ପ୍ରବଳ ବର୍ଷାରେ ୩୨ ଜଣଙ୍କ ମୃତ୍ୟୁ, ମୁମ୍ବାଇରେ ରେଡ୍ ଆଲର୍ଟ
ମହାରାଷ୍ଟ୍ର ମୁମ୍ବାଇରେ ମୌସୁମିଜନିତ ବର୍ଷା ଜାରି ରହିଛି। ଏଥିରେ ମୁମ୍ବାଇର ଉପକଣ୍ଠ ଅଞ୍ଚଳରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ମୁମ୍ବାଇର ମେଟ୍ରୋପୋଲିଟନ ଅଞ୍ଚଳରେ ଆଗାମୀ ୨୪ ଘଣ୍ଟାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏ ନେଇ ପାଣିପାଗ ବିଭାଗ ପକ୍ଷରୁ ରେଡ୍ ଆଲର୍ଟ ଜାରି କରାଯାଇଛି।
ମୁମ୍ଵାଇ ପାଣିପାଗ ବିଭାଗ ଅନୁଯାୟୀ, ମୁମ୍ବାଇ ପେଟ୍ରୋପୋଲିଟନ ଅଞ୍ଚଳରେ ଆଗାମୀ ୨୪ ଘଣ୍ଟାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏଥିପାଇଁ ରେଡ୍ ଆଲର୍ଟ ଜାରି କରାଯାଇଛି। ସେହି ପରି ଜୁଲାଇ ୨୦ ରୁ ୨୩ ତାରିଖ ପର୍ଯ୍ୟନ୍ତ ଅରେଞ୍ଜ ଓ୍ଵାର୍ଣ୍ଣିଂ ଜାରି କରାଯାଇଛି। ଏହି ସମୟରେ ପ୍ରବଳ ବର୍ଷା ହେବାର ପୂର୍ବାନୁମାନ କରାଯାଇଛି।
ପ୍ରବଳ ବର୍ଷା ଯୋଗୁ ଏ ପର୍ଯ୍ୟନ୍ତ ୩୨ ଜଣଙ୍କ ଜୀବନ ଗଲାଣି। ଏଭଳି ସ୍ଥିତିରେ ବନ୍ୟା ସ୍ଥିତିର ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ। ବନ୍ୟା ଯୋଗୁ ଭୂସ୍ଖଳନ ହେବାର ସମ୍ଭାବନା ଥିବା ସ୍ଥାନରେ ଉଦ୍ଧାରକାରୀ ଟିମକୁ ସଜାଗ ରହିବା ସହ ସାଧାରଣ ଲୋକଙ୍କୁ ସତର୍କ ରହିବାକୁ କହିଛନ୍ତି ମୁଖ୍ୟମନ୍ତ୍ରୀ ।
Powered by Froala Editor