେ ଅଧିକ ପଚରା ଉଚରା ଚଳାଇଛି। ସୂଚନା ଯେ, ପୋଲିସ ପର୍ଣ୍ଣ ଫିଲ୍ମ କେସ୍ରେ ଏ ପର୍ଯ୍ୟନ୍ତ କୁନ୍ଦ୍ରାସମେତ ୧୧ ଜଣଙ୍କୁ ଗିରଫ କଲାଣି।
Powered by Froala Editor