ଦୁର୍ବଳ ବ୍ୟକ୍ତିଙ୍କୁ ବୁଷ୍ଟର ଡୋଜ୍ ଦେଉଛି ଇସ୍ରାଏଲ୍

କରୋନାକୁ ମାତ ଦେବାରେ ଇସ୍ରାଏଲ୍ ସବୁବେଳେ ଆଗରେ ରହିଛି । ଏବେ ଇସ୍ରାଏଲ୍ କରୋନାକୁ ପ୍ରତିହତ କରିବା ପାଇଁ ନାଗରିକଙ୍କୁ ବୁଷ୍ଟର ଡୋଜ୍ ଦେବା ଆରମ୍ଭ କରିଛି । କରୋନାର ଡେଲ୍ଟା ଭାରିଆଣ୍ଟ କାରଣରୁ ଦେଶରେ ସଂକ୍ରମଣ ଧିରେ ଧିରେ ବୃଦ୍ଧି ପାଇବାରେ ଲାଗିଛି । ପୂର୍ବରୁ ଇସ୍ରାଏଲ୍ରେ କରୋନା ମାମଲା ଗୋଟିଏ ସଂଖ୍ୟାରେ ସୀମିତ ଥିବା ବେଳେ ଗତ ମାସରେ ଏହା ଗୋଟିଏ ଦିନରେ ୪୫୦କୁ ବୃଦ୍ଧି ପାଇଥିଲା । ମାମଲାକୁ ଦେଖି ଇସ୍ରାଏଲ୍ର ସ୍ୱାସ୍ଥ୍ୟମନ୍ତ୍ରୀ ନିତଜନ ହୋରୋଭିଜ୍ କହିଛନ୍ତି ଯେ, ବୁଷ୍ଟର ଡୋଜ୍ ପାଇଁ ଦିଆଯାଇଥିବା ନିର୍ଦ୍ଦେଶ ତୁରନ୍ତ କାର୍ଯ୍ୟକାରୀ ହେବ । ଇସ୍ରାଏଲର ବୟସ୍କମାନେ ଏବଂ ଯେଉଁମାନେ ଫାଇଜର୍ର ଦୁଇଟି ଯାକ ଡୋଜ୍ ଗ୍ରହଣ କରିବା ସତ୍ତ୍ୱେ ସେମାନଙ୍କର ରୋଗ ପ୍ରତିରୋଧକ ଶକ୍ତି ଦୁର୍ବଳ ରହୁଥିବ ସେମାନେ ଫାଇଜର ଏକ ବୁଷ୍ଟର୍ ସଟ୍ ପାଇପାରିବେ। ଇସ୍ରାଏଲ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଗତ ସପ୍ତାହର ସୋମବାର ଠାରୁ ଟିକାକରଣ ଆରମ୍ଭ କରିଦେଇଛି । ବର୍ତ୍ତମାନ ଏହା କେବଳ ରୋଗ ପ୍ରତିରୋଧକ ଶକ୍ତି କମ୍ ଥିବା ଲୋକ ମାନଙ୍କୁ ହିଁ ଦିଆଯାଉଛି ।
Powered by Froala Editor