ରିମାଣ୍ଡରେ ଆସିବେ ରାଜ କୁନ୍ଦ୍ରା

ଭୁବନେଶ୍ୱର : ବଲିଉଡ଼ ଷ୍ଟାର ଶିଳ୍ପା ସେଟ୍ଟୀଙ୍କ ସ୍ୱାମୀ ରାଜ କୁନ୍ଦ୍ରା ଅଶ୍ଳୀଳ ସିନେମା ପ୍ରସ୍ତୁତ କରୁଥିବା ମାମଲାରେ ଗିରଫ ହୋଇଛନ୍ତି । ସୋମବାର ରାତିରେ ସେ ଗିରଫ ହୋଇଥିବାବେଳେ ଆଜି ତାଙ୍କୁ କୋର୍ଟରେ ହାଜର କରାଯିବ । ତେବେ ତାଙ୍କୁ ଜେଲକୁ ନପଠାଇ ପୁଲିସ ଜେରା କରିବ । ସେଥିପାଇଁ ରାଜ କୁନ୍ଦ୍ରାଙ୍କୁ ରିମାଣ୍ଡରେ ଆଣିବ ମୁମ୍ବାଇ ପୁଲିସ ।
ଫେବୃଆରୀ ମାସରେ ଅଶ୍ଳୀଳ ସିନେମା କରିବା ନେଇ ଏକ ମାମଲା ରୁଜୁ ହୋଇଥିଲା । ଏହି ମାମଲାରେ ପୁଲିସ ୯ ଜଣଙ୍କୁ ଗିରଫ କରିଥିଲା । ଗିରଫ ଅଭିଯୁକ୍ତଙ୍କୁ ପଚରାଉଚରା କରିବା ପରେ ରାଜ କୁନ୍ଦ୍ରା ମୁଖ୍ୟ ଅଭିଯୁକ୍ତ ବୋଲି ଜଣାପଡ଼ିଥିଲା । ରାଜ କୁନ୍ଦ୍ରାଙ୍କ ବିରୋଧରେ ପୁଲିସ ନିକଟରେ ପର୍ଯ୍ୟାପ୍ତ ପ୍ରମାଣ ରହିଛି । ତାଙ୍କୁ ଜେରା କରିବା ପରେ ଆହୁରି ଅନେକ ପ୍ରଭାବଶାଳୀ ବ୍ୟକ୍ତିଙ୍କ ସଂପୃକ୍ତି ନେଇ ଜଣାପଡ଼ିବ ବୋଲି ପୁଲିସ ଆଶା ରଖିଛି ।
ରାଜକୁନ୍ଦ୍ରାଙ୍କର ସମ୍ପତି ମୂଲ୍ୟ ୨୭ ଶହ କୋଟି ଟଙ୍କାରୁ ଅଧିକ ରହିଛି । ୨୦୦୫ରେ ରାଜ କୁନ୍ଦ୍ରା କବିତା ନାମକ ଯୁବତୀଙ୍କୁ ବିବାହ କରିଥିଲେ । କିନ୍ତୁ ୩ ବର୍ଷ ପରେ ତାଙ୍କର ବିବାହ ବିଚ୍ଛେଦ ହୋଇଥିଲା । ପରେ ସେ ଶିଳ୍ପା ସେଟ୍ଟୀଙ୍କୁ ବିବାହ କରିଥିଲେ । ତେବେ ଏତେ ଟଙ୍କାର ମାଲିକ ହୋଇବି ଏଭଳି ଘୃଣିତ କାର୍ଯ୍ୟ କରି ସେ ଅପଯଶ ଅର୍ଜିଛନ୍ତି ।
Powered by Froala Editor