ଅଶ୍ଳୀଳ ସିନେମା ପ୍ରସ୍ତୁତ କରି ଶିଳ୍ପା ସେଟ୍ଟୀଙ୍କ ସ୍ୱାମୀ ଗିରଫ

ନୂଆଦିଲ୍ଲୀ: ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କ ସ୍ୱାମୀ ରାଜ କୁନ୍ଦ୍ରାଙ୍କୁ ମୁମ୍ବାଇ ପୁଲିସର କ୍ରାଇମ ବ୍ରାଞ୍ଚ ଗିରଫ କରିଛି । ଅଶ୍ଳୀଳ ସିନେମା ପ୍ରସ୍ତୁତ କରି ମୋବାଇଲ ଆପ ଜରିଆରେ ସେ ଏହାକୁ ରିଲିଜ କରୁଥିଲେ ବୋଲି ପୁଲିସ ପକ୍ଷରୁ କୁହାଯାଇଛି । ଏ ନେଇ ଗତ ଫେବ୍ରୁଆରୀରେ ତାଙ୍କ ନାମରେ ମାମଲା ରୁଜୁ କରି ତଦନ୍ତ ଚଳାଇଥିଲା ପୁଲିସ । ତାଙ୍କୁ ଏହି ମାମଲାରେ ମୁଖ୍ୟ ଅଭିଯୁକ୍ତ ଭାବେ ଦର୍ଶାଇଛି ପୁଲିସ । ବ୍ୟବସାୟୀ ରାଜ କୁନ୍ଦ୍ରାଙ୍କୁ ଶିଳ୍ପା ୨୦୦୯ ମସିହାରେ ବିବାହ କରିଥିଲେ ।
ରାଜକୁନ୍ଦ୍ରାଙ୍କର ସମ୍ପତି ମୂଲ୍ୟ ୨୭ ଶହ କୋଟି ଟଙ୍କାରୁ ଅଧିକ ରହିଛି । ୨୦୦୫ରେ ରାଜ କୁନ୍ଦ୍ରା କବିତା ନାମକ ଯୁବତୀଙ୍କୁ ବିବାହ କରିଥିଲେ । କିନ୍ତୁ ୩ ବର୍ଷ ପରେ ତାଙ୍କର ବିବାହ ବିଚ୍ଛେଦ ହୋଇଥିଲା । ପରେ ସେ ଶିଳ୍ପା ସେଟ୍ଟୀଙ୍କୁ ବିବାହ କରିଥିଲେ । ତେବେ ଏତେ ଟଙ୍କାର ମାଲିକ ହୋଇବି ଏଭଳି ଘୃଣିତ କାର୍ଯ୍ୟ କରି ସେ ଅପଯଶ ଅର୍ଜିଛନ୍ତି ।
Powered by Froala Editor