ଜାପାନ ଭାଙ୍ଗିଲା ରେକର୍ଡ : ଇଣ୍ଟରନେଟର ସ୍ପିଡ ୩୧୯ ଟେରାବାଇଟ ପ୍ରତି ସେକେଣ୍ଡ

ଭାରତରେ ୫ଜି ଆସିବାର ରହିଥିବା ବେଳେ ଚୀନ ଏବଂ ଆମେରିକାରେ ୬ଜି ଟେଷ୍ଟିଂ ଚାଲିଛି। କିନ୍ତୁ ଜାପାନର ଜାତୀୟ ସୂଚନା ଏବଂ ଯୋଗାଯୋଗ ପ୍ରଯୁକ୍ତିବିଦ୍ୟା ଅନୁଷ୍ଠାନର ଗବେଷକ ନିକଟରେ ବିଶ୍ୱର ସବୁଠାରୁ ସ୍ପିଡ୍ ଇଣ୍ଟରନେଟ୍ ବ୍ୟବହାର କରି ଏହି ରେକର୍ଡର ଅଧିକାରୀ ହୋଇଛନ୍ତି । ଜାପାନର ନ୍ଯାସନାଲ ଇନଷ୍ଟିଚ୍ଯୁଟ ଅଫ ଇନଫରମେସନ ଆଣ୍ଡ କମ୍ଯୁନିକେସନ ଟେକନୋଲୋଜି(NIICT)ର ଲ୍ଯାବରେ ଟେଷ୍ଟିଂ ସମୟରେ ଇଣ୍ଟରନେଟର ସ୍ପିଡ ୩୧୯ ଟେରାବାଇଟ ପ୍ରତି ସେକେଣ୍ଡ ରହିଛି। ଏହା ସମସ୍ତ ପୁରୁଣା ରେକର୍ଡକୁ ଭାଙ୍ଗି ଦେଇଛି। ଏହାର ସ୍ପିଡରୁ ଆପଣ ଅନ୍ଦାଜ ଲଗାଇପାରୁଥିବେ କି ଏକ ସେକେଣ୍ଡରେ ୟୁଜର୍ସ ୫୭ ହଜାର ଫିଲ୍ମ ଡାଉନଲୋଡ କରିପାରିବେ। ଯେତେ ବଡ ଫାଇଲ ହେଲେ ମଧ୍ୟ ବହୁତ ସହଜରେ ଡାଉନଲୋଡ କରିପାରିବେ।
ସୂଚନା ଅନୁସାରେ, ଗବେଷକ ୩୧୯ ଟିବିପିଏସ୍ ସ୍ପିଡ୍ରେ ଏହି ଡାଟାକୁ ଟ୍ରାନ୍ସଫର କରିଥିଲେ । ଯାହାକି ପୂର୍ବରୁ ଲଣ୍ଡନ ୟୁନିଭରସିଟି ରେକର୍ଡର ଡବଲ୍ ଥିଲା । ପୂର୍ବରୁ ଲଣ୍ଡନ ୟୁନିଭରସିଟିର ଗବେଷକମାନେ ୧୭୮ ଟିବିପିଏସ୍ ସ୍ପିଡ୍ରେ ତଥ୍ୟ ଟ୍ରାନ୍ସଫର କରି ଏହି ରେକର୍ଡ କରିଥିଲା ।
ଆମେରିକାର ସ୍ପେସ ଏଜେନ୍ସୀ ନାସା ୪୪୦ ଗିଗାବାଇଟ ପ୍ରତି ସେକେଣ୍ଡ ସ୍ପିଡରେ ଇଣ୍ଟରନେଟ ବ୍ଯବହାର କରିଥାଏ। ଭାରତର ଅଧିକାଂଶ ବ୍ରଡବ୍ଯାଣ୍ଡର ସ୍ପିଡ ପାଖାପାଖି ୫୧୨ kbps ରହିଥାଏ।
Powered by Froala Editor